ସ୍ୱାସ୍ଥ୍ୟ

ଯୁବାବସ୍ଥାରେ କାହିଁକି ହୁଏ ( HEART ATTACK ) ହାର୍ଟ ଆଟାକ୍ ଜାଣନ୍ତୁ ?

ହୃତପିଣ୍ଡ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଶରୀରର ପ୍ରତ୍ୟେକ କୋଷ, ଟିସୁ ଏବଂ ଅଙ୍ଗକୁ ରକ୍ତ ସଂଚାଳନା କରିଥାଏ ହୃତପିଣ୍ଡ। ବିଭିନ୍ନ କାରଣରୁ ହୃତପିଣ୍ଡ ନିଜ କାର୍ଯ୍ୟ କରିବାରେ ଅସମର୍ଥ ହେଲେ ହୋଇଥାଏ ହାର୍ଟ ଆଟାକ୍। ତେବେ ହାର୍ଟ ଆଟାକ୍ ହେବାର କାରଣ କ’ଣ? ଏହାର ଲକ୍ଷଣ ଓ ନିରାକରଣ ଉପରେ ଡାକ୍ତର ଜେ. କେ ପାଢ଼ୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

କାହିଁକି ହୁଏ ହାର୍ଟ ଆଟାକ୍?

ମଣିଷର ହୃତପିଣ୍ଡ ଏକ ମାଂସ ପିଣ୍ଡୁଳା ସଦୃଶ। ଏହାର ଭିତର ଫମ୍ଫା ଉପରେ ମାଂସ ପିଣ୍ଡୁଳା ସଦୃଶ। ହୃତପିଣ୍ଡ ସବୁ ସମୟରେ ପମ୍ପିଂ ହୋଇଥାଏ।ରକ୍ତ ସଞ୍ଚାଳନ କରିବା ହୃତପିଣ୍ଡ ମୁଖ୍ୟ କାର୍ଯ୍ୟ। ଏହା ଶରୀରର ପ୍ରତ୍ୟେକ କୋଷ, ଟିସୁ, ମସ୍ତିଷ୍କ, କିଡନୀ ଏବଂ ଅଙ୍ଗକୁ ରକ୍ତ ସଂଚାଳନା କରିଥାଏ।ଦେହର ବିଭିନ୍ନ ଅଂଶରୁ ଦୂଷିତ ରକ୍ତ ହୃତପିଣ୍ଡର ଡାହାଣ ଅଂଶକୁ ଆସେ ଓ ହୃତପିଣ୍ଡ ସେହି ରକ୍ତଙ୍କୁ ଫୁସ୍‌ଫୁସ୍‌କୁ ସଞ୍ଚାଳନ କରିଥାଏ । ଫୁସ୍‌ଫୁସ୍‌ରେ ରକ୍ତ ବିଶୁଦ୍ଧ ହୋଇ ହୃଦୟର ବାମ ପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗକୁ ସଞ୍ଚାଳିତ ହୋଇଥାଏ ।ହୃତପିଣ୍ଡ ଯଦି ସଠିକ୍ ଭାବରେ କାର୍ଯ୍ୟ କରିବ ନାହିଁ ତେବେ ଶରୀରର ଅଙ୍ଗଗୁଡ଼ିକ ପୋଷଣ ଓ ରକ୍ତ ପାଇପାରିବ ନାହିଁ । ଫଳରେ ଶରୀରର ସମସ୍ତ କୋଷ ଓ ଟିସୁ ମରି ଯାଇଥାଏ। ଫଳରେ ହାର୍ଟ ଆଟାକ ହୋଇଥାଏ।

ହାର୍ଟ ଆଟାକ କାରଣ:-

ବଂଶଗତ କାରଣରୁ ହାର୍ଟ ଆଟାକ୍ ହୋଇପାରେ। ଯଦି ଆପଣଙ୍କ ପରିବାର ରେ କେହି ହାର୍ଟ ଆଟାକ ର ଶୀକାର ହୋଇଥାନ୍ତି ତେବେ ଆପଣଙ୍କୁ ମଧ୍ୟ ହାର୍ଟ ଆଟାକ୍ ହୋଇପାରେ। ଉଚ୍ଚ ରକ୍ତଚାପ, ଡାଇବେଟିସ ଥିଲେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥାଏ। ଧୁମ୍ରପାନ, ମଦ୍ୟପାନ ଏବଂ ଅଧିକ ଚର୍ବି ଜାତୀୟ ଖାଦ୍ୟ ସେବନ ମଧ୍ୟ ହାର୍ଟ ଆଟାକ୍ ର ଏକ ମୁଖ୍ୟ କାରଣ ହୋଇପାରେ।ହାର୍ଟ ଆଟାକ୍ ଲକ୍ଷଣ:-ପୂର୍ବ ପରି ଆପଣଙ୍କ ପାଖରେ ସାମର୍ଥ୍ୟ ନଥାଏ ଆପଣ ଯେତିକି ଚାଲୁ ଥିଲେ କାମ କରୁଥିଲେ ସେ ସବୁ କରି ପାରନ୍ତି ନାହିଁ। ଅଧିକାଂଶ ସମୟରେ ଛାତି ରେ ଯନ୍ତ୍ରଣା ଅନୁଭବ ହେବା, ହାଲିଆ ଲାଗିବା, ଧଇଁସଇଁ ହେବା, ପ୍ରବଳ ଝାଳ ବାହାରିବା, ହୃତସ୍ପନ୍ଦନ ବଢିଯିବ ଭଳି ଲକ୍ଷଣ ପ୍ରକାଶ ପାଇଥାଏ

ହାର୍ଟ ଆଟାକ୍ ନିରାକରଣ:-

ହାର୍ଟ ଆଟାକ୍ ର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଏହାକୁ ନ ଲୁଚାଇ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।ଏହା ସହିତ ଉଚ୍ଚ ରକ୍ତଚାପ ଓ ଡାଇବେଟିସ କୁ ନିୟନ୍ତ୍ରଣ କରିବେ। ରେଗୁଲାର ବ୍ୟାୟାମ କରିବେ। ଧୁମ୍ରପାନ କୁ ଆପଣ ସମ୍ପୂର୍ଣ୍ଣ ଭାବେ ବର୍ଜନ କରନ୍ତୁ। ତୈଳଯୁକ୍ତ, ଚର୍ବି ଯୁକ୍ତ ଅଧିକ ଖାଦ୍ୟ ଖାଇବେ ନାହିଁ ଫାଷ୍ଟ ଫୁଡ୍ ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ। ଏହା ଶହ ଯଦି ଆପଣଙ୍କ ପରିବାର ରେ ଜେଜେବାପା ଜେଜେମା ବାପା ଭାଇ ଏମାନଙ୍କ କାହାର ହାର୍ଟ ଆଟାକ୍ ସମସ୍ୟା ରହିଛି ତେବେ ଆପଣ ନିୟମିତ ନିଜ ହାର୍ଟ ର ଚେକଫ କରିବା ଉଚିତ୍।

Related Articles

Leave a Reply

Your email address will not be published. Required fields are marked *

Back to top button