ଦେଶ ବିଦେଶ

ଦେଖନ୍ତୁ ଭିଡ଼ିଓ: ଭାରତରେ ଅଛି ଏଭଳି ଏକ ବିଚିତ୍ର ଗାଁ, ଯେଉଁଠାରେ ପୁଅଙ୍କୁ ହୁଇସିଲ୍ ମାରି ଡାକନ୍ତି ଝିଅ ଆଉ ତାପରେ…

ଭାରତ ଏକ ଏଭଳି ଦେଶ ଯେଉଁଠାରେ ଭିନ୍ନ ଭିନ୍ନ ସ୍ଥାନକୁ ଗଲେ ବିଭିନ୍ନ ପ୍ରକାରର ସମୁଦାୟ, ଭାଷା ଏବଂ ଜୀବନଶୈଳୀ ଦେଖିବାକୁ ମିଳିଥାଏ। ଭାରତରେ ଯେଉଁଭଳି ଭାବରେ ବିବିଧତା ଦେଖାଯାଏ ତାହା ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନାହିଁ। ତେବେ, ଏଭଳି ମଧ୍ୟ ଏକ ଗାଁ ରହିଛି ଯେଉଁଠାରେ ପୁରୁଷମାନଙ୍କର କୌଣସି ନାଁ ନାହିଁ।

Meghalaya

ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ ଅଟେ। ମେଘାଳୟ ସ୍ଥିତ ପୂର୍ବ ଜିଲ୍ଲାର ଖାସିହିଲର କଙ୍ଗାଖାନା ଗାଁରେ ଏଭଳି ଅଜବ ଜୀବନଶୈଳୀ ଦେଖିବାକୁ ମିଳିଥାଏ। ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନାମ ଦ୍ୱାରା ଲୋକେ ଚିନ୍ହି ଥାଆନ୍ତି। କିନ୍ତୁ, ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ହୁଇସିଲିଂ ଟ୍ୟୁନ ମାଧ୍ୟମରେ ଜଣାଯାଏ। ଏହି ଟ୍ୟୁନ ହିଁ ସେମାନଙ୍କର ପରିଚୟ ଅଟେ।

ଏହି ଗ୍ରାମରେ ପ୍ରଥମେ ଏକ ଶିଶୁ ଜନ୍ମ ହେବାପରେ ତା ପାଇଁ ଏକ ସ୍ୱତନ୍ତ୍ର ହୁଇସିଲିଂ ଟ୍ୟୁନ୍ ପ୍ରସ୍ତୁତ କରାଯାଇଥାଏ। ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁଇଟି ନାମ ରହିଛି। ଗୋଟିଏ କାଗଜପତ୍ରରେ ଦେବା ପାଇଁ ସାଧାରଣ ନାଁ, ଅନ୍ୟଟି ଏହି ସ୍ୱତନ୍ତ୍ର ଟ୍ୟୁନ୍ ଅଟେ।

ଏହି ଗ୍ରାମଟି ପାହାଡ଼ ପର୍ବତ ଦ୍ୱାରା ଘେରି ହୋଇ ରହିଥିବାରୁ ଏଠାରେ ହୁଇସିଲିଂ କରିଲେ ବହୁତ ଦୂର ପର୍ଯ୍ୟନ୍ତ ପ୍ରତିଧ୍ୱନି ଶୁଣା ଯାଇଥାଏ। ଏହି ହୁଇସିଲିଂ ଅଭ୍ୟାସକୁ ବୈଜ୍ଞାନିକମାନେ ମଧ୍ୟ ସହମତି ପ୍ରକାଶ କରିଛନ୍ତି। ତେବେ, ଏହି ଗାଁର ଲୋକେ ମଧ୍ୟ ଏବେ ଆଧୁନିକତା ଆଡକୁ ମୁହାଁଉଥିବା ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button