ବିଚାର

କଣ ପାଇଁ ରାତିରେ କୁକୁର କାନ୍ଦିଥାଏ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି କାରଣରୁ ରାତିରେ କୁକୁର କାନ୍ଦିଥାଏ। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବନ୍ଧୁଗଣ ଯେବେ ମଣିଷ ଧୋକା ଦେଇଥାଏ ତ କୁକୁରକୁ ନିଶ୍ଚୟ ମନେ ପକାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କୁକୁର କାନ୍ଦିବା ବି ମଣିଷ ସହିତ ଜଡ଼ିତ ହୋଇଥାଏ। ଆଉ କାହିଁକି କାନ୍ଦିଥାଏ କୁକୁର। ଆସନ୍ତୁ ଜାଣିବା।

ବନ୍ଧୁଗଣ କୁକୁରକୁ ଆଜିର ଦୁନିଆରେ ସବୁଠାରୁ ଅଧିକ ବିଶ୍ୱାସୀ ଜୀବ ମାନାଯାଏ। କୁହାଯାଏ ମଣିଷ ଆପଣଙ୍କର ଲୁଣ ଖାଇ ଆପଣଙ୍କ ସହିତ ପଛେ ବିଶ୍ୱାସଘାତକତା କରିଦେଉ କିନ୍ତୁ କୁକୁର ଥରେ ଯାହାର ରୁଟି ଖାଇଥାଏ ତ ମରିବା ପର୍ଯ୍ୟନ୍ତ ତା ସହିତ ଧୋକା କେବେବି କରିନଥାଏ କି କାମୁଡି ନଥାଏ। କୁକୁରର ବିଶ୍ୱାସକୁ ଦେଖି ଅଧିକାଂଶ ଲୋକ କୁକୁରକୁ ଘରେ ରଖିବା ବହୁତ ପସନ୍ଦ କରିଥାନ୍ତି। ଏମିତିରେ ବିଲେଇ ବି ଫାଲତୁ ଜୀବ ଅଟେ ଆଉ ବହୁତ ଲୋକ ବିଲେଇ ରଖିବାର ସୌକ ବି ରଖିଥାନ୍ତି କିନ୍ତୁ ବିଲେଇ କେବେବି କାହାରି ବିଶ୍ୱାସୀ ହୋଇନଥାଏ

ଥରେ ଆପଣ କୌଣସି କୁକୁରକୁ ଖାଇବାକୁ ଦେଇ ଦେଖନ୍ତୁ ସେ ପୁରା ଜୀବନ ଆପଣଙ୍କ ପଛରେ ଲାଞ୍ଜ ହଲେଇବ। ଠିକ ସେମିତି ବିଲେଇ ଥରେ ଆପଣ କ୍ଷୀର ଖାଇବାକୁ ଦିଅନ୍ତୁ ଆଉ ପର ଦିନ ତାକୁ ଗାଳି ଦିଅନ୍ତୁ ଦେଖିବେ ସେ ଆପଣଙ୍କୁ କାମୁଡ଼ିବାର ଚେଷ୍ଟା ନିଶ୍ଚୟ କରିବ। କୁକୁର ମଣିଷର ପ୍ରକୃତ ବନ୍ଧୁ ହୋଇଥାଏ। କୁକୁର ତାଙ୍କର ଭଲ ମନ୍ଦ ସବୁ ଭଲ ଭାବରେ ବୁଝିଥାନ୍ତି। ଆପଣ କଣ କେବେବି ଭାବିଛନ୍ତି କୁକୁର କାହିଁକି ରାତିରେ କାନ୍ଦିଥାନ୍ତି। ରାତିରେ କାନ୍ଦିବାକୁ କାହିଁକି ଅଶୁଭ ମାନାଯାଏ। ବନ୍ଧୁଗଣ ବଡ଼ ମାନଙ୍କ କଥା ଅନୁସାରେ ଯେବେବି ରାତିରେ କୌଣସି କୁକୁର କାନ୍ଦିଥାଏ ତ ସେ ଆମକୁ କାହାର ମୃତ୍ୟୁର ସୂଚନା ଦେଇଥାନ୍ତି କି ଆମ ପରିବାରରେ କାହାର ମୃତ୍ୟୁ କିମ୍ବା ନିଜର ମୃତ୍ୟୁ ହେବାକୁ ଅଛି

