ବିଚାର

ନଖରେ ଥାଏ ଯଦି ଏମିତି ଚିହ୍ନ ତ ବନିଥାନ୍ତି ଧନବାନ। ଏମିତି ଚିହ୍ନ ମୃତ୍ୟୁର ସୂଚନା ! ଜାଣନ୍ତୁ ହତ୍ୟା ହେବା ଓ ଦରିଦ୍ରତାର ଚିହ୍ନ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନଖରେ ଥାଏ ଯଦି ଏମିତି ଚିହ୍ନ ତ ବନିଥାନ୍ତି ଧନବାନ। ଏମିତି ଚିହ୍ନ ମୃତ୍ୟୁର ସୂଚନା ହତ୍ୟା ହେବାର ସୂଚକ ଦରିଦ୍ରତାର ଚିହ୍ନ। ସମସ୍ତ ମନୁଷ୍ୟ ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଚାହିଁଥାନ୍ତି। ସମସ୍ତ ମନୁଷ୍ୟ ଭବିଷ୍ୟତରେ କଣ ହେବ ଏହା ଜାଣିବା ପାଇଁ ବହୁତ ଆଗ୍ରହୀ ଥାନ୍ତି। ଭାରତୀୟ ସଂସ୍କୃତିରେ ଭବିଷ୍ୟତ ଜାଣିବା ପାଇଁ କିଛି ବିଦ୍ୟା କୁହାଯାଇଛି। ଏହି ବିଦ୍ୟାର ବର୍ଣ୍ଣନା ଗ୍ରହଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ବିଷ୍ଣୁ ପୁରାଣରେ ଉଲ୍ଲେଖ ଥିବା କଥା ଅନୁସାରେ ଏହି ଶାସ୍ତ୍ର ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ଶୁଣାଇଥିଲେ ଏବଂ ସମୁଦ୍ର ଦେବତା କଥା ଶୁଣି ଏହି ଜ୍ଞାନ ଋଷି ମୁନି ମାନଙ୍କୁ ଦେଇଥିଲେ। ଏହି କାରଣରୁ ଏହାକୁ ସମୁଦ୍ର ଶାସ୍ତ୍ର କୁହାଯାଏ।

ହାତରେ ରେଖା ହାତ ଉପରେ ନିର୍ମାଣ ପର୍ବତ ନଖରେ ନିର୍ମାଣ ଶରୀରରେ ବିଭିନ୍ନ ଅଙ୍ଗରେ ନିର୍ମିତ ଚିହ୍ନ ଇତ୍ୟାଦି ବିଷୟରେ ଏହି ଗ୍ରନ୍ଥରେ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦେଇଥିଲେ। ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା ତିଳର ବହୁତ ମହତ୍ୱ ରହିଛି। ଏମିତି ହାତରେ ଥିବା ବିଭିନ୍ନ ରେଖା ଯେମିତିକି ଭାଗ୍ୟ ରେଖା ମସ୍ତିଷ୍କ ରେଖା ହୃଦୟ ରେଖା ମଣି ବନ୍ଧ ରେଖା ଇତ୍ୟାଦି ରେଖା ବ୍ୟତୀତ ବିଭିନ୍ନ ଚିହ୍ନ ଯେମିତିକି ଶଙ୍ଖ ଚକ୍ର ମନ୍ଦିର ସ୍ବାସ୍ତିକ ତ୍ରିଶୂଳ ଧ୍ଵଜ ପର୍ବତ ଇତ୍ୟାଦିରୁ ମନୁଷ୍ୟର ଭୁତ କାଳ ବର୍ତ୍ତମାନ କାଳ ଏବଂ ଭବିଷ୍ୟତ କାଳ ସହିତ ମନୁଷ୍ୟର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଜଣାପଡ଼ିଥାଏ।

ଏମିତିକି ଆଙ