ଦେଶ ବିଦେଶ

ବଲୁଚିସ୍ତାନରେ ବିସ୍ଫୋରଣ, ୧୦ ମୃତ

ବଲୁଚିସ୍ତାନ: ଦକ୍ଷିଣପଶ୍ଚିମ ପାକିସ୍ତାନରେ ଆଜି ବୋମା ବିସ୍ଫୋରଣ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ  ଅନେକ ଲୋକ ଆହତ ହୋଇଛନ୍ତି। ବଲୁଚିସ୍ତାନ ପ୍ରଦେଶର ହରନେଇ ଅଞ୍ଚଳରେ ଶ୍ରମିକଙ୍କୁ ଧରି ଯାଉଥିବା ଏକ ଟ୍ରକ୍‌ ଉପରକୁ ଆଇଇଡି ମାଡ଼ ହେବା ଫଳରେ  ଘଟଣାସ୍ଥଳାରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଉଛନ୍ତି ଖଣି ଶ୍ରମିକ।  ଅଧିକାଂଶ ମୃତକ ଉତ୍ତର ପଶ୍ଚିମ ସ୍ବାଟ୍‌ ଭ୍ୟାଲି  ଅଞ୍ଚଳର। ମିଳିଥିବା ସୂଚନାନୁଯାୟୀ ରାସ୍ତା କଡ଼ରେ ଏକ ଆଇଇଡି ଖଞ୍ଜା ଯାଇଥିଲା। ଟ୍ରକ୍‌ଟି ଏହି ସ୍ଥାନରେ ପହଞ୍ଚିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ହେବା ସମୟରେ ଟ୍ରକ୍‌ରେ ୧୭ ଜଣ ଶ୍ରିମକ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button