OnePlus 11Rରେ ଦମଦାର ଅଫର, ଫେଷ୍ଟିଭ୍ ସିଜନ ସେଲର ଉଠାନ୍ତୁ ଲାଭ

ଇ-କମର୍ସ ୱେସାଇଟ ଆମାଜନ ଗ୍ରାହକମାନଙ୍କ ପାଇଁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ ଅଫରରେ ଦମଦାର ଡିସକାଉଣ୍ଟ ଦେଉଛି । ଇ-କମର୍ସ ୱେବସାଇଟ୍ ଆମାଜନ୍ ସ୍ମାର୍ଟଫୋନରେ ଭଲ ଅଫର ଆଣିଛି । ଯଦି ଆପଣ OnePlus ର ସ୍ମାର୍ଟଫୋନ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣ ଆମାଜନ ସେଲର ଲାଭ ଉଠାଇପାରିବେ । ଦିୱାଲୀ ସେଲ୍ ଅଫରରେ ଆମାଜନ OnePlus ସ୍ମାର୍ଟଫୋନରେ ଭଲ ଡିସକାଉଣ୍ଟ ଦେଉଛି ।
ଆମାଜନ ସେଲରେ OnePlus 11Rରେ ବଢ଼ିଆ ଡିସକାଉଣ୍ଟ ମିଳୁଛି । ଏହି ଫୋନର ମୂଲ୍ୟ ୪୦ ହଜାର ଟଙ୍କା କିନ୍ତୁ ବତ୍ତର୍ମାନ ଏହାର ଦାମ୍ କମ୍ ହୋଇଛି । ଫ୍ଲାଟ୍ ଡିସକାଉଣ୍ଟ ସହିତ ଆମାଜନ ନିଜ ଗ୍ରାହକଙ୍କୁ ଫେଷ୍ଟିଭ୍ ସିଜନ ସେଲରେ ବ୍ୟାଙ୍କ ଡିସକାଉଣ୍ଟ, କ୍ୟାସବ୍ୟାକ୍ ଏବଂ ଏକ୍ସଚେଞ୍ଜ ଅଫର ମଧ୍ୟ ଦେଉଛି ।
ଯଦି ଆପଣ ନିଜ ପାଇଁ ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣ ଏହି ଫୋନକୁ କିଣି ପାରିବେ । OnePlus 11R ରେ ଉପଲବ୍ଧ ଡିସକାଉଣ୍ଟ ବିଷୟରେ ଆସନ୍ତୁ ଡିଟେଲ୍ସରେ ଜାଣିବା ।
OnePlus 11R ର ୮GB RAM ଏବଂ ୧୨୮GB ଭାରିଆଣ୍ଟ ବର୍ତ୍ତମାନ ଆମାଜନରେ ୩୯,୯୯୯ ଟଙ୍କାରେ ଲିଷ୍ଟ ଅଛି । କିନ୍ତୁ ଏହି ସ୍ମାର୍ଟଫୋନର ଦାମ୍ ଫେଷ୍ଟିଭ୍ ସିଜନ୍ ସେଲ୍ ରେ ୨୯% ହ୍ରାସ କରାଯାଇଛି । ଅଫରରେ ଆପଣ ଏହାକୁ ମାତ୍ର ୨୮,୪୯୯ ଟଙ୍କା ମୂଲ୍ୟରେ କିଣି ପାରିବେ ।
ଇ-କମର୍ସ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ବମ୍ପର ବ୍ୟାଙ୍କ ଅଫର ଦେଉଛି । ନିର୍ଦ୍ଦିଷ୍ଟ ବ୍ୟାଙ୍କ କାର୍ଡରେ ଆପଣ ସହଜରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ସେଭ୍ କରିପାରିବେ । ଏହା ବ୍ୟତୀତ ଆପଣ ଏହାକୁ ମାସିକ ୧,୨୮୩ ଟଙ୍କା EMI ରେ କିଣିପାରିବେ । ଯଦି ଆମେ ଏକ୍ସଚେଞ୍ଜ୍ ଅଫର ବିଷୟରେ କହିବା ତେବେ ପୁରୁଣା ଫୋନ୍ ଏକ୍ସଚେଞ୍ଜରେ ୨୬,୫୦୦ ଟଙ୍କା ପର୍ଯ୍ୟନ୍ତ ସେଭ୍ କରିପାରିବେ ।



