ଦେଶ ବିଦେଶ

ପ୍ଳେନ ରେ ବସିଥିବା ମହିଳା ଡରିଯାଇ “ତାଜା ପବନ” ଖାଇବାକୁ ଖୋଲି ଦେଲେ ଅପାତ୍କାଳୀନ ଦ୍ଵାର, ଭିଡିଓ ହେଲା ଭାଇରାଲ

ଚୀନର ଏକ ପ୍ଳେନ ରେ ଜଣେ ମହିଳା ଏମିତିକା କାମ କଲେକି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ପ୍ଳେନ ରେ ବସିଲା ପରେ ମହିଳାକୁ ବହୁତ ଅସ୍ବସ୍ତିକର ଅନୁଭବ ହେଲା । ସେଥିପାଇଁ ସେ ‘ତାଜା ପବନ’ ଖାଇବାକୁ ବୋଡିଙ୍ଗ ପୂର୍ବରୁ ଅପାତ୍କାଳୀନ ଦ୍ଵାର ଖୋଲି ଦେଲେ । ଏମିତି କରିବାରୁ ଅନେକ ୟାତ୍ରୀ ଡରି ଯାଇ ଥିଲେ । ଏହା ପରେ ଯାତ୍ରୀମାନେ ତୁରନ୍ତ କେବିନ କ୍ରୁ କୁ ଡକାଇଲେ । ସୋମବାର କୁ ଚୀନ ର ଏହି ପ୍ଳେନ ବୁହାନ ରୁ ଲେନ୍ଜହୋଉ ଶହର ପାଇଁ ଯାଉଥିଲା ।

ଏହି ଘଟଣା ଜିୟାମେନ ଏୟାରଲାଇନ୍ସ ରେ ହୋଇଥିଲା । ମିରର ଖବର କାଗଜ ଅନୁଯାଇ, ସିଟ ନବା ତୁରନ୍ତ ପରେ ମହିଳା ଡରିବା ଆରମ୍ଭ କଲେ ,ଏବଂ ତାଜା ପବନ ପାଇଁ ଅପାତ୍କାଳୀନ ଦ୍ଵାର ଖୋଲି ପକାଇଲେ । ଏମିତି କରୁଥିବା ବେଳେ ତାଙ୍କ ପାଖରେ ବସିଥିବା ଯାତ୍ରୀ ତାଙ୍କୁ ଅଟକେଇବାକୁ ଚେଷ୍ଟା କଲେ ପରନ୍ତୁ ସେ ମାନିଲେ ନାହିଁ ଏବଂ ଅପାତ୍କାଳୀନ ଦ୍ଵାର ଖୋଲି ପକାଇଲେ, ଯାହା ଦ୍ଵାରା ସବୁ ଯାତ୍ରୀ ଡଋ ଗଲେ । ସୋସିଆଲ ମିଡିଆ ରେ ଏହି ଭିଡିଓ ବହୁତ ଭାଇରଲ ହୋଇଅଛି ।

କେବିନ କ୍ରୁ ଏହି କଥା ପୋଲିସ କୁ ଜଣାଇଲା କାହିଁକିନା ଏହା ପାଇଁ କେତେ ବଡ ଦୁର୍ଘଟଣା ଘାଟି ଥାନ୍ତା । ଦ ସନ ମିଡିଆ ଅନୁସାରେ, ପୋଲିସ ମହିଳାକୁ ପ୍ଳେନ ରୁ ଓହ୍ଲାଇ ଥାନା ନେଇ ଗଲେ । ମହିଳା ର ଏହି କରନାମା କାରଣ ରୁ ଫ୍ଲାଇଟ ଘଣ୍ଟାଏ ଡେରି ରେ ଉଡିଲା ।

ଏହି ଭଳି କାମ ପାଇଁ କେତେ ପ୍ରକାର ଘଟଣା ଘଟି ଯାଇ ଥାଏ । ଲୋକଙ୍କ ସୁବିଧା ପାଇଁ ଲୋକଙ୍କୁ ନିୟମ ମାନିବା ପାଇଁ କୁହାଯାଏ ହେଲେ ଲୋକ ନିୟମ ମାନିବା ପାଇଁ ନାରାଜ । ଯେତେ ପ୍ରକାର ନିୟମ ବନା ହୋଇଛି ତାହା ଲୋକଙ୍କ ପାଇଁ ଭଲ ହେବ ଏହା ଭାବି ବନା ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button