ମନୋରଞ୍ଜନ

Sapna Choudhary ଙ୍କ ସ୍ଵାମୀ Priyanka Chopra ଙ୍କ ସ୍ୱାମୀଙ୍କ ଠାରୁ ବି ଅଧିକ ଧନୀ, ଗୁପ୍ତ ରୂପେ କରିଥିଲେ ବିବାହ

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କର ଲୋକପ୍ରିୟତା ଭାରତରେ ବହୁତ ଅଧିକ । ସେ ଜଣେ ଅଭିନେତ୍ରୀ ହୋଇ ନଥିଲେ ମଧ୍ୟ ତାଙ୍କର ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସେଲିବ୍ରେଟିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବିଗବସ୍ କ୍ଵିନ ସପନା ଚୌଧରି । ଏହି କିଛି ଦିନ ହେବ ସପନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । କାରଣ ଏହି କିଛି ଦିନ ତଳେ ସପନା ଏକ ପୁଅକୁ ଜନ୍ମ ଦେଇଛନ୍ତି ।

ସପନା ନିଜ ଡ୍ୟାନ୍ସ ଓ ସିଙ୍ଗିଙ୍ଗ ପାଇଁ ଭାରତରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସପନାଙ୍କ ପୁଅ କଥା ଶୁଣି ତାଙ୍କ ଫ୍ୟାନ୍ସ ମାନେ ଯେତିକି ଖୁସି ଅଛନ୍ତି ସେତିକି ମାତ୍ରାରେ ଦୁଃଖ ଅନୁଭବ ମଧ୍ୟ କରିଛନ୍ତି । କାରଣ ସପନା ବିବାହ କରିବାର ୧୦ ମାସ ପରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବିବାହ ବିଷୟରେ କହିଥିଲେ । ଏହା ଫଳରେ ସପନାଙ୍କୁ ବହୁତ ମାତ୍ରାରେ ଟ୍ରୋଲୀଙ୍ଗ ର ଶିକାର ହେବାକୁ ମଧ୍ୟ ପଡିଥିଲା ।

ଯାହା ଫଳରେ ସପନାଙ୍କ ସ୍ଵାମୀ ବୀର ସାହୁ ସୋସିଆଲ ମିଡିଆରେ ଆସି ଏକ ଲାଇଭ ଭିଡିଓ ଜରିଆରେ ସେହି ଟ୍ରୋଲର ମାନଙ୍କୁ ବହୁତ ବଡ ଜବାବ ଦେଇଛନ୍ତି । ବୀରଙ୍କ ମତରେ, କାହାର ନିଜସ୍ଵ ଜୀବନ ବିଷୟରେ ଏମିତି ଠିକ ଭୁଲ କଥା କହିବା ଉଚିତ ନୁହେଁ । ବୀର ଓ ସପନା ନିଜ ଇଛାରେ ବିବାହ କରିଛନ୍ତି। ସେଥିପାଇଁ ଅନ୍ୟ ଲୋକ ମାନଙ୍କୁ ଏହି ବିବାହ ସହ ଜଡିତ କୌଣସି ଭୁଲ କଥା କହିବା ଉଚିତ ନୁହେଁ ।

 

ଏହି ଲକଡାଉନ ହେବା ସମୟରେ ସପନା ବହୁତ ସମୟ ପର୍ଯ୍ୟନ୍ତ ନିଜ ଫ୍ୟାନ୍ସ ମାନଙ୍କ ଠାରୁ ଦୂରରେ ରହିଥିଲେ । ସପନାଙ୍କ ଫ୍ୟାନ୍ସ ମାନେ ବହୁତ ସମୟ ପୂର୍ବରୁ ସପନାଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ । ହେଲେ ଏହି ବର୍ଷ ସପନା ଓ ବୀରଙ୍କ ମଧ୍ୟରେ କୋର୍ଟ ମ୍ୟାରେଜ ହୋଇଥିଲା । ବିବାହ କରିବାର ୯ ମାସ ପରେ ସପନା ମା ହୋଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଥିଲା ଯେ, ବୀର ଓ ସପନା ୪ ବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ । ସେଥିପାଇଁ ସେମାନେ ବିବାହ କରିଥିଲେ । ବୀର ପେଶା ରେ ହରିୟାଣାର ଜଣେ ଆକ୍ଟର ଓ ସିଙ୍ଗର ଅଟନ୍ତି । ତାଙ୍କର ଅନ୍ୟ ନାମ ହେଉଛି ବବୁମାନ, ସ୍କୁଲ ଓ କଲେଜ ସମୟରେ ବୀର ବହୁତ ଭଲ ପାଠ ପଢୁଥିଲେ । ହେଲେ ନିଜ ଆକ୍ଟିଙ୍ଗ କାରିୟରକୁ ଦେଖି ସେ ନିଜର ଏମବିବିଏସ ପାଠକୁ ଛାଡି ୨୦୧୬ରେ ଆସିଥିବା ଆଲବମ ‘ଥାଡି ବୋଡି’ରେ ନିଜ ଭାଗ୍ୟ ବଦଳାଇ ଥିଲେ ।

ଏହି ଭିଡିଓ ଦ୍ଵାରା ସେ ବହୁତ ଅଧିକ ଫେମସ ମଧ୍ୟ ହୋଇ ଯାଇଥିଲେ । ଏହା ପରେ ୨୦୧୭ରେ ଆସିଥିବା ଭିଡିଓ ‘ରସୁ କାଲା ଜାଟ’ ଓ ‘ଆଚକ୍’ ବୀରଙ୍କ ଲୋକପ୍ରିୟତାକୁ ଦୁଇଗୁଣ ବଢାଇ ଥିଲା । ବୀର ହରିୟଣାର ଏକ ଜମିଦାର ପରିବାରର ଅଟନ୍ତି । କୋଟି କୋଟି ସମ୍ପତି ର ମାଲିକ ଅଟନ୍ତି ବୀର । ଏହି ଦୁଇଜଣଙ୍କର ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button