ଦେଶ ବିଦେଶ

ଇଞ୍ଜିନିୟରିଂ ପଢିଥିବା ପିଲାଙ୍କ ପାଇଁ ଖୁସି ଖବର, BELରେ ଖାଲି ପଡିଛି ପଦବୀ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଏକ ବଡ଼ ନିଯୁକ୍ତି ଅଭିଯାନ ଘୋଷଣା କରିଛି ।  BEL ଟ୍ରେନି ଇଞ୍ଜିନିୟର ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ବିଶେଷ କରି ଏହି ସୁଯୋଗ ଇଞ୍ଜିନିୟରିଂ ସମାପ୍ତ କରିଥିବା ପ୍ରାର୍ଥୀଙ୍କ ପାଇଁ ରହିଛି । ଆଜିଠାରୁ ଏହି ନୁଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ବର୍ତ୍ତମାନ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ସରକାରୀ ୱେବସାଇଟ ଦେଖିପାରିବେ ।

ପଦବୀ ବିବରଣୀ : ୬୧୦

ଆବେଦନ ତାରିଖ : ଆବେଦନକାରୀ ୨୪ ସେପ୍ଟେମ୍ବରରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ଆବେଦନ କରିପାରିବେ

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୮ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ । ସଂରକ୍ଷିତ ବର୍ଗ, ଅନୁସୂଚିତ ଜାତି ଏବଂ ଜନଜାତି ପାଇଁ ୫ ବର୍ଷ ବୟସ ସୀମା ଛାଡ଼ କରାଯାଇଛି । କିନ୍ତୁ ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷର ବୟସ ସୀମା ଛାଡ଼ କରାଯାଇଛି । ଏହା ସହିତ ଦିବ୍ୟାଙ୍ଗମାନଙ୍କୁ ବୟସ ସୀମା ଛାଡ଼ କରାଯିବାର ସୁବିଧା ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ BE, BTech, କିମ୍ବା BSc ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସେମାନଙ୍କୁ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ମଧ୍ୟ ପୂରଣ କରିବାକୁ ପଡିବ, ଯାହା BEL ର ସରକାରୀ ୱେବସାଇଟରେ ଉପଲବ୍ଧ ।

ଚୟନ ପ୍ରକ୍ରିୟା : BEL ରେ ନିଯୁକ୍ତି ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟତା ଉପରେ ଆଧାରିତ ହେବ । ପ୍ରାର୍ଥୀମାନଙ୍କୁ ଏକ ଲିଖିତ ପରୀକ୍ଷା ଦେବାକୁ ପଡିବ । ଯାହା ୯୦ ମିନିଟ୍ ପର୍ଯ୍ୟନ୍ତ ରହିବ । ଏହି ପରୀକ୍ଷାରେ ୮୫ଟି ପ୍ରଶ୍ନ ରହିବ । ପ୍ରତ୍ୟେକ ସଠିକ୍ ଉତ୍ତରରେ ୧ ମାର୍କ ମିଳୁଥିବାବେଳେ ଏକ ଭୁଲ ଉତ୍ତରରେ ୦.୨୫ ମାର୍କ ରହିବ । ଏହାର ଅର୍ଥ ହେଉଛି ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀମାନଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିବାକୁ ପଡିବ ।

 ଆବେଦନ ଶୁଳ୍କ : ଜେନେରଲ, OBC ଏବଂ EWS ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ୧୭୭ ଦେବାକୁ ପଡିବ । SC, ST ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି ।

ଦରମା : ପ୍ରଥମ ବର୍ଷରେ ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ୩୦ ହଜାର ଟଙ୍କା ଦରମା ଦିଆଯିବ । ଦ୍ବିତୀୟ ବର୍ଷରେ ଦରମା ପ୍ରତି ମାସରେ ୩୫ ହଜାର ଟଙ୍କାକୁ ବୃଦ୍ଧି ପାଇବ ଏବଂ ତୃତୀୟ ବର୍ଷ ସୁଦ୍ଧା ପ୍ରତି ମାସରେ ୪୦ହଜାର ଟଙ୍କାରେ ପହଞ୍ଚିବ ।

ଆବେଦନ ପ୍ରକ୍ରିୟା :

ଇଚ୍ଛୁକ ପ୍ରାର୍ଥୀ BEL ର ସରକାରୀ ୱେବସାଇଟ୍କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ ।

ତ୍ରୁଟି ଏଡାଇବା ପାଇଁ ଆବେଦନ ଫର୍ମ ପୂରଣ କରିବା ସମୟରେ ସତର୍କ ରହିବା ଆବଶ୍ୟକ ।

ପ୍ରାର୍ଥୀମାନଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟଗୁଡ଼ିକୁ ସଠିକ୍ ଏବଂ ସ୍ପଷ୍ଟ ଭାବରେ ଅପଲୋଡ୍ କରିବାକୁ ପଡିବ ।

ଶେଷରେ ଅନଲାଇନରେ ଆବେଦନ ଶୁଳ୍କ ଦେବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button