ଜୀବନଶୈଳୀ

ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଭୁଲରେ ମଧ୍ୟ ଏହି ଦିଗକୁ ବାଛନ୍ତୁ ନାହିଁ। ନଚେତ ଘରକୁ ମାଡି ଆସିବ ଦାରିଦ୍ର୍ୟତା

ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। କାରଣ ବାସ୍ତୁ ଅନୁସାରେ ଘରେ କୌଣସି କାର୍ଯ୍ୟ ନହେଲେ, ଘରକୁ ଘୋର ସଙ୍କଟ ମାଡି ଆସିବାର ସମ୍ଭାବନା ରହିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ।

ରୋଷେଇ ଘରେ ସୃଷ୍ଟି ହେଉଥିବା ବେମାରୀ ଓ ସମସ୍ୟାର କାରଣ ହେଉଛି ରୋଷେଇ ଘରେ ସୃଷ୍ଟି ହେଉଥିବା ବାସ୍ତୁ ଦୋଷ। ଶାସ୍ତ୍ରରେ କିଛି ଏଭଳି ନିୟମ ରହିଛି ଯାହାକୁ ଅମାନ୍ୟ କଲେ ଅନେକ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ରୋଷେଇ ଘରେ ଭୁଲ ଦିଗକୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରନ୍ତି, ତାହେଲେ ଏହାର ଖରାପ ପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ଏହାସହିତ ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ଉତ୍ତର ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହାଦ୍ବାରା ଘରର ଶାନ୍ତି ଭଙ୍ଗ ହୋଇଥାଏ ଏବଂ ବାଦବିବାଦ ଲାଗି ରହେ।

– ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ ପ୍ରସ୍ତୁତ କରିବା ଦ୍ୱାରା ବ୍ୟବସାୟରେ ଲଗାତାର ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଏହାସହିତ ପରିବାର ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ। ପୈତୃକ ସମ୍ପତ୍ତି ପାଇଁ ବିବାଦ ଲାଗି ରହେ।

– ଘରର ମହିଳା ମାନେ ଖାଦ୍ୟ ରାନ୍ଧିବା ସମୟରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ ପ୍ରସ୍ତୁତ କଲେ, ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେମାନଙ୍କୁ ଅନେକ ରୋଗ ମାଗି ବସି ଥାଏ।

– ଯେଉଁ ଘରର ମହିଳା ମାନେ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି, ସେମାନେ ସର୍ବଦା ରୋଗାକ୍ରାନ୍ତ ରହିଥାନ୍ତି। ଏହାସହିତ ପରିବାର ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥାଏ।

– ଘରେ ସୁଖଶାନ୍ତି ବଜାୟ ରଖିବା ପାଇଁ ଏବଂ ରୋଗ ଆଦିରୁ ମୁକ୍ତି ପାଇବା ପାଇଁ ପୂର୍ବ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ଉଚିତ। ଏହା ଅତ୍ୟନ୍ତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ। ଏହା ପରିବାର ଲୋକଙ୍କର ଉନ୍ନତିର କାରଣ ହୋଇଥାଏ।

ଅକାଳ ମୃତ୍ୟୁ ଭୟ ଦୂର କରିବା ପାଇଁ :-

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ମୃତ୍ୟୁର ଭୟ ରହିଛି, ତାହେଲେ ସେ ପୂର୍ବ ଦିଗ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କରିବା ଉଚିତ। ଏହାଦ୍ବାରା ବ୍ୟକ୍ତିର ମନରେ ମୃତ୍ୟୁର ଭୟ ଦୂର ହେବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସାଧାରଣତଃ କହିବାକୁ ଗଲେ ପୁରାଣ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ରହିଛି କି, ଭୋଜନ ଗ୍ରହଣ କରିବା ସମୟରେ ପୂର୍ବ ଦିଗ ଆଡ଼କୁ ମୁହଁ କରିବା ଶୁଭ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button