ଦେଶ ବିଦେଶ

ବିଶ୍ବବ୍ୟାପୀ ଗୁଗଲ ସର୍ଭର ଡାଉନ; ସେଣ୍ଡ୍ ହେଲାନି ଜି-ମେଲ୍, ଏକ୍ସରେ ଅସନ୍ତୋଷ ଝାଡ଼ିଲେ ୟୁଜର୍ସ

ନୂଆଦିଲ୍ଲୀ: ମୋବାଇଲ୍ ଠାରୁ ଆରମ୍ଭ କରି ଇ-ମେଲ୍ ପର୍ଯ୍ୟନ୍ତ ସବୁ ଗୁଗଲ ଉପରେ ନିର୍ଭର । ଜି-ମେଲ୍ ମାଧ୍ୟମରେ ସବୁକିଛି ପରିଚାଳିତ ହୁଏ । ବିନା ଜି-ମେଲରେ କୌଣସି କାର୍ଯ୍ୟ ଅସମ୍ଭବ । ମୋବାଇଲ ସହିତ ସମସ୍ତ ଅନଲାଇନ ସେବା ଠପ୍ ହୋଇଯାଇଥାଏ । ଏଭଳି ସମସ୍ୟା ସମ୍ମୁଖୀନ ହୋଇଛନ୍ତି ୟୁଜର୍ସ । ଏହା ଜଣେ କି ଦୁଇ ଜଣ ୟୁଜର୍ସ ମଧ୍ୟରେ ହୋଇ ନାହିଁ ବରଂ ବୈଶ୍ବିକ ସ୍ତରରେ ସମସ୍ୟା ଦେଖିବାକୁ ମିଳିଛି ।

ଗୁଗଲ ଡାଉନ ହେବା ଫଳରେ ଜି-ମେଲରେ କାର୍ଯ୍ୟ ଠପ୍ ହୋଇଯାଇଛି ।

ମିଡିଆ ରିପୋର୍ଟ ମୁତାବକ, ଗତ ଗୁରୁବାର ଅର୍ଥାତ୍ ଅଗଷ୍ଟ ୭ ତାରିଖରେ ଡାଉନ୍- ଡିଟେକ୍ଟର ମାଧ୍ୟମରେ ସମସ୍ୟା ସାମ୍ନାକୁ ଆସିଛି । ସର୍ଭର ସ୍ଲୋ ହେବା ଫଳରେ ଜି-ମେଲରେ ମେସେଜ୍ ସେଣ୍ଡ୍ କରିବାରେ ସମସ୍ୟା ହୋଇଥିଲା । ବାରମ୍ବାର ମେଲ୍ ଚେକ୍ କରିବାକୁ ମେସେଜ ମିଳିଥିଲା । ଯାହାଦ୍ବାରା ହଜାର ହଜାର ସଂଖ୍ୟାରେ ୟୁଜର୍ସ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାର ସ୍କ୍ରନସର୍ଟ ମଧ୍ୟ ୟୁଜର୍ସ ସେୟାର କରିଥିଲେ ।

ଗୁରୁବାର ପ୍ରାୟ ଦିନ ୩ଟା ବେଳେ ଗୁଗଲ ଡାଉନ ହୋଇଯାଇଥିଲା । ଏହି ସମସ୍ୟା ଆମେରିକା, ଇଂଲଣ୍ଡ ଏବଂ ୟୁରୋପର କିଛି ଅଂଶରେ ଦେଖିବାକୁ ମିଳିଥିଲା । ସେହିପରି ଅଷ୍ଟ୍ରେଲିଆ, ଏସିଆ ଏବଂ ଦକ୍ଷିଣ ଆମେରିକାର ୟୁଜର୍ସ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଗୁଗୁଲ ଡାଉନ ହେବା କ୍ଷଣୀ ୟୁଜର୍ସମାନେ ଏକ୍ସରେ ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲେ ।….

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button