ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଚଳଚଞ୍ଚଳ ରାଜଧାନୀ, ସୁରକ୍ଷା ସ୍ଥିତି ଯାଂଚ କଲେ ବ୍ଲାକ୍ କ୍ୟାଟ କମାଣ୍ଡୋ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସ୍ରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ରାତିରେ ରାଜଭବନରେ ରାତ୍ରିଯାପନ କରିବେ । ଏହା ପରିଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ ମୋଦୀ ।

ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ୍ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଏହାପରେ ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button