ଦେଶ ବିଦେଶ

ନଭେମ୍ବର ୨୯ରୁ ପୁଣି ଆରମ୍ଭ ହେବ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ଯୋଜନା

ନୂଆଦିଲ୍ଲୀ: ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ନଭେମ୍ବର ୨୯ରୁ ପୁଣି ଥରେ ଆରମ୍ଭ ହେବ ‌। ଟ୍ୱିଟରର ନୂଆ ମାଲିକ ଏଲନ୍ ମସ୍କ ଏହି ସୂଚନା ଦେଇଛନ୍ତି ।

ସେ ବୁଧବାର ସକାଳେ (ଭାରତୀୟ ସମୟ) ଟ୍ୱିଟ୍ କରି କହିଛନ୍ତି – “ନଭେମ୍ବର ୨୯ରେ ଟ୍ୱିଟର ବ୍ଲୁ-ଭେରିଫାଏଡ୍ ପୁଣି ଲଞ୍ଚ ହେବ ଏବଂ ଏଥର ନିଶ୍ଚିତ କରାଯିବ ଯେ ଏହା ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ।”

ଟ୍ବିଟର ମାଲିକାନା ହାତେଇବା ପରେ ମସ୍କ ମାସିକ ୮ ଡଲାର ଚାର୍ଜ ବଦଳରେ ବ୍ଲୁ ଟିକ୍ ଭେରିଫିକେସନ୍ ଯୋଜନା ସମସ୍ତଙ୍କ ପାଇଁ ଲାଗୁ କରିଥିଲେ । କିନ୍ତୁ ଏହି ପଦକ୍ଷେପ ପରେ ବିଭିନ୍ନ ବଡ଼ ସଂସ୍ଥା, ବ୍ରାଣ୍ଡ ଓ ସେଲିବ୍ରିଟିଙ୍କ ନକଲି ତଥା ପାରୋଡି ଆକାଉଣ୍ଟ ଗୁଡ଼ିକ ମଧ୍ୟ ବ୍ଲୁ ଟିକ୍ ପାଇଥିଲେ । ଯାହା ଫଳରେ ଲୋକେ ଦ୍ବନ୍ଦ୍ବରେ ପଡ଼ିଥିଲେ । ଏହି କାରଣରୁ ୮ ଡଲାର୍ ସବସ୍କ୍ରିପସନକୁ ଟ୍ବିଟର ସାମୟିକ ବନ୍ଦ କରିଥିଲା |

ଟ୍ୱିଟର କିଣିବା ପରେ ମସ୍କ ଭେରିଫିକେସନ ପ୍ରକ୍ରିୟା ପାଇଁ ଚାର୍ଜ ଲାଗିବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ମାସକୁ ଆଠ ଡଲାର ଫି ଧାର୍ଯ୍ୟ କରାଯାଇଥିଲା।

ଏହାଛଡ଼ା ଏଲୋନ୍ ମସ୍କ ଟ୍ୱିଟରର ନୂଆ ମାଲିକ ହେବା ପରେ ବହୁ ସଂଖ୍ୟକ ଲୋକଙ୍କୁ କମ୍ପାନୀରୁ ବରଖାସ୍ତ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button