ଜୀବନଶୈଳୀ

ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୪ ରାଶି ଖୋଲିବ ଭାଗ୍ୟ

Surya Grahan 2025: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ୨୦୨୫, ମାର୍ଚ୍ଚ ୧୯ ତାରିଖରେ ଶନି ମୀନ ରାଶିକୁ ଚଳନ କରିବେ।

ସେହି ଦିନ ସୂର୍ଯ୍ୟଗ୍ରହଣ ପଡୁଥିଡୁଥିବାର ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି। ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ….

ବୃଷ: ବୃଷ ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ଶନି ଶୁକ୍ରଙ୍କର ବନ୍ଧୁ ଅଛନ୍ତି। ତେଣୁ ସୂର୍ଯ୍ୟ-ପରାଗରେ ଶନିଙ୍କ ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ଚାକିରିରେ ପଦୋନ୍ନତି ମିଳିବ। ଆୟ ବୃଦ୍ଧି ହେବ। ବେକାରିମାନଙ୍କୁ ଚାକିରି ମିଳିବ। ସମାଜରେ ମାନ ସମ୍ନାନ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ସିଂହ : ସିଂହ ରାଶିର ପ୍ରଭୁ ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ପରାଗରେ ଶନିଙ୍କ ଚଳନ ଏହିରାଶିକୁ ଧନବାନ୍ କରିବ। ଏ-ହି ଅବଧି ମଧ୍ୟରେ, କ୍ୟାରିୟରରେ ଅଭୂତପୂର୍ବ ସଫଳତା ମିଳିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ବେଶ୍ ଅନୁକୂଳ ରହିବ। ବେପାର -ବାଣିଜ୍ୟରେ ଲାଭବାନ୍ ହେବେ। କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ମିଳିବ। ସେହିପରି, ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ବଡ଼ ପଦବୀ ମିଳିବାର ସମ୍ଭାବନା ରହିଛି।

ତୁଳା : ଆସନ୍ତା ବର୍ଷ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଶନି ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରାଇବେ। ଶନିଙ୍କ ଶୁଭଦୃଷ୍ଟି ପ୍ରତ୍ୟକ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କଠିନ ପରିଶ୍ରମର ଫଳ ମିଳିବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ଆୟ-ବ୍ୟୟ ସମାନ ରହିବ।

ମୀନ: ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରାଇବ। ଶନିଙ୍କ କୃପାରୁ କ୍ୟାରିୟରରେ ଅଗ୍ରଗତି କରିବେ। ଚାକିରି କରୁଥିବା ଲୋକମାନେ କ୍ୟାରୟରରେ ଅଭିବୃଦ୍ଧି ପାଇବେ। ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ପୁରୁଣା ବିନିଯୋଗରୁ ଲାଇପାଇବେ। ଏହି ସମୟ ମଧ୍ୟରେ କୌଣସି ନୂତନ ଜମି କିମ୍ବା ଘର କିଣିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button