ଦେଶ ବିଦେଶ

ରାଜସ୍ଥାନରେ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବେ ଜନତା: ଧର୍ମେନ୍ଦ୍ର – Utkal Mail


ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନ ବୈଠକରେ ଯୋଗଦେଲେ

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ବାଧୀନ ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ଲୋକମାନେ ମନ ବଳାଇସାରିଛନ୍ତି ବୋଲି ଆଜି ରାଜସ୍ଥାନର ଜୟପୁରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନ ବୈଠକରେ ଯୋଗଦେଲେ
ଆଗାମୀ ୫୦ ଦିନରେ ରାଜସ୍ଥାନରେ ବିଜେପି ସରକାର ଆସିବ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫୦ ଦିନରେ ରାଜସ୍ଥାନରେ ବିଜେପି ସରକାର ଆସିବ। ରାଜସ୍ଥାନର କଂଗ୍ରେସ ସରକାରରେ ଚାଷୀଙ୍କୁ ଧୋକ୍କା ଦିଆଯାଉଛି। ଏହି ସରକାରରେ ମହିଳା ନିର୍ଯାତନା ବଢିଛି। ଯୁବପିଢିଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି। ପରୀକ୍ଷାରେ ବିଭ୍ରାଟ ହୋଇଛି। ରୋଜଗାରରେ ଦୁର୍ନୀତି ହେଉଛି। ରାଜସ୍ଥାନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଅଶୋକ ଗେହଲଟଙ୍କ ନେତୃତ୍ବରେ ଏହି ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ରାଜସ୍ଥାନର ସାଧାରଣ ଲୋକମାନେ ମନ ବଳାଇସାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ସମୟରେ କଂଗ୍ରେସ ଲୋକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ସେ ସବୁ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। କଂଗ୍ରେସ ଦଳ ଭିତରେ ଅନ୍ତକନ୍ଦଳ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି। ଲୋକମାନେ ଆଗାମୀ ନିର୍ବାଚନ ସମୟରେ କଂଗ୍ରେସ ଦଳକୁ ପ୍ରତ୍ୟାଖ୍ୟାନ କରିବେ। ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଶାସନ ଜୟପୁର ଓ ରାଜସ୍ଥାନବାସୀଙ୍କ ଆସ୍ଥାଭାଜନ ହୋଇଛି। ରାଜସ୍ଥାନବାସୀଙ୍କର ବିଜେପି ପ୍ରତି ଆଶୀର୍ବାଦ ରହିଛି।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ଜୟପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନ ବୈଠକରେ ଯୋଗ ଦେଇଥିଲେ। ସେ ଏହି ବୈଠକରେ କହିଥିଲେ ଯେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେପି ଆତ୍ମବିଶ୍ବାସର ସହ ପ୍ରସ୍ତୁତ ଅଛି। ରାଜସ୍ଥାନରେ ଜନତାଙ୍କ ଆକାଂକ୍ଷାକୁ ଭାଜପା କେବଳ ପୂରଣ କରିପାରିବ। ପ୍ରଧାନମନ୍ତ୍ରୀଙ୍କ ବିଶ୍ବସନୀୟ ନେତୃତ୍ବ, ସେବା ଏବଂ ଲୋକକଲ୍ୟାଣ ଉପରେ ସମସ୍ତଙ୍କ ଦୃଢ଼ ବିଶ୍ବାସ ଅଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button