ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା, ଦିନ ୧୨ଟା ୧୫ ଯାଏ ଗୃହକୁ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ଆଇନ ଶୃଙ୍ଖଳା ତାତି। ଆରମ୍ଭରୁ ହଟ୍ଟଗୋଳ । ଚାଲି ପାରିଲାନି ଗୃହ କାର୍ଯ୍ୟ । ଦିନ ୧୨ଟା ୧୫ ଯାଏ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ନାରବାଜି କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ। ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେଡି ବିଧାୟକ ହଟ୍ଟଗୋଳ କରିଥିଲେ। ଗୃହର ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ବିରୋଧୀ। ଫଳରେ ଗୃହକୁ ଦିନ ୧୨ଟା ୧୫ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚିସ୍ପତି। ସୋମବାର ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ।
ଏହାସହ ବିଜେଡି ବିଧାୟକ ମଧ୍ୟ ଆଇନଶୃଙ୍ଖଳା ବିଗିଡିବା ନେଇ ଗୃହ ଭିତରେ ହୋହଲ୍ଲା କରିଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ବିଧାନସଭାର ପ୍ରଶ୍ନକାଳ ଚାଲିଥିବା ବେଳେ ବାଚସ୍ପତି ବାରମ୍ବାର ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ସିଟ୍ ବସିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀମାନେ ନିଜ ନିଜ ଜିଦ୍ରେ ଅଟଳ ରହିଥିଲେ ।