ନୀତି

ବିଦୁର ନୀତି ଅନୁସାରେ ଜାଣନ୍ତୁ ଗୋଟିଏ ଉତ୍ତମ ପୁରୁଷ ର ସ୍ଵଭାବ କିପରି ହୋଇଥାଏ ? Vidur Niti

ନମସ୍କାର ବନ୍ଧୁଗଣ ଆଜି ଆମେ ମହାତ୍ମା ବିଦୂର ଙ୍କ ଦ୍ଵାରା ରଚିତ ଏଭଳି ପୁରୁଷ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ନା ନଷ୍ଟ ହୋଇ ଥାଏ। ନା ହିଁ ତାକୁ ହରେଇ ପାରିବା ଏବଂ ନା ହିଁ ତାକୁ ଜିତି ପାରିବା। କୌଣସି ଅପ୍ସରୀ ମଧ୍ୟ ଏଭଳି ପୁରୁଷ ଙ୍କୁ ନିଜ କାବୁରେ ରଖି ପାରନ୍ତି ନାହିଁ। ବଡ଼ ବଡ଼ ମହର୍ଷି ୠଷି ମାନେ ସୁନ୍ଦରୀ ଅପ୍ସରୀ ଙ୍କ ପାଖରେ ହାର ମାନି ନେଇଥାନ୍ତି। ସୁନ୍ଦରୀ ନୟନ ଏବଂ ବଡ଼ ସ୍ତନ ରଖି ନିଜ ମୋହିନୀ ରୁପରେ ମଧ୍ୟ ଏଭଳି ପୁରୁଷ ଙ୍କୁ ନିଜ କାବୁ ରେ ରଖି ପାରନ୍ତି ନାହିଁ।

ମହାତ୍ମା ବିଦୂର ନିଜ କୃତିରେ ଏଭଳି ଉତ୍ତମ ପୁରୁଷ ଙ୍କ ବିଷୟରେ ଚାରିଟି ଏପରି ଗୁଣ କହିଛନ୍ତି ଯାହା ସେହି ପୁରୁଷ ଙ୍କୁ ଉତ୍ତମ ଏବଂ ମହାନ ପୁରୁଷ କୁହା ଯିବ।ତେବେ ଚାଲନ୍ତୁ ଜାଣି ନେବା ମହାତ୍ମା ଙ୍କ ବିଦୂର ଙ୍କର ସେହି ଚାରଟି ଗୁଣ ଗୁଡିକ କଣ କଣ ଯାହା ସେହି ପୁରୁଷ ଙ୍କୁ ଉତ୍ତମ ପୁରୁଷ କୁହାଯାଏ।

ଯଦି ଏହି ସଂସାର ରେ ଏହି ଭଳି ଗୁଣ ରହି ଥାଏ ତେବେ ସେ ଦେବ ତୁଲ୍ୟ ଏବଂ ତାକୁ କେହି ବି ହରେଇ ପାରନ୍ତି ନାହିଁ। ମହାତ୍ମା ବିଦୁର ଧର୍ମ ରାଜ ର ଅଵତାର ଥିଲେ ମାଣ୍ଡବ୍ୟ ୠଷି ଙ୍କ ଅଭିଶାପ ଯୋଗୁଁ ତାଙ୍କୁ ଜଣେ ଦାସୀ ଙ୍କ ଗର୍ଭରେ ଜନ୍ମ ନେବାକୁ ପଡିଥିଲା। ସେଥି ପାଇଁ ବିଦୁର ସମସ୍ତ ସଂସାର ର ପଶୁପକ୍ଷୀ ମନୁଷ୍ୟ ଏବଂ ବସ୍ତୁର ଭୂତ ଭବିଷ୍ୟତ ବିଷୟରେ ଆଗରୁ ହିଁ ଜାଣି ଥାନ୍ତି। ମୃତ୍ୟୁ ଲୋକ ଛାଡ଼ିବା ପୂର୍ବରୁ ବିଦୂର ଧର୍ମ ରାଜ ଯୁଧିଷ୍ଠିର ଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ। ଯାହା ଆମ ସଂସାର ପାଇଁ ଲାଭ ପ୍ରଦ।

