କ୍ରାଇମ

‘ତୁମର ଭଲ ପାଇଁ ମୁଁ ଜୀବନରେ ପ୍ରଥମଥର ନବରାତ୍ରୀ ବ୍ରତ ରଖୁଛି’: ସୁକେଶ – Utkal Mail


ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ଅଭିଯୋଗରେ ଦିଲ୍ଲୀର ମଣ୍ଡୋଳୀ ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥ‌ରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସଙ୍କ ପାଇଁ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ସୁକେଶ ଜ୍ୟାକଲିନଙ୍କୁ କହିଛନ୍ତି, ‘ ମ‌ୋର ବେବି ଅକ୍ଟୋବର ୧୫ରୁ ନବରାତ୍ରୀ ଆରମ୍ଭ ହେଉଛି। ତୁମର ଭଲ ପାଇଁ ମୁଁ ଜୀବନରେ ପ୍ରଥମଥର ନବରାତ୍ରୀ ବ୍ରତ ରଖୁଛି। ପୂରା ୯ଦିନ ଉପବାସରେ ରହିବି। କାରଣ ଆମ ଚାରିପାଖ ନକରାତ୍ମକ ରହିଛି। ମା’ଙ୍କ ଆର୍ଶୀବାଦରୁ ସବୁକିଛି ଠିକ ଅଛି। ସତ୍ୟର ଜୟ ହେବ। ଯଥାଶୀଘ୍ର ଆମେ ଦୁହେଁ ଏକାଠି ହେବା। ଯେତେ ଯାହା ହୋଇଯାଉ ଆମେ କେବେ ଅଲଗା ହେବା ନାହିଁ।

ତୁମ ପାଇଁ ଓ ମୋ ପାଇଁ ମାତା ବୈ‌‌ଷ୍ଣୋଦେବୀ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜା ବି ରଖିଛି। ଆମ ଉପରେ ହସୁଥିବା ଲୋକଙ୍କ ମୁହଁ ଚୁପ କରି ଦେବା। ଆଉ ଦେଖାଇ ଦେବା କି ସେମାନେ ଭୁଲ ଆଉ ଆମେ ଠିକ।’

ତେବେ ଜେଲରୁ ସୁକେଶଙ୍କ ଏହା ପ୍ରଥମ ଚିଠି ନୁହେଁ। ସେ ଜେଲରେ ବନ୍ଦୀ ହେବା ପରେ ମଝିରେ ମଝିରେ ଏମିତି କିଛି ଚିଠି ଲେଖି ଚାଞ୍ଚଲ୍ୟ ଖେଳାଇ ଦେଇଥାଆନ୍ତି। ନିକଟରେ ନିଜ ଓକିଲ ମାଧ୍ୟମରେ ପତ୍ର ଲେଖି ସୁକେଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଥିଲେ ।

ସୁକେଶ ନିଜ ପତ୍ରରେ କେଜ୍ରିୱାଲ ତାଙ୍କ ପରିବାରକୁ ଧମକ ଦେଉଥିବା ନେଇ ଅଭିଯୋଗ କରିଥିଲେ । ଏହା ସହିତ ପତ୍ର ଜରିଆରେ ସେ କେଜ୍ରିୱାଲଙ୍କ ଉପରେ ବହୁ ଗମ୍ଭୀର ଅଭିଯୋଗ ଲଗାଇବା ସହିତ ତାଙ୍କୁ ଧୋକାବାଜ ବୋଲି କହିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button