ବିଚାର

ପୂଜା କରିବା ସମୟରେ ଆପଣଙ୍କୁ ମିଳୁଛି କି ଏହି ୪ଟି ସଂକେତ? ଆଗକୁ ମିଳିବ ଖୁସି ଖବର

ମଣିଷର ପ୍ରକୃତି ଯେପରି ବି ହୋଇଥାଉ ନା କାହିଁକି, ସମସ୍ତଙ୍କ ମଧ୍ୟରେ ଭଗବାନଙ୍କ ପ୍ରତି ଭକ୍ତିଭାବ ଏବଂ ଅଧ୍ୟାତ୍ମିକ ଭାବ ରହିବା ଉଚିତ। ମଣିଷ ଦିନକ ଭିତରେ ଅତିକମ୍ ରେ ଥରୁଟିଏ ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ। କଥାରେ ଅଛି ନିର୍ମଳ ହୃଦୟରୁ ଭକ୍ତିଭାବର ସହିତ ଡାକିଲେ ଭଗବାନ ମଧ୍ୟ ଶୁଣିଥାନ୍ତି। ତେବେ, ପୂଜା କରିବା ସମୟରେ ଏଭଳି ମଧ୍ୟ କିଛି ଘଟଣା ଘଟିଥାଏ ଯାହାକି ଭଗବାନଙ୍କର ଆମ୍ଭ ଉପରେ ଥିବା କୃପା ଦୃଷ୍ଟିକୁ ଦର୍ଶାଇଥାଏ।

୧. ପୂଜା କରିବା ସମୟରେ ଯଦି ଯଦି ଆପଣ ଜଳିଥିବା ଦୀପଟିର ଶିଖା ଉପରକୁ ଉଠିବାକୁ ଲାଗିଥାଏ। ତେବେ, ଆପଣଙ୍କ ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହିଥିବା ଭାବିନେବା ଉଚିତ।

୨. ସେହିପରି ପୂଜା କରୁଥିବା ସମୟରେ ଯଦି କେହି ଆପଣଙ୍କ ପାଇଁ କୌଣସି ଶୁଭ ଖବର କିମ୍ବା ଉପହାର ନେଇ ଅସୁଥାନ୍ତି ତେବେ, ତାହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ ଅଟେ।

୩. ପୂଜା କରୁଥିବା ସମୟରେ ଯଦି ଭଗବାନଙ୍କୁ ଅର୍ପଣ କରିଥିବା ଫୁଲଟି ଆପଣଙ୍କ ଉପରେ ଖସି ପଡେ ତେବେ ଆପଣଙ୍କର ମନୋସ୍କାମନା ଅବଶ୍ୟ ପୁରଣ ହେବ।

୪. ପୂଜା କରୁଥିବା ସମୟରେ ବ୍ରାହ୍ମଣ ବା ଭିକାରି ଘରକୁ ଆସିଲେ ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ। ଏଭଳି ଲୋକଙ୍କୁ ଖାଲି ହାତରେ ଯିବାକୁ ଦେବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button