ଦେଶ ବିଦେଶ

‘ଆଦିତ୍ୟ-ଏଲ୍‌୧’ ତିଆରି ବେଳେ ‘ଅତର’ ନ ଲଗାଇବାକୁ କଡ଼ା ନିର୍ଦେଶ ପାଇଥିଲେ ବୈଜ୍ଞାନିକ – Utkal Mail


ବେଙ୍ଗାଲୁରୁ: ସୂର୍ଯ୍ୟ ରହସ୍ୟ ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ଯାଇଥିବା ‘ଆଦିତ୍ୟ-ଏଲ୍‌୧’ ମହାକାଶଯାନ ତିଆରି କରିଥିବା ବୈଜ୍ଞାନିକମାନଙ୍କୁ ଅତର ବ୍ୟବହାର ନ କରିବା ଲାଗି କଡ଼ା ନିର୍ଦେଶ ଦିଆଯାଇଥିଲା ବୋଲି ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

‘ଆଦିତ୍ୟ’ର ମୁଖ୍ୟ ‘ପ୍ଲେଲୋଡ୍‌’ ‘ଭିଜିବ୍‌ଲ୍‌ ଏମିସନ୍‌ ଲାଇନ୍‌ କରୋନାଗ୍ରାଫ୍‌’ (ଭିଇଏଲ୍‌ସି) ତିଆରି କରୁଥିବା ବ‌େଳେ ‘ଦି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ୍‌’ (ଆଇଆଇଏ) ଟିମ୍‌ ସବୁ ପ୍ରକାର ଅତର ବା ସୁବାସିତ ‘ସ୍ପ୍ରେ’ ବର୍ଜନ କରିଥିଲେ।

Image Courtesy of India.com

ବେଙ୍ଗାଲୁରୁ ନିକଟ ହୋସ୍‌କୋଟେରେ ଥିବା ଥର୍ମୋଟେକ୍‌ କାରଖାନାରେ ‘ଭିଇଏଲ୍‌ସି’ ନିର୍ମାଣ କରାଯିବା ସହିତ ସେଥିରେ ‘ଡିଟେକ୍ଟର୍‌’ ଓ ‘ଅପ୍‌ଟିକାଲ୍‌ ଏଲିମେଣ୍ଟ୍‌’ ଆଦି ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ଖଞ୍ଜା ଯାଇଥିଲା। ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ ପ୍ରକୋଷ୍ଠରେ ଏସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସେଠାରେ ବୈଜ୍ଞାନିକ ଓ ଇଞ୍ଜିନିୟର୍‌ମାନେ ମହାକାଶଚାରୀମାନଙ୍କ ଭଳି ପୋଷାକ ପିନ୍ଧୁଥିଲେ। ସେଥିରେ ପୁଣି ସେମାନଙ୍କୁ ‘ଇଲେକ୍ଟ୍ରୋଷ୍ଟାଟିକ୍‌ ଡିସ୍‌ଚାର୍ଜ’ଦ୍ବାରା ବିଶୋଧନ ବା ନିର୍ମଳ କରାଯାଉଥିଲା। କେବଳ ସେତିକି ନୁହେଁ ‘ଭିଇଏଲ୍‌ସି’ରେ ଲାଗୁଥିବା ପ୍ରତିଟି ‘ସ୍କ୍ରୁ’ (ପେଚକଣ୍ଟା) ବି ‘ଅଲ୍‌ଟ୍ରାସୋନିକ୍‌’ ମାଧ୍ୟମରେ ପରିଷ୍କାର କରାଯାଉଥିଲା। ତେଣୁ, ଆବର୍ଜନା ମନେକରି ସେଠାରେ ଅତର ବ୍ୟବହାର ନିଷିଦ୍ଧ କରାଯାଇଥିଲା।

‘ଭିଇଏଲ୍‌ସି’ ଟେକ୍‌ନିକାଲ୍‌ ଟିମ୍‌ର ନାଗଭୂଷଣ ଏସ୍‌. କହିଛନ୍ତି, ଏହି କୋଠରିକୁ ଡାକ୍ତରଖାନା ‘ଆଇସିୟୁ’ଠାରୁ ୧ ଲକ୍ଷ ଗୁଣ ଅଧିକ ପରିଚ୍ଛନ୍ନ ରଖିବାକୁ ପଡୁଥିଲା। କୋଠରି ବିଶୋଧନ ପାଇଁ ‘ହେପା’ ଫିଲ୍‌ଟର୍‌, ‘ଆଇସୋପ୍ରୋପାଇଲ୍‌ ଆଲ୍କହଲ୍‌’ ଆଦି ବ୍ୟବହାର କରାଯାଉଥିଲା। ତେଣୁ, ଅତର ଲଗାଇ ହୋଇ ଆସିବାକୁ କାହାକୁ ଅନୁମତି ଦିଆଯାଉ ନ ଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button