୧- ପ୍ରଥମ ଗୁଣ ହେଉଛି ସମସ୍ତ ଙ୍କ ଭଲ ଚାହୁଁଥିବା ଵାଲା। ମହର୍ଷି ବିଦୂର କୁହନ୍ତି କି ଏଭଳି ମନୁଷ୍ୟ ଖୋଜିଲେ ମଧ୍ୟ ମିଳିବନି ଯିଏ ସମସ୍ତଙ୍କ ର ଭଲ ଚାହୁଁ ଥିବ। ସେ ନିଜ ଶତ୍ରୁ ର ମଧ୍ୟ ଭଲ ଚାହୁଁଥିବ। କାହାର ମୃତ୍ୟୁ ହୋଇ ଯାଉ କିମ୍ବା କାହାର ଖରାପ ହେଉ କ୍ଷତି ହେଉ ଏହା ଚାହାନ୍ତି ନାହିଁ। ସେହି ଭଳି ମନୁଷ୍ୟ ହିଁ ଉତ୍ତମ ପୁରୁଷ ଯିଏ ନିଜର କଥା କୁ କାହା ଉପରେ ଥୋପନ୍ତି ନାହିଁ।

୨- ଦ୍ୱିତୀୟ ଗୁଣ ହେଉଛି କଷ୍ଟ ରେ ଦେଖି ପାରନ୍ତି ନାହିଁ। ବିଦୂର ଙ୍କ ଅନୁସାରେ ଯିଏ ଅନ୍ୟ କୁ କେବେବି କଷ୍ଟରେ ଦେଖି ପାରନ୍ତି ନାହିଁ ଏବଂ କାହାକୁ ଦୁଃଖରେ ଦେଖିଲେ ନିଜେ ମଧ୍ୟ ଦୁଃଖୀ ହୋଇ ଯାଆନ୍ତି ଏବଂ ସାହାର୍ଯ୍ୟ କରନ୍ତି ଏଭଳି ମନୁଷ୍ୟ ମଧ୍ୟ ଜଣେ ଉତ୍ତମ ବ୍ୟକ୍ତି ହୋଇ ଥାଆନ୍ତି।

୩- ତୃତୀୟ ଗୁଣ ହେଉଛି ସତ୍ୟ ବଚନୀ। ବିଦୂର ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସର୍ଵଦା ସତ କୁହେ।ସେ କେଉଁ ଭଳି ମଧ୍ୟ ପରିସ୍ଥିତି ଆସୁ ଅଥବା ଯେତେ ସମସ୍ୟା ଏବଂ ଅସୁବିଧାରେ ପଡ଼ିଲେ ମଧ୍ୟ କେବେବି ମିଥ୍ୟା ନ କହି ସର୍ଵଦା ସତ୍ୟ କୁ ଆପଣାଇ ଥାଆନ୍ତି ସେହି ଭଳି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ହୋଇ ଥାଆନ୍ତି।

୪- ଚତୁର୍ଥ ଗୁଣ ହେଉଛି ଜିତେନ୍ଦ୍ରୀୟ। ବିଦୂର ଙ୍କ ଅନୁସାରେ ଜିତେନ୍ଦ୍ରୀୟ ଗୁଣ ଥାଏ। ସେହି ପୁରୁଷ କୁ କୌଣସି ବି ନାରୀ ନିଜ କାବୁ ରେ ରଖି ପାରେ ନାହିଁ। ଏମାନେ ନିଜର କାମ ମୋହ ଏବଂ ବାସନା କୁ ନିଜ ନିୟନ୍ତ୍ରଣ ରେ ରଖି ଥାଆନ୍ତି। ଏବଂ ନାରୀ ଭୋଗ ଠାରୁ ଦୂରେଇ ରୁହନ୍ତି ସେହି ଭଳି ମନୁଷ୍ୟ ହିଁ ଜଣେ ଉତ୍ତମ ପୁରୁଷ ହୋଇ ପାରିବ। ଏହି ଗୁଣ ମାନ ରହିଲେ ହି ଜଣେ ଉତ୍ତମ ପୁରୁଷ ହୋଇ ପାରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button