କ୍ରାଇମ

ୟୁପିଆଇ ନେଣଦେଣର ନୂଆ ନିୟମ: ଅନ୍‌ଲାଇନ୍‌ ପେମେଣ୍ଟ୍‌ ପାଇଁ ଅପେକ୍ଷା କରିବାକୁ ହେବ ୪ ଘଣ୍ଟା – Utkal Mail


ମୁମ୍ବାଇ: ଅନଲାଇନ୍ ଠକେଇ ଆଜିକାଲି ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ପ୍ରତିଦିନ କେଉଁଠି ନା କେଉଁଠି ଅନ୍‌ଲାଇନ୍‌ ଠକାମୀରେ ଶିକାର ହେଉଛନ୍ତି ଲୋକ। ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଅନେକ ଉଦ୍ୟମ କରୁଛନ୍ତି। ଅନଲାଇନ୍ ଠକାମୀକୁ ରୋକିବା ପାଇଁ ନୂତନ ନିୟମ ମଧ୍ୟ ପ୍ରସ୍ତୁତ କରାଯାଉଛି, ଯେଉଁଥି ପାଇଁ ଅନେକ ପ୍ରସ୍ତାବ ମଧ୍ୟ ମିଳିଛି। ଯଦି ଏହି ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ହୁଏ, ତେବେ ଅନଲାଇନ୍ ଠକାମୀର ମାମଲା ହ୍ରାସ କରାଯାଇପାରେ। ହେଲେ କିଛି ମାତ୍ରାରେ ଆମକୁ ଅସୁବିଧାର ବି ସମ୍ମୁଖୀନ ହେବାକୁ ପଡ଼ିବ। ଚାଲନ୍ତୁ ସେ ସଂପର୍କରେ ଭଲ କରି ଜାଣିବା।

ସରକାରଙ୍କୁ ଏକ ପ୍ରସ୍ତାବ ମିଳିଛି, ଯେଉଁଥିରେ ୟୁପିଆଇ କାରବାରକୁ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ଅଧୀନରେ, ଯଦି ଆପଣ ପ୍ରଥମ ଥର ପାଇଁ କାହାକୁ ୨୦୦୦ରୁ ଅଧିକ ଟଙ୍କା ଅନଲାଇନ୍ ପେମେଣ୍ଟ କରୁଛନ୍ତି, ତେବେ ଏହା ୪ ଘଣ୍ଟା ବିଳମ୍ବରେ ଗ୍ରହୀତାଙ୍କ ନିକଟକୁ ଯିବ। ଏହା କିଛି ମାତ୍ରାରେ ଠକମାନଙ୍କୁ ଧରିବାରେ ସହଯୋଗ କରିବ।

ତେବେ ଏପରି ହେଲେ ଅନେକ ସମସ୍ୟା ବି ଉପୁଜିପାରେ। କାରଣ ଜେତରାତି କିମ୍ବା ‌ଅନ୍ୟ ଦାମୀ ସାମଗ୍ରୀ କିଣିଲା ବେଳେ ଯଦି ବିଲ୍‌ ୨ ହଜାର ଟଙ୍କାରୁ ଅଧିକ ହୁଏ ତ ଗ୍ରାହକ କିପରି ପୈଠ କରିବେ?

ବର୍ତ୍ତମାନ ସମୟରେ କାହାକୁ ୫୦୦୦ ଟଙ୍କାରୁ ଅଧିକ ପଠାଇ ହେବ ନାହିଁ। ୫ ହଜାର ଟଙ୍କା ପଠାଇବାର ୨୪ ଘଣ୍ଟା ପରେ ଯାଇ ୫୦୦୦୦ ଟଙ୍କା ପଠାଇ ହେବ।ଆରବିଆଇ ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ବର୍ଷରେ ମୋଟ ୧୩,୨୫୨ ଠକେଇ ଦେୟ ସାମିଲ୍‌ ହୋଇଛି। ଏହି ଠକେଇରେ ୪୯ ପ୍ରତିଶତ କିମ୍ବା ୬,୬୫୯ କୋଟି ଡିଜିଟାଲ ପେମେଣ୍ଟ ଅନ୍ତର୍ଭୁକ୍ତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button