ଜୀବନଶୈଳୀ

କୁଆଁରୀ ଝିଅମାନଙ୍କୁ ଧରିବା ଉଚିତ ନୁହେଁ ଶିବଲିଙ୍ଗ, ଜାଣନ୍ତୁ ଏହି ମାନ୍ୟତାର ପଛର ଥିବା କାରଣ

ହିନ୍ଦୁ ଧର୍ମରେ ଶିବଲିଙ୍ଗର ବିଶେଷ ମହତ୍ଵ ଅଛି । ସେଥିପାଇଁ ବର୍ଷ ବର୍ଷ ଧରି ଶିବଲିଙ୍ଗର ପୂଜା କରାଯାଉଛି । ଏମିତିରେ ଯେଉଁ ମନୁଷ୍ୟ ଏହାର ପୂଜା କରିଥାଏ, ତାହାକୁ ଭଗବାନ ଶିବଙ୍କର ଆଶୀର୍ବାଦ ନିଶ୍ଚିତ ପ୍ରାପ୍ତ ହୁଏ । ଶିବଲିଙ୍ଗକୁ ନେଇ ଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କୁହାଯାଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର କେହି ଜାଣି ପାରି ନାହାନ୍ତି କି ଶେଷରେ କୁଆଁରୀ କନ୍ୟାମାନଙ୍କୁ ଶିବଲିଙ୍ଗ ସ୍ପର୍ଶ କରିବା ପାଇଁ କିମ୍ବା ଶିବଲିଙ୍ଗକୁ ପୂଜା କରିବା ପାଇଁ କାହିଁକି ମନା କରାଯାଏ ।

କିନ୍ତୁ ଆଜି ଆମେ ଏହା ପଛରେ ଥିବା ସତ୍ୟତାକୁ ଆପଣଙ୍କ ଆଗରେ ଆଣିଛୁ ।

କେବେଠୁ ଆରମ୍ଭ ହେଲା ଶିବଲିଙ୍ଗର ପୂଜା ?

ପୌରାଣିକ କଥା ଅନୁସାରେ ଥରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ମଧ୍ୟରେ ଶ୍ରେଷ୍ଠତାକୁ ନେଇ ବିବାଦ ହୋଇଗଲା । ଯାହାକୁ ସମଧାନ କରିବା ଏପାଇଁ ଏକ ଦିବ୍ୟ ଜ୍ୟୋତି ପ୍ରକଟ କରାଗଲା । ଏହି ଜ୍ୟୋତିକୁ ପରେ ଜ୍ୟୋତିର୍ଲିଙ୍ଗ ମାନିକରି ବ୍ରହ୍ମା ଏବଂ ବିଷ୍ଣୁ ଭଗବାନ ଶିବଙ୍କୁ ଜଗତ ଗୁରୁ ରୂପରେ ତାଙ୍କର ଜ୍ୟୋତିର୍ଲିଙ୍ଗକୁ ପୂଜା କରିବାକୁ ଲାଗିଲେ ।

କୁଆଁରୀ ଝିଅମାନେ ସ୍ପର୍ଶ କରି ପାରିବେ ନାହିଁ ଶିବଲିଙ୍ଗକୁ

ଯେଉଁଠି ଗୋଟିଏ ପଟେ ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କର ଉପାସନା ପାଇଁ ଶିବଲିଙ୍ଗକୁ ସର୍ବଶେଷ୍ଠ କୁହାଯାଏ, ଅନ୍ୟ ପଟେ ଏହି ଧାରଣା ବହୁତ ବର୍ଷ ହେବ ପାଳନ କରାଯାଉଛି କି କୁଆଁରୀ ଝିଅମାନେ ଶିବଲିଙ୍ଗକୁ ସ୍ପର୍ଶ କରି ପାରିବେ ନାହିଁ । ଶିବଲିଙ୍ଗକୁ ସ୍ପର୍ଶ କରିବାର ଅଧିକାର କେବଳ ପୁରୁଷମାନଙ୍କୁ ଦିଆ ଯାଇଛି । କୁଆଁରୀ ଝିଅମାନେ ଏହାକୁ ପୂଜା ମଧ୍ୟ କରି ପାରିବେ ନାହିଁ । ଏହା ପଛରେ ବିଭିନ୍ନ କାରଣ ଅଛି । ଚାଳନ୍ତୁ ସେ ଗୁଡିକୁ ଜାଣିବା ।

କଣ ଅଟେ ଏହି କାରଣ ଗୁଡିକ ?

– ଏକ ପୁରୁଣା କାହାଣୀ ଅନୁସାରେ ଭଗବାନ ଶିବ ବହୁତ କଠୋର ଏବଂ ପବିତ୍ର ତପସ୍ୟାରେ ମଗ୍ନ ଥିଲେ । ଏମିତିରେ କୌଣସି ପୁରୁଷ ଏବଂ ମହିଳା ତାଙ୍କ ପାଖକୁ ଯାଉ ନ ଥିଲେ । ଏତିକି ନୁହେଁ ସେହି ସମୟରେ ଦେବୀ ଦେବତା ଏବଂ ସୁନ୍ଦର ଅପସରା ମାନେ ବି ଧ୍ୟାନ ରଖୁଥିଲେ କି ଭଗବାନ ଶିବଙ୍କର ତପସ୍ୟା ଭୁଲରେ ବି ତାଙ୍କ ଦ୍ଵାରା ଭାଙ୍ଗି ନ ଯାଉ । ଯଦି ଭୁଲରେ ତାଙ୍କ ଦ୍ଵାରା ଭଗବାନ ଶିବଙ୍କର ତପସ୍ୟା ଭାଙ୍ଗିଯାଏ ଏବଂ ତାଙ୍କ ଉପରେ ଶିବଙ୍କର କ୍ରୋଧ ବର୍ଷା ହୁଏ । ବୋଧେ ଏହି କାରଣରୁ ସେହି ସମୟରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ କୌଣସି କୁଆଁରୀ ଝିଅ ଶିବଲିଙ୍ଗକୁ ନା ହିଁ ସ୍ପର୍ଶ କରି ପାରିବେ ଏବଂ ନା ହିଁ ତାହାର ପୂଜା କରି ପାରିବେ ।

– କିନ୍ତୁ ଝିଅମାନେ ଭଗବାନ ଶିବଙ୍କୁ ଏକେଲା ପୂଜା କରିବା ପାଇଁ ମନା ଅଟେ କିନ୍ତୁ ସେ ଯଦି ଶିବ – ପାର୍ବତୀଙ୍କୁ ଏକା ସହିତ ପୂଜା କରିବେ ତେବେ ଏହା ପାଇଁ ତାଙ୍କ ମନା କରି ହେବ ନାହିଁ ।

– ଏକ ଅନ୍ୟ ଧାରଣା ଅନୁସାରେ ସମସ୍ତ ପୁରଷ ଭଗବାନ ଶିବଙ୍କର ଅଂସ ଅଟନ୍ତି । ଯେତେବେଳେ କି ଝିଅ ମାନେ ମାତା ପାର୍ବତୀଙ୍କର, ସେଥିପାଇଁ ସବୁ ଝିଅମାନେ ଶିବଲିଙ୍ଗକୁ ହାତ ଲଗାଇବା ପାଇଁ ମନା କରାଯାଇଛି କିନ୍ତୁ ସେମାନେ ଏହା ଉପରେ ପାଣି ଚଢାଇ ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button