ଧର୍ମ

ହାତରେ ଥିବା ତିଳ ଆପଣଙ୍କ ପାଇଁ ଶୁଭ କିମ୍ବା ଅଶୁଭ , ଏଠାରେ ଜାଣନ୍ତୁ

ହସ୍ତରେଖା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ପାପୁଲିରେ ଅନେକ ପ୍ରକାରର ରେଖା ଏବଂ ଚିହ୍ନ ରହିଥାଏ। ଏହି ରେଖା ଏବଂ ଚିହ୍ନ ଗୁଡ଼ିକୁ ଅଧ୍ୟୟନ କରି ଭବିଷ୍ୟତର ଅନେକ ସୂଚନା ପ୍ରାପ୍ତ କରାଯାଇ ପାରିବ। ହସ୍ତରେଖା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ପାପୁଲିରେ ରହିଥିବା ରେଖା ବ୍ୟତୀତ ଶରୀରର ବିଭିନ୍ନ ଅଙ୍ଗରେ ଥିବା ତିଳର ମଧ୍ୟ ବହୁତ ଗୁରୁତ୍ୱ ରହିଥାଏ। ତିଳ ସାହାଯ୍ୟରେ ବ୍ୟକ୍ତିର ଭାଗ୍ୟ , ଭବିଷ୍ୟତ ଏବଂ ସ୍ଵଭାବ ବିଷୟରେ ଅନେକ ସୂଚନା ହାସଲ କରାଯାଏ । ଆଜି ଆମେ ଆପଣଙ୍କୁ ହାତର ବିଭିନ୍ନ ସ୍ଥାନରେ ରହିଥିବା ତିଳ ବିଷୟରେ କହିବାକୁ ଯାଉଛୁ ଯେ କେଉଁ ତିଳ ଶୁଭ ଏବଂ କେଉଁଟି ଅଶୁଭ ହୋଇଥାଏ ।

Google

ଯେଉଁ ମାନଙ୍କର ପାପୁଲିରେ ଗୁରୁ ପର୍ବତର ଉପରି ଭାଗରେ ତିଳ ରହିଥାଏ , ତେବେ ଏହାର ଅର୍ଥ ସେମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ଅନୁଭବ ହେବନାହିଁ। ଏହିପରି ଲୋକଙ୍କ ଜୀବନ ସୁଖ ଏବଂ ସମୃଦ୍ଧତା ସହିତ ଅତିବାହିତ ହୋଇଥାଏ। ଶନି ପର୍ବତର ଉପରେ ରହିଥିବା କୌଣସି ପ୍ରକାରର ତିଳ ବ୍ୟକ୍ତିର ସମ୍ମାନ ଏବଂ ଧନସମ୍ପତ୍ତିକୁ ସୂଚିତ କରିଥାଏ। ଶନି ପର୍ବତର ଉପରେ ଥିବା ତିଳ ବ୍ୟକ୍ତିଙ୍କୁ ସୁଖୀ ଏବଂ ଧନୀ ରହିବା ଆଡ଼କୁ ସଙ୍କେତ ଦେଇଥାଏ। ଯେଉଁମାନଙ୍କର ସାନ ଆଙ୍ଗୁଠି ଉପରେ ତିଳ ଚିହ୍ନ ରହିଥାଏ , ସେମାନଙ୍କୁ ପୈତୃକ ସମ୍ପତ୍ତି ମିଳିବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ।

Google

ସମୁଦ୍ର ଶାସ୍ତ୍ର ଅନୁଯାୟୀ , ସୂର୍ଯ୍ୟପର୍ବତ ଅର୍ଥାତ ଅନାମିକା ଆଙ୍ଗୁଠିର ତଳେ ତିଳ ରହିବାର ଅର୍ଥ ସୂର୍ଯ୍ୟ ସହିତ ସମ୍ବନ୍ଧୀୟ କ୍ଷେତ୍ର ଯେପରିକି ସାମାଜିକ ମାମଲା , ସରକାରୀ କାର୍ଯ୍ୟ ଏବଂ ଚାକିରୀରେ କଷ୍ଟ ହୋଇପାରେ। ଯେଉଁ ମାନଙ୍କର ପାପୁଲିରେ ଚନ୍ଦ୍ରପର୍ବତ ଉପରେ ତିଳ ଚିହ୍ନ ରହିଥାଏ , ସେମାନଙ୍କ ମନ ଅସ୍ଥିର ଏବଂ ଅଶାନ୍ତ ରହିଥାଏ। ଏହିପରି ବ୍ୟକ୍ତିମାନଙ୍କୁ ପ୍ରେମରେ ଧୋକା ଏବଂ ବିଫଳତା ମିଳିଥାଏ । ବିବାହ ବିଳମ୍ବରେ ହୋଇଥାଏ।

ଯେଉଁ ମାନଙ୍କର ଅନାମିକା ଆଙ୍ଗୁଠିରେ ତିଳ ରହିଥାଏ , ସେମାନେ ସରକାରୀ କ୍ଷେତ୍ରରୁ ଲାଭ ଏବଂ ସମାଜରୁ ମାନ ସମ୍ମାନ ପାଇଥାନ୍ତି। ଏହିପରି ଲୋକମାନେ ଧନୀ ହୋଇଥାନ୍ତି।

ଯେଉଁ ମାନଙ୍କର ପାପୁଲିରେ ଆଙ୍ଗୁଠିରେ ତିଳ ଚିହ୍ନ ରହିଥାଏ , ସେମାନେ କର୍ମଠ ଏବଂ ନ୍ୟାୟକୁ ସମର୍ଥନ କରିଥାନ୍ତି। କିନ୍ତୁ ଯଦି ଆଙ୍ଗୁଠି ତଳେ ଶୁକ୍ର ପର୍ବତରେ ତିଳ ହେବା ଦ୍ୱାରା ବ୍ୟକ୍ତିଙ୍କୁ ଅନେକ ପ୍ରେମ ସମ୍ପର୍କ ଏବଂ ପ୍ରେମ ହେତୁ ଜୀବନରେ ନଷ୍ଟର ଯୋଗ ହୋଇଥାଏ। ଏହିପରି ଲୋକମାନେ ସମ୍ବେଦନଶୀଳ ଏବଂ ଖର୍ଚ୍ଚାଳୁ ହୋଇଥାନ୍ତି।

ମଙ୍ଗଳ ପର୍ବତରେ ତିଳ ରହିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଅନେକ ଦୁର୍ଘଟଣା ହେବାର ସଙ୍କେତ ଦେଇଥାଏ। ଏହି ସ୍ଥାନରେ ତିଳକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ।

ବୁଧ ପର୍ବତରେ ଥିବା ତିଳ ମଧ୍ୟ ବ୍ୟକ୍ତିଙ୍କୁ ବହୁତ କ୍ଷତି ପହଞ୍ଚାଇବାର ସୂଚନା ବୋଲି ବିବେଚନା କରାଯାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button