ଦେଶ ବିଦେଶ
ମାନବଜାତିର କଲ୍ୟାଣ: ‘ଆଦିତ୍ୟ ଏଲ୍ ୧’ର ସଫଳ ଉତ୍କ୍ଷେପଣ ପ୍ରସଙ୍ଗରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ – Utkal Mail
ନୂଆଦିଲ୍ଲୀ: ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲ ରୂପେ ଜାଣିବା ପାଇଁ ଆମର ବୈଜ୍ଞାନିକ ପ୍ରଚେଷ୍ଟା ଚାଲିବ ବୋଲି ଆଜି ‘ଇସ୍ରୋ’ର ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ ଏଲ୍ ୧’ର ସଫଳ ଉତ୍କ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ତା’ର ମହାକାଶ ଯାତ୍ରା ଜାରି ରଖିଛି। ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍୧’ର ସଫଳ ଉତ୍କ୍ଷେପଣ ଲାଗି ‘ଇସ୍ରୋ’ରେ ଥିବା ଆମ ବୈଜ୍ଞାନିକ ଓ ଇଞ୍ଜିନିୟର୍ମାନଙ୍କୁ ଅଭିନନ୍ଦନ ଜଣାଉଛି। ସମଗ୍ର ମାନବଜାତିର ମଙ୍ଗଳ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲରୂପେ ବୁଝିବା ଲାଗି ଆମର ନିଷ୍ଠାପର ବୈଜ୍ଞାନିକ ପ୍ରଚେଷ୍ଟା ଚାଲୁରହିବ।