ନୀତି

ଖେଳ ଚାଲିଥିବା ବେଳେ ଚର୍ଚ୍ଚାକୁ ଆସିଥିବା ବିରାଟଙ୍କ ଅବିକଳ ଦେଲେ ଏଭଳି ପ୍ରତିକ୍ରିୟା – Utkal Mail


ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପ ଫାଇନାଲରେ ଭାରତ  ୨୪୦ ରନରେ ଅଲଆଉଟ ହୋଇ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖିଥିଲା। ।

ମ୍ୟାଚରେ ୫୪ ରନ କରି ଆଉଟ ହୋଇଥିବା ବିରାଟ କୋହଲି ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଭାରତର ପ୍ରଥମ ବ୍ୟାଟର ଭାବେ କୌଣସି ଦିନିକିଆ ବିଶ୍ୱକପର ସେମି ଓ ଫାଇନାଲରେ ୫୦ରୁ ଅଧିକ ରନ କରିବା ସହିତ ବିଶ୍ୱର ୭ମ ବ୍ୟାଟର ଭାବେ କୀର୍ତ୍ତିମାନ ହାସଲ କରିଛନ୍ତି।

ଏହି କ୍ରମରେ ଚାରିଆଡେ ବିରାଟଙ୍କ କ୍ରେଜ ଧରିଛି। ତେବେ ଏହି ଖେଳ ପାଇଁ ନୁହେଁ ପୂର୍ବରୁ ବି ବିରାଟଙ୍କ କ୍ରେଜ ପିଲାଠାରୁବୃଦ୍ଧ  ସମସ୍ତଙ୍କ ଠାରେ ଦେଖିବାକୁ ମିଳିଛି। ଖେଳ ଚାଲିଥିବା ବେଳେ ବିରାଟଙ୍କ ସହିତ ତାଙ୍କ ଅବିକଳ ବି ଚର୍ଚ୍ଚାକୁ ଆସିଛନ୍ତି।

ବିରାଟ କୋହଲିଙ୍କ ଭଳି ଅବିକଳ ଦେଖାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି କାର୍ତ୍ତିକ ଶର୍ମା। ସେ ଚଣ୍ଡିଗଡ଼ର ବାସିନ୍ଦା ଏବଂ ବୃତ୍ତିରେ ଜଣେ ସଫ୍ଟୱୟାର ଇଞ୍ଜିନିୟର। ଅହମଦାବାଦ ଷ୍ଟାଡିୟମରେ କାର୍ତ୍ତିକଙ୍କୁ ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କ ସହ ଫଟୋ ଉଠାଇବାକୁ ଭିଡ଼ ଜମାଇ ଦେଇଥି‌ଲେ।

କାର୍ତ୍ତିକଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଖେଳାଇଲେ, ସେଥିରେ ଆପଣମାନେ କାର୍ତ୍ତିକ ଅବିକଳ ବିରାଟଙ୍କ ଭଳି କେଶ, ଦାଢି ଏବଂ ଡ୍ରେସିଂ ଷ୍ଟାଇଲ୍‌ ରଖିଥିବା ଦେଖିବାକୁ ପାଇବେ।

କାର୍ତ୍ତିକ ଏକ ସାକ୍ଷାତକାରରେ କହିଥିଲେ,‘ ବିରାଟଙ୍କୁ ମୁଁ ଆଦର୍ଶ ବୋଲି ମାନେ। କ୍ରିକେଟରେ ମୋର କ୍ୟାରିୟର କରିବାକୁ ଅନେକ ଚେଷ୍ଟା କରିଛି କିନ୍ତୁ ଅସଫଳ ରହିଛି। ଶେଷରେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଭାବେ କାମ କରୁଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button