ଦେଶ ବିଦେଶ

ପଦାର୍ଥ ବିଜ୍ଞାନରେ ୩ ଜଣ ପାଇଲେ ନୋବେଲ ପୁରସ୍କାର – Utkal Mail


ଷ୍ଟକହୋମ୍‌: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍‌ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍‌ ସାଇନ୍‌ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍‌ ଦିଆଯିବ। ନୋବେଲ୍‌ ଘୋଷଣା କରୁଥିବା ଟିମ୍‌ କହିଛନ୍ତି ଯେ, ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍‌ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍‌ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ।

ଡାଇନାମାଇଟ୍‌ ଆବିଷ୍କାରକ ତଥା ବ୍ୟବସାୟୀ ଆଲଫ୍ରେଡ୍‌ ନୋବେଲଙ୍କ ଇଚ୍ଛାରେ ସୃଷ୍ଟି ହୋଇଥିବା ବିଜ୍ଞାନ, ସାହିତ୍ୟ ଓ ଶାନ୍ତି କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଏହି ପୁରସ୍କାର ୧୯୦୧ ମସିହାରୁ ପ୍ରଦାନ କରାଯାଇଛି, ଯାହା ବୈଜ୍ଞାନିକମାନଙ୍କ ପାଇଁ ସର୍ବୋଚ୍ଚ ସମ୍ମାନ ପାଲଟିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button