ବ୍ୟବସାୟ

ଆସନ୍ତା ବିବାହ ଋତୁରେ ଦେଶରେ ହେବ ୩୫ ଲକ୍ଷ ବିବାହ, ୪.୨୫ ଲକ୍ଷ କୋଟିର କାରବାର – Utkal Mail


ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଚାଲିଥିବାବେଳେ ତାପରେ ଆସିବ ବିବାହ ଋତୁ । ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାରେ ଉଭୟ ପାର୍ବଣ ଓ ବିବାହ ଋତୁର ବିଶେଷ ମହତ୍ବ ରହିଛି । ଦେଶରେ ବିବାହ ଋତୁ ନଭେମ୍ବର ୨୩, ୨୦୨୩ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ  (ମାର୍ଗଶୀର ମାସ) ଚାଲିବ । ଆଉ ଏକ ଆକଳନ ଅନୁଯାୟୀ, ଏହି ବିବାହ ଋତୁରେ ସାରା ଦେଶରେ ପ୍ରାୟ ୩୫ ଲକ୍ଷ ବିବାହ ହେବ । ବିବାହ ସପିଂଠାରୁ ଆରମ୍ଭ କରି ବିବାହରେ ଅତ୍ୟାବଶ୍ୟକ ସେବା ପର୍ଯ୍ୟନ୍ତ ଏହି ବିବାହ ଋତୁରେ ୪.୨୫ ଲକ୍ଷ କୋଟି  ଟଙ୍କାର କାରବାର ହେବ ବୋଲି ଆକଳନ କରାଯାଇଛି।

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଏହି ତଥ୍ୟ ଜାରି କରିଛି। ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ସିଏଟିର ଗବେଷଣା ଶାଖା ସିଏଟି ରିସର୍ଚ୍ଚ ଆଣ୍ଡ ଟ୍ରେଡ୍ ଡେଭଲପମେଣ୍ଟ ସୋସାଇଟି ଦ୍ୱାରା ନିକଟରେ ଦେଶର ୨୦ଟି ପ୍ରମୁଖ ସହରର ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ଆଗାମୀ ଋତୁରେ  କେବଳ ରାଜଧାନୀ ଦିଲ୍ଲୀରେ ୩.୫ ଲକ୍ଷରୁ ଅଧିକ ବିବାହ ହେବାର ସମ୍ଭାବନା ରହିଛି, ଯାହା ଦିଲ୍ଲୀରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବାର ସମ୍ଭାବନା ରହିଛି। ଗତବର୍ଷ ଏହି ସମୟରେ ପ୍ରାୟ ୩୨ ଲକ୍ଷ ବିବାହ ହୋଇଥିଲା ଏବଂ ଏଥିପାଇଁ ୩.୭୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା ବୋଲି ଆକଳନ କରାଯାଇଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button