ଏହା ବ୍ୟତୀତ ଅନେକ ଲୋକଙ୍କର ଏହାବି ମାନ୍ୟତା ଅଛି କି କୁକୁର ଗୋଟେ ଆତ୍ମାକୁ ଦେଖି ପାରେ। ଆଉ ଆଖପାଖରେ ହେବାକୁ ଥିବା ଅନର୍ଥକୁ ପୂର୍ବରୁ ହିଁ ଅନୁଭବ କରିପାରେ। ଏମିତିରେ ଯଦି ଆପଣ ରାତିରେ କୁକୁରର କାନ୍ଦ ଦେଖନ୍ତି ତ ଏହାର ଅର୍ଥ ସେ କୌଣସି ପ୍ରେତ ଆତ୍ମା ସହିତ ଜଡିତ ଅଟେ। ହୋଇପାରେ ଏହିସବୁ କଥା ସତ୍ୟ। ହୋଇପାରେ ବୈଜ୍ଞାନିକ ଦୃଷ୍ଟିରୁ ସୂଚିତ ଏମିତି କିଛିବି ନୁହେଁ। ବୈଜ୍ଞାନିକ ମାନେ କୁକୁରକୁ ନେଇ ଅନେକ ପ୍ରକାରର ରିସର୍ଚ୍ଚ କରିଛନ୍ତି। ଯେଉଁ କାରଣରୁ ଅନେକ କଥା ସାମ୍ନାକୁ ଆସିଛି।

କୁକୁର କାନ୍ଦିବା ବୈଜ୍ଞାନିକଙ୍କ ଅନୁସାରେ କୁକୁର ଭେଡ଼ିଆ ଭଳି ବ୍ୟବହାର କରିଥାନ୍ତି। ଭେଡ଼ିଆ ପରସ୍ପରକୁ ସୂଚନା ଦେବା ପାଇଁ ହାଉଲ କରିଥାନ୍ତି। ଠିକ ସେହି ପ୍ରକାରରେ କୁକୁର ପରସ୍ପରକୁ ସଂକେତ ପହଞ୍ଚାଇବା ପାଇଁ ହାଉଲର ପ୍ରୟୋଗ କରିଥାନ୍ତି। ଆପଣ ସର୍ବଦା ଦେଖିଥିବେ କି ପ୍ରତ୍ୟକ ଗଳିରେ କିଛି କୁକୁର ରହିଥାନ୍ତି। ଏଥିପାଇଁ କୁକୁର ଯେଉଁ ଗଳିରେ ରହିଥାନ୍ତି ସେମାନେ ନିଜର ଏରିଆ ମାନିନିଅନ୍ତି।

ଏମିତିରେ ଯଦି କୌଣସି ଅଜଣା କୁକୁର ତାଙ୍କ ଏରିଆରେ ପସିବାର ଚେଷ୍ଟା କରିଥାନ୍ତି ତ ରାଗରେ ପାଗଳ ହୋଇଯାନ୍ତି ଆଉ ଅନ୍ୟ ବାକି କୁକୁର ସାଥି ମାନଙ୍କୁ ନୂଆ କୁକୁର ବିଷୟରେ କହିବା ପାଇଁ ହାଉଲ କରିବା ଆରମ୍ଭ କରିଦିଅନ୍ତି। ଗୋଟେ ପ୍ରକାରର ଦେଖାଯିବ ତ କୁକୁର ହାଉଲ କରିଥାନ୍ତି ପରସ୍ପରକୁ କଥା ଜଣେଇବା ପାଇଁ। ଆଉ ବହୁତ କୁକୁର ହାଉଲ କରିଥାନ୍ତି। ଏହାର ମତଲବ ଏହା ନୁହେଁ କି ସେମାନେ ଆପଣଙ୍କୁ କାମୁଡ଼ିବେ। ଏହାର ମତଲବ ନିଜର କଷ୍ଟ ଦୁଃଖ ଆଉ ରାଗ ଯତେଇବା ପାଇଁ ହାଉଲ କରିଥାନ୍ତି।

କୁକୁରଙ୍କ ସୋର ବାସନ ଫୋପାଡିବାର ଆବାଜ ଆସିବା ପସନ୍ଦ ନୁହେଁ। ଏମିତିରେ ସେ ଆବାଜ ଛାଡି ବିରୋଧ କରିଥାଏ। ଆଉ କୌଣସି ଅଜଣା ବ୍ୟକ୍ତି ନିଜ ଏରିଆରେ ଦେଖାଯାନ୍ତି ତ ସେ ନିଜର ସାଥି ମାନଙ୍କୁ ଜଣେଇଥାଏ ଆଉ ସେ ବ୍ୟକ୍ତି ଉପରେ ନଜର ରଖିବା ପାଇଁ ସତର୍କ କରିଥାନ୍ତି। କାରଣ ଯେମିତି ଗଳିରେ ଥିବା ଲୋକଙ୍କୁ କୌଣସି କ୍ଷତି ନଆସୁ। ତ ବନ୍ଧୁଗଣ ଏଇଠୁ ଜଣାପଡୁଛି କି ମଣିଷ ପାଖରୁ କୁକୁର କେଟେ ବିଶ୍ୱାସୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button