ଜୀବନଶୈଳୀ

ଘାସ ଉପରେ ଖାଲି ପାଦରେ ଚାଲିବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଜାଣିଛନ୍ତି କି?

ସ୍ୱାସ୍ଥ୍ୟ ପାଇଁ ଚାଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗ୍ରୀଷ୍ମ ପ୍ରାରମ୍ଭରେ ପାର୍କରେ ଚପଲ ନ ପିନ୍ଧି ସବୁଜ ଘାସ ଉପରେ ଚାଲିବା କେବଳ ମାନସିକ ଶାନ୍ତି ଦେଇନଥାଏ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଯଦି ଆପଣ walk ଦ୍ୱାରା ଆପଣଙ୍କର ଶାରୀରିକ ଏବଂ ମାନସିକ ସ୍ୟାସ୍ଥ୍ୟ ବଜାୟ ରଖିବାକୁ ଚାହାଁନ୍ତି, ତେବେ ପାର୍କକୁ ଯାଆନ୍ତୁ ଏବଂ ସବୁଜ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ । ସବୁଜ ସ୍ଥାନ ମଧ୍ୟରେ ସକାଳେ ଚାଲିବା କେବଳ ଚାପରୁ ମୁକ୍ତି ଦେଇନଥାଏ ବରଂ ହୃଦୟ ପାଇଁ ମଧ୍ୟ ଭଲ ଅଟେ । ହୃଦୟ ରୋଗୀମାନେ ସବୁଜ ଘାସରେ ଚାଲିବା ଦ୍ୱାରା ଉପକୃତ ହୁଅନ୍ତି ।

ଘାସ ଉପରେ ଖାଲି ପାଦରେ ଚାଲିବାର ସ୍ୱାସ୍ଥ୍ୟ ଉପକାର କ’ଣ?

ଅଧ୍ୟୟନରେ ଏହା ପରାମର୍ଶ ଦିଆଯାଇଛି ଯେ ଯଦି ଆପଣ ରାତିରେ ଶୋଇପାରୁ ନାହାଁନ୍ତି, କିମ୍ବା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରୁହନ୍ତି, ତେବେ ଆପଣ ପାର୍କରେ ଖାଲି ପାଦରେ ଚାଲିବା ଉଚିତ୍ । ଅନିଦ୍ରା ସମସ୍ୟାର ଚିକିତ୍ସା ପାଇଁ, ଆପଣ ପ୍ରତିଦିନ ସକାଳେ ପ୍ରାୟ 30 ମିନିଟ୍ ପାଇଁ ଘାସ ଉପରେ ଖାଲି ପାଦରେ ଚାଲନ୍ତୁ ।

ଭିଟାମିନ୍ D ର ଅଭାବ ପୂରଣ ହୁଏ :

ଯଦି ଆପଣ ସକାଳର ସୂର୍ଯ୍ୟ ଉଦୟ ସମୟରେ ଚାଲିବାକୁ ଯାଆନ୍ତି, ତେବେ ଆପଣଙ୍କ ଶରୀରକୁ ଭିଟାମିନ୍ ଡି ମଧ୍ୟ ମିଳିଥାଏ । ଭିଟାମିନ୍ ଡି ରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥିବା ଜଣା ପଡିଛି । ଯାହା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ମାନସିକ ଚିନ୍ତା ବା ଚାପରୁ ମୁକ୍ତି :

ଯଦି ଆପଣ ପାର୍କରେ ଖାଲି ପାଦରେ ଚାଲନ୍ତି ତେବେ ଆପଣଙ୍କର ମାନସିକ ସ୍ୟାସ୍ଥ୍ୟ ଭଲ ରହେ ।

ହୃଦୟ ସୁସ୍ଥ ରହେ :

ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପାର୍କରେ ସବୁଜ ଘାସ ଉପରେ ଚାଲିବା ହୃଦୟ ପାଇଁ ଭଲ ଅଟେ। ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ଠାରୁ ଆରମ୍ଭ କରି ହରମୋନ୍ ନିର୍ଗମନ ପର୍ଯ୍ୟନ୍ତ ସବୁକିଛି ଚାଲିବା ଉପରେ ନିର୍ଭର କରେ । ଯେତେବେଳେ ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାମ କରେ, ସେତେବେଳେ ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଖାଲି ପାଦରେ ଚାଲିବା ଦୃଷ୍ଟିଶକ୍ତିରେ ଉନ୍ନତି ଆଣେ :

ଯେତେବେଳେ ଆମେ ଚାଲିବା, ଆମର ଦ୍ୱିତୀୟ ଏବଂ ତୃତୀୟ ଆଙ୍ଗୁଠି ଉପରେ ଚାପ ସର୍ବାଧିକ । ଏହି ଦୁଇଟି ଆଙ୍ଗୁଠି ରେ ମ୍ୟାକ୍ସିଲାରୀ ସ୍ନାୟୁ ପ୍ରଣାଳୀ ରହିଥାଏ, ଯାହା ଆଖିର କାର୍ଯ୍ୟକୁ ଉତ୍ସାହିତ କରିଥାଏ । ତେଣୁ ଘାସ ଉପରେ ଖାଲି ପାଦରେ ଚାଲିବା ଆପଣଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ଆଣେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button