ବିଚାର

ପୁରୁଷ ମାନେ ପ୍ରଥମ ଦେଖାରେ ଏହି ନାମର ଝିଅମାନଙ୍କ ପ୍ରେମରେ ପଡ଼ି ଯାଇଥାନ୍ତି। ଜାଣନ୍ତୁ କେଉଁ ନାମ

ଯେପରି କୌଣସି ବ୍ୟକ୍ତିର ରାଶିରୁ ବା ଗ୍ରହ ନକ୍ଷତ୍ର ମାନଙ୍କର ସ୍ଥିତି ଦେଖି ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ସେହିପରି କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ଚାଲିଚଳନ, ସ୍ଵଭାବ, ଗୁଣ, ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ତେଣୁ ଜଣେ ବ୍ୟକ୍ତି ପାଇଁ ତାର ନାମ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଏହି ଆମେ ଆପଣଙ୍କୁ କିଛି ଖାସ ନାମ ବିଶିଷ୍ଟ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରଥମ ଦେଖାରେ ନିଜ ଜୀବନସାଥୀଙ୍କର ମନ ଜିଣି ନେଇଥାନ୍ତି। ଏହାସହିତ ଏମାନେ ନିଜ ଶାଶୂଘରେ ରାଣୀ ହୋଇ ରହିଥାନ୍ତି। କହିବାକୁ ଗଲେ, ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ ଏବଂ ଜଣେ ଉତ୍ତମ ଜୀବନସାଥୀ ପାଇବା ପାଇଁ ସେମାନେ ଆଶା ରଖିଥାନ୍ତି। ତେବେ ଆସନ୍ତୁ ସେହି ଖାସ ନାମ ଥିବା ଝିଅମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

L ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର L ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସ୍ୱଭାବରୁ ବହୁତ ନିର୍ମଳ ଓ ଉତ୍ତମ ହୋଇଥାନ୍ତି। ଏହି ଝିଅମାନେ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି।ଏମାନଙ୍କ କଥାବାର୍ତ୍ତା ଏତେ ସୁନ୍ଦର ହୋଇଥାଏ ଯେ ଏମାନଙ୍କ ସହିତ ପ୍ରଥମ ଥର ମିଶିଥିବା ବ୍ୟକ୍ତି ଏମାନଙ୍କ କଥାରେ ପ୍ରଭାବିତ ହୋଇ ଯାଇଥାନ୍ତି। କହିବାକୁ ଗଲେ ଏମାନେ ଖୁବ୍ ଶୀଘ୍ର ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ପରିବାରରେ ପରମ୍ପରା ବଜାୟ ରଖିବା ପାଇଁ ଏମାନେ କଠିନ ପରିଶ୍ରମ କରିଥାନ୍ତି।

ଏହି ନାମର ଝିଅମାନେ ନିଜ କ୍ୟାରିୟରରେ ଖୁବ୍ ଆଗକୁ ବଢ଼ି ଥାଆନ୍ତି ଏବଂ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି। ଏମାନେ ବହୁତ ଖୋଲା ବିଚାରର ହୋଇଥାନ୍ତି। ପରିବାର ଲୋକଙ୍କ ପାଇଁ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନେ ସବୁ ସମ୍ପର୍କକୁ ଗୁରୁତ୍ୱ ଦେବା ସହିତ ସମ୍ମାନ କରି ଥାଆନ୍ତି

ବିବାହ ପରେ ଏହି ଝିଅମାନେ ଶାଶୂ ଘର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ଏହାସହିତ ଏମାନେ ନିଜ ସ୍ବାମୀଙ୍କୁ ସର୍ବଦା ଖୁସିରେ ରଖିବା ପାଇଁ ପ୍ରୟାସ କରିଥାନ୍ତି। ଏମାନେ ନିଜ ସ୍ବାମୀ ଓ ପରିବାର ଲୋକଙ୍କର ଯଥେଷ୍ଟ ଯତ୍ନ ନେଇଥାନ୍ତି ଏବଂ ଶାଶୂଘରେ ରାଣୀ ହୋଇ ରହିଥାନ୍ତି। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button