ଦେଶ ବିଦେଶ

ଟିମ୍‌ ଇଣ୍ଡିଆର ପ୍ରାକ୍ଟିସ ଜର୍ସିକୁ ଗୈରିକ ରଙ୍ଗ କରିଛି ବିଜେପି: ମମତା ବାନାର୍ଜୀ – Utkal Mail


କଲିକତା: ଭାରତୀୟ କ୍ରିକେଟ୍‌ ଟିମ୍‌ ର ‘ପ୍ରାକ୍ଟିସ୍‌’ ଜର୍ସି ଉପରେ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ପ୍ରସଙ୍ଗରେ ସିଏମ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ବର୍ତ୍ତମାନ ସବୁକିଛି ଗେରୁଆ ରଙ୍ଗରେ ରଙ୍ଗେଇ ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସିଏମ ବାନାର୍ଜୀ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଆମ ଭାରତୀୟ ଖେଳାଳୀଙ୍କ ପାଇଁ ମୁଁ ଗର୍ବିତ । ମୁଁ ନିଶ୍ଚିତ ଯେ ସେମାନେ ବିଶ୍ୱକପ୍‌ରେ ବିଜୟୀ ହେବେ । କିନ୍ତୁ ବିଜେପି ସେଠାରେ ମଧ୍ୟ ମୁଣ୍ଡ ପୂରାଇଛି । ଏବେ ଖେଳାଳିମାନେ ମ୍ୟାଚ୍‌ ପ୍ରାକ୍ଟିସ୍‌ ବେଳେ ନୀଳ ରଙ୍ଗ ବଦଳରେ ଗେରୁଆ ରଙ୍ଗର ଜର୍ସି ପିନ୍ଧୁଛନ୍ତି । କେବଳ ସେତିକି ନୁହେଁ ମେଟ୍ରୋ ଷ୍ଟେସନକୁ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ୍‌ କରାଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ’।

ସେ କହିଛନ୍ତି ଯେ ବର୍ତ୍ତମାନ ‘ସବୁ ଜିନିଷର ନାମ ବଦଳାଇବା…ସବୁକିଛିରେ ଗେରୁଆ ରଙ୍ଗ ଦେବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି’। ତେବେ ଟିମ୍ ଇଣ୍ଡିଆର ମ୍ୟାଚ୍ ଜର୍ସି ନୀଳ ହୋଇଥିବାବେଳେ ଅଭ୍ୟାସ ଜର୍ସି ଗେରୁଆ ରଙ୍ଗ ରହିଛି ।

ଏହାପୂର୍ବରୁ ନଭେମ୍ବର ୬ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ପ୍ରସଙ୍ଗରେ ସିଏମ ମମତା ବାନାର୍ଜୀ ତାଙ୍କ ନାମ ନ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେଲ ବର୍ଷିଥିଲେ । ମମତା ଆହୁରି କହିଛନ୍ତି ଯେ ,ମୁଁ ମୋ ନାମରେ ଷ୍ଟାଡିୟମ ନିର୍ମାଣ କରୁନାହିଁ । ମୋର କୌଣସି ପ୍ରଚାରର ଆବଶ୍ୟକତା ନାହିଁ । ମୋର ଏହା ଦରକାର ମଧ୍ୟ ନାହିଁ।


Related Articles

Leave a Reply

Your email address will not be published. Required fields are marked *

Back to top button