କ୍ରୀଡା

ବିଶ୍ବକପ୍‌ ବିଜେତାଙ୍କୁ ମିଳିବ ୩୩ କୋଟି – Utkal Mail


ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ର ବିଜେତାକୁ ୪ ମିଲିଅନ୍‌ ଡଲାର (ପାଖାପାଖି ୩୩ କୋଟି ଟଙ୍କା) ଅର୍ଥ ପୁରସ୍କାର ମିଳିବ। ସେହିପରି ଉପବିଜେତାଙ୍କୁ ୨ ମିଲିଅନ୍‌ ଡଲାର (ପାଖାପାଖି ୧୭ କୋଟି ଟଙ୍କା) ପୁରସ୍କାର ଦିଆଯିବ ବୋଲି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଘୋଷଣା କରିଛି। ମୋଟ ପୁରସ୍କାର ରାଶି ୧୦ ମିଲିଅନ୍‌ ଡଲାର ରଖାଯାଇଛି। ସେମିଫାଇନାଲ୍‌ରେ ପରାଜିତ ଦଳକୁ ୮ଲକ୍ଷ ଡଲାର ପ୍ରଦାନ କରାଯିବ। ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ମ୍ୟାଚ୍‌ର ବିଜେତାଙ୍କୁ ୪୦ ହଜାର ଡଲାର ପ୍ରଦାନ କରାଯିବ।

ସେମିଫାଇନାଲ ପୂର୍ବରୁ ବାଦ୍‌ ପଡ଼ିଥିବା ଦଳଗୁଡିକୁ ୧ ଲକ୍ଷ ଡଲାର ଲେଖାଏଁ ରାଶି ପ୍ରଦାନ କରାଯିବାକୁ ଘୋଷଣା ହୋଇଛି। ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍‌ରେ ସମାନ ଧରଣର ପୁରସ୍କାର ବ୍ୟବସ୍ଥା କରାଯାଇଥିବାରୁ ଆସନ୍ତା ୨୦୨୫ ମହିଳା ବିଶ୍ବକପ୍‌ରେ ମଧ୍ୟ ଏହି ଧରଣର ପୁରସ୍କାର ରହିବ। ଚଳିତ ବର୍ଷ ବିଶ୍ବକପ୍‌ରେ ୧୦ ଦଳ ଅଂଶଗ୍ରହଣ କରୁଛନ୍ତି। ଭାରତ ଆୟୋଜକ ଦଳ ଭାବେ ରହିଥିଲା ବେଳେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ପାକିସ୍ତାନ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା ସ୍ବତଃ ଯୋଗ୍ୟତା ପାଇଛନ୍ତି। ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରି ବିଶ୍ବକପ୍‌ରେ ସ୍ଥାନ ପାଇଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍‌ ଏହି ବିଶ୍ବକପ୍‌ରେ ଅଂଶଗ୍ରହଣ କରୁନାହିଁ। ବିଶ୍ବକପ୍‌ରେ ୧୦ଟି ଷ୍ଟାଡିୟମ୍‌ରେ ମୋଟ ୪୮ ମ୍ୟାଚ୍‌ ଖେଳାଯିବ। ଉଦ୍‌ଘାଟନୀ ଓ ଫାଇନାଲ୍‌ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button