କ୍ରାଇମ

‘ମଜାମସ୍ତିରେ ମହିଳାଙ୍କୁ ଆଲିଙ୍ଗନ କରି ସ୍ପର୍ଶ କରିବା ଅପରାଧ ନୁହେଁ’; ବ୍ରଜଭୂ‌‌‌ଷଣ – Utkal Mail


ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ଓ ଭାରତୀୟ ଜନତା ପାର୍ଟିର ସାଂସଦ ହେଉଛନ୍ତି ବ୍ରିଜଭୂଷଣ ଶରଣ ସିଂହ। ବ୍ରିଜଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ‌‌‌ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇରହିଛନ୍ତି। ଏହି ମାମଲାକୁ କେନ୍ଦ୍ର କରି ଅଦାଲତରେ ଶୁଣାଣି ବି ଚାଲିଛି। ଜୁନ ୧୫ରେ ଦିଲ୍ଲୀ ପୁଲିସ ବ୍ରଜଭୂ‌‌‌ଷଣଙ୍କ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ବିଭିନ୍ନ ଧାରା ଲାଗୁ କରାଯାଇଛି।

ବୁଧବାର କୋର୍ଟରେ ହାଜର ହେବା ସମୟରେ ବ୍ରଜଭୂଷଣ କହିଥିଲେ କି, ‘ମନରେ ଖରାପ ଭାବନା ନରଖି, ମଜାମସ୍ତିରେ ମହିଳାଙ୍କୁ ଆଲିଙ୍ଗନ କରିବା କି ସ୍ପର୍ଶ କରିବା ଅପରାଧ ହୋଇ ନଥାଏ।’

ଏପଟେ ବ୍ରଜଭୂଷଣଙ୍କ ଓକିଲ ବି ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରି କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଉ କହିଛନ୍ତି, ‘ଭାରତ ବାହାରେ କରାଯାଇଥିବା ଅପରାଧର ଶୁଣାଶି ଭାରତର ଅଦାଲତରେ କରାଯାଇପାରିବ ନାହିଁ। ଏହି ମାମଲାର ଶୁଣାଣି କରିବା ଭାରତର ଅଦାଲତର କୌଣସି ଅଧିକାର ନାହିଁ। କାରଣ କଥିତ ଭାବେ ଏହି ଅପରାଧର ଅଭିଯୋଗ ଭାରତ ବାହାରେ ହୋଇଛି।’

ବ୍ରଜଭୂଷଣଙ୍କ ମାମଲାର ଶୁଣାଣି ଗୁରୁବାର ବି ଚାଲିଛି। ଏହି ଘଟଣାକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ଅନେକ କୁସ୍ତିଯୋଦ୍ଧା ଅନେକଦିନ ପର୍ଯ୍ୟନ୍ତ ଧାରଣା ଦେଇଥିଲେ। ଏହାପରେ ପୁଲିସ ବି ଏହି ଘଟଣାକୁ କେନ୍ଦ୍ରକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button