କ୍ରାଇମ

କୋଟି କୋଟି ଟଙ୍କା ଲୁଟି ନେଲେ ଠକ ସରକାରୀ ଶିକ୍ଷକ, ଅଭିଯୋଗ ଆଣିଲେ ହିତାଧିକାରୀ

ଯାଯପୁର: କିଏ ଝିଅ ବାହାଘର ପାଇଁ ଟଙ୍କା ସୁଧରେ ଲଗାଇଥିଲା ତ କିଏ ଘର କରିବା ପାଇଁ ଟଙ୍କା ଦେଇଥିଲା । କିନ୍ତୁ ଯାହାକୁ ଭରଷା କରି ଟଙ୍କା ଦେଇଥିଲେ ସେ ହିଁ ତାଙ୍କୁ ଚୂନା ଲଗେଇଛି । ଜଣେ ସରକାରୀ ଶିକ୍ଷକ ଏ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କମ ଦିନରେ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ହଡ଼ପ ହୋଇଛି  । ଯାଜପୁର ଜିଲ୍ଲା ବରୀ ବ୍ଲକ ଗମୁ ଅଞ୍ଚଳର ଜଣେ ସରକାରୀ ଶିକ୍ଷକ ଏକ ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏହି ଠକାମିରେ ଶିକାର ହୋଇଥିବା ହିତାଧିକାରୀମାନେ ଯାଜପୁର ଜିଲ୍ଲା ପ୍ରଶାସନକୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । ସରକାରୀ ଶିକ୍ଷକ ହିତାଧିକାରୀମାନଙ୍କ ହାତଲେଖା ଠାରୁ ଆରମ୍ଭ କରି ନକଲି ସୋସାଇଟି  ଫିକ୍ସ ବଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଯେହେତୁ ଠକ ଜଣଙ୍କ ଜଣେ ସରକାରୀ ଶିକ୍ଷକ ଅଛନ୍ତି ତେଣୁ ନିରୀହ ଗ୍ରାମବାସୀ ବିଶ୍ବାସ କରି ତାଙ୍କୁ ଟଙ୍କା ଦେଇଥିଲେ । କମ ଦିନରେ ଅଧିକ ସୁଧ ପାଇବାର ଲୋଭରେ ପଡି ଲକ୍ଷ ଲକ୍ଷ ଟଙ୍କା ଶିକ୍ଷକଙ୍କୁ ଦେଇଥିଲେ । ମାତ୍ର ସମୟ ଶେଷ ହେବା ପରେ ଶିକ୍ଷକଙ୍କ ପାଖକୁ ଯାଇ ଟଙ୍କା ମାଗିବାରୁ ସେ ଫେରାଇବାକୁ ସିଧା ସିଧା ମନା କରିଦେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।  ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯାଉ ନଥିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଅନ୍ୟପଟେ ଏଭଳି ଅଭିଯୋଗକୁ ନେଇ ସେହି ସରକାରୀ ଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଘଟଣାର ସତ୍ୟତା କେତେ ତାହା ତ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେଣୁ ଏ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବାକୁ ଅଭିଯୋଗକାରୀମାନେ ଦାବି କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button