କ୍ରାଇମ

ବାଇକ୍ ପାର୍କିଂକୁ ନେଇ ଝଗଡ଼ା ହେବାରୁ କିଛି ଘଣ୍ଟା ପରେ ଘରକୁ ଆସି ଯୁବକଙ୍କୁ ଛୁରୀ ଭୁସିଲେ ୬ଦୁର୍ବୃତ୍ତ – Utkal Mail


ନୂଆଦିଲ୍ଲୀ: ବାଇକ୍ ପାର୍କିଂକୁ ନେଇ ଝଗଡ଼ା ହେବାରୁ କିଛି ଘଣ୍ଟା ପରେ ଘରକୁ ଆସି ଯୁବକଙ୍କୁ ଛୁରୀ ଭୁସିଲେ ୬ଦୁର୍ବୃତ୍ତ। ଦିଲ୍ଲୀର ସରିତା ବିହାର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ୬ଦୁର୍ବୃତ୍ତ, ମୃତକଙ୍କ ଘରକୁ ପଶି ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପତ୍ନୀ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରଉଚରା କରୁଛି। ମୃତକଙ୍କ ନାମ ଅରବିନ୍ଦ ମଣ୍ଡଳ ବୋଲି ଚିହ୍ନଟ କରାଯାଇଛି।

ପୁଲିସର ସୂଚନା ମୁତାବକ, ଘଟଣାଟି ଘଟିଥିଲା ଶୁକ୍ରବାର। ଅରବିନ୍ଦ ନିଜର ବାଇକ୍ ପାର୍କ କରୁଥିବା ‌ବେଳେ ତାଙ୍କର ୨ଜଣ ପଡୋଶୀଙ୍କ ସହ ଝଗଡ଼ା ହୋଇଥିଲା। କିଛି ସମୟ ପରେ ୨ପକ୍ଷ ନିଜ ନିଜ ଘରକୁ ଚାଲିଯାଇଥିଲେ। ହେଲେ କିଛି ଘଣ୍ଟା ପରେ ଅରବିନ୍ଦଙ୍କ ପଡୋଶୀ ନିଜ ସାଙ୍ଗମାନଙ୍କୁ ନେଇ ଅରବିନ୍ଦଙ୍କ ଘରକୁ ଯାଇଥିଲେ। ଘର ଭିତରକୁ ଯିବା ପରେ ୬ଜଣ ଦୁର୍ବୁତ୍ତ ଅରବିନ୍ଦଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଏହା ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଏହି ଆକ୍ରମଣ ସମୟରେ ଅରବିନ୍ଦଙ୍କ ପତ୍ନୀ ଓ ପୁଅ ଘରେ ଥିଲେ। ପତ୍ନୀ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଅରବିନ୍ଦଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

କୁହାଯାଉଛି ଯେ, ପୂର୍ବରୁ ମଧ୍ୟ ୨ପକ୍ଷଙ୍କର ଝଗଡ଼ା ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button