ଦେଶ ବିଦେଶ

ରାମନବମୀରେ ଉଦ୍‌ଘାଟନ ହେବ ଦେଶର ପ୍ରଥମ ଲିଫ୍ଟ ସି ବ୍ରିଜ୍

ନୂଆଦିଲ୍ଲୀ: ଆଗାମୀ ରାମନବମୀ ଅବସରରେ ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ରେଳ ସେତୁ ‘ନୂତନ ପମ୍ବାନ ସେତୁ’କୁ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ୨.୦୫ କିଲୋମିଟର ଲମ୍ବର ଏହି ଢାଞ୍ଚା ପୁରୁଣା ପମ୍ବାନ ବ୍ରିଜ୍‌ର ସ୍ଥାନ ନେବ, ଯାହା ୨୦୨୨ରେ କ୍ଷୟଜନିତ କାରଣରୁ ବନ୍ଦ ହୋଇଯାଇଥିଲା। ରେଳ ବିକାଶ ନିଗମ ଲିମିଟେଡ୍ (ଆର୍‌ଭିଏନ୍ଏଲ୍) ଦ୍ୱାରା ୨୭୯.୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ସେତୁ ଭାରତୀୟ ମୁଖ୍ୟଭୂମି ଓ ରାମେଶ୍ୱରମ୍ ଦ୍ୱୀପ ମଧ୍ୟରେ ରେଳ ଯୋଗାଯୋଗ ବୃଦ୍ଧି କରିବ।

ଏହା କିପରି କାର୍ଯ୍ୟ କରେ?
ନୂତନ ପମ୍ବାନ୍ ସେତୁରେ ଏକ ଅଭିନବ ଭୂଳମ୍ବ ଲିଫ୍ଟ ମେକାନିଜମ୍ ରହିଛି ଯାହା ଏକ କେନ୍ଦ୍ରୀୟ ଅଂଶକୁ ୨୨ ମିଟର ଉଚ୍ଚତା ପର୍ଯ୍ୟନ୍ତ ଭୂଲମ୍ବ ଭାବରେ ଉଠିବାକୁ ଅନୁମତି ଦେଇଥାଏ। ଏହି ଡିଜାଇନ୍ ଦ୍ୱାରା ସାମୁଦ୍ରିକ ଯାନବାହନ ପୋଲ ତଳ ଦେଇ ମୁକ୍ତ ଭାବରେ ଯାତାୟାତ କରିପାରିବେ ଏବଂ ପାକ୍ ଷ୍ଟ୍ରେଟ୍ ଦେଇ ଯାତାୟାତ ସୁଗମ ହୋଇପାରିବ। ଭର୍ଟିକାଲ୍ ଲିଫ୍ଟ ସିଷ୍ଟମ୍ ଏକ ଇଲେକ୍ଟ୍ରୋ-ମେକାନିକାଲ ମେକାନିଜମ୍ ବ୍ୟବହାର କରି କାର୍ଯ୍ୟ କରେ। ଏହା ମାତ୍ର ପାଞ୍ଚ ମିନିଟ୍‌ରେ ଉଠିପାରିବ ଏବଂ ଟ୍ରେନ୍ ସେବାରେ ପ୍ରାୟ ବାଧା ସୃଷ୍ଟି କରିବ ନାହିଁ। ଏହି ଡିଜାଇନ୍ ନିରାପତ୍ତା ଓ ଦକ୍ଷତା ବଜାୟ ରଖିବା ସହିତ ଭାରୀ ଓଜନ ପରିବହନକୁ ଅନୁମତି ଦିଏ। ଆଧୁନିକ ରେଳ ମାନକୁ ପ୍ରତିଫଳିତ କରି ଡବଲ ଟ୍ରାକ୍ ଓ ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରିବା ପାଇଁ ନୂତନ ପମ୍ବାନ୍ ବ୍ରିଜ୍ ଡିଜାଇନ୍ କରାଯାଇଛି। ନଭେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶିଳାନ୍ୟାସ କରିଥିଲେ ଏବଂ କୋଭିଡ ସମୟରେ ବି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button