କ୍ରୀଡା

ସିଲି ପଏଣ୍ଟ୍‌: ଭାରତ ଛାଡ଼ି ପଳାଇଲେ ପାକିସ୍ତାନୀ ଉପସ୍ଥାପିକା – Utkal Mail


ହାଇଦ୍ରାବାଦ: ଆଇସିସି ଦିନିକିଆ ବିଶ୍ବକପ୍‌ର ଡିଜିଟାଲ୍‌ ଟିମ୍‌ ସଦସ୍ୟା ପାକିସ୍ତାନୀ ଉପସ୍ଥାପିକା ଜୈନାବ ଆବାସ ରାତାରାତି ଭାରତ ଛାଡ଼ି ପଳାଇଛନ୍ତି। ଅତୀତରେ ଭାରତୀୟ ତଥା ହିନ୍ଦୁ ବି‌ରୋଧୀ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀର ଜଣେ ଓକିଲ ତାଙ୍କ ବିରୋଧରେ ମାମଲା ଦାଏର କରିବା ସହ ସାମାଜିକ ଗଣମାଧ୍ୟମରେ ଜୈନାବଙ୍କୁ ପ୍ରଶଂକମାନେ ଖୁବ୍ ଧୂଲେଇ କରିଥିଲେ। କିଛି ଦିନ ତଳେ ହାଇଦ୍ରାବାଦରେ ପହଞ୍ଚିଥିବା ୩୫ ବର୍ଷୀୟା ଜୈନାବ ପାକିସ୍ତାନର ମ୍ୟାଚ୍‌ଗୁଡ଼ିକ କଭର୍ ପାଇଁ ବେଙ୍ଗାଲୁରୁ, ଚେନ୍ନାଇ, ଅହମଦାବାଦ ଗସ୍ତ କରିବା ଯୋଜନାରେ ଥିଲେ। ସାମାଜିକ ଗଣମାଧ୍ୟମରେ କଡ଼ା ସମାଲୋଚନାର ଶିକାର ହେବା ପରେ ସେ ଶୁଭେଚ୍ଛୁଙ୍କ ସୁପାରିସକ୍ରମେ ଭାରତ ଛାଡ଼ି ପଳାଇଛନ୍ତି। ତେବେ ଜୈନାବଙ୍କୁ ବିତାଡ଼ିତ କରାଯାଇନାହିଁ, ସେ ବ୍ୟକ୍ତିଗତ କାରଣରୁ ପାକିସ୍ତାନ ପଳାଇଛନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରମିଜ ରାଜା ଓ ୱାକର୍ ୟୁନିସ୍‌ଙ୍କ ଭଳି ପୂର୍ବତନ ପାକିସ୍ତାନୀ କ୍ରିକେଟର୍‌ କିନ୍ତୁ ଚଳିତ ବିଶ୍ବକପ୍‌ରେ ଭାଷ୍ୟକାର ଭୂମିକା ତୁଲାଉଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ମଧ୍ୟ ଭାରତରେ ଭଲ ସମର୍ଥନ ପାଉଥିବା ସ୍ବୀକାର କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button