IPL ନିଲାମୀରେ ମଲ୍ଲିକାଙ୍କ ଗୋଟିଏ ଭୁଲ ଲାଗି ୨୦ ଲକ୍ଷର କ୍ଷତି ସହିଲା RCB, ଜାଣନ୍ତୁ କେମିତି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 ପାଇଁ ମିନି ନିଲାମ ଡିସେମ୍ବର 19 ରେ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ଅକ୍ସନର୍ କାମ କରୁଥିଲେ ମଲ୍ଲିକା ସାଗର। ଏହି ସମୟ ମଧ୍ୟରେ ସେ ଏକ ଭୁଲ କରିଥିଲେ, ଯେଉଁଥିପାଇଁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ 20 ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ୱେଷ୍ଟଇଣ୍ଡିଜ୍ ଷ୍ଟାର୍ ଫାଷ୍ଟ ବୋଲର ଅଲଜାରି ଜୋସେଫଙ୍କ ପାଇଁ ନିଲାମ ଚାଲିଥିବାବେଳେ ଏହି ଭୁଲ ଘଟିଥିଲା।
ଅଲଜାରି ଜୋସେଫଙ୍କ ମୂଳ ମୂଲ୍ୟ 1 କୋଟି ଟଙ୍କା ଥିଲା ଏବଂ ଆରସିବି ଶେଷରେ ତାଙ୍କୁ 11.50 କୋଟି ଟଙ୍କାରେ କିଣିଥିଲା। ଜୋସେଫ ନିଲାମ ସମୟରେ ଆଇପିଏଲର ଦ୍ୱିତୀୟ ମହଙ୍ଗା ୱେଷ୍ଟଇଣ୍ଡିଜ୍ ଖେଳାଳି ହୋଇଥିଲେ, ତାଙ୍କ ଆଗରେ କେବଳ ନିକୋଲାସ୍ ପୁରନ୍ ରହିଥିଲେ। ପୁରନକୁ ଆଇପିଏଲ୍ 2023 ରେ ସନରାଇଜର୍ସ ହାଇଦ୍ରାବାଦ 16 କୋଟି ଟଙ୍କାରେ କିଣିଥିଲା। ଜୋସେଫଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ବିଡ୍ କରିଥିଲା। ଏହା ପରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ବିଡ୍ ରେ ସାମିଲ୍ ହୋଇଥିଲା।
ଏଭଳି ଭୁଲ୍ ପୂର୍ବରୁ ଅନେକ ଥର ଦେଖାଯାଇଛି। ପୂର୍ବ ନିଲାମରେ ମଧ୍ୟ ସମାନ ତ୍ରୁଟି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଜୋସେଫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳିଛନ୍ତି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନିଲାମରେ ସମସ୍ତ ରେକର୍ଡ ଭାଙ୍ଗି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ। ବଲିଉଡ ତାରକା ଶାହାରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଷ୍ଟାର୍କକୁ 24.75 କୋଟିରେ କିଣିଛି। ଏହା ପୂର୍ବରୁ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପାଟ କମିନ୍ସଙ୍କୁ 20.50 କୋଟିରେ କିଣିଥିଲା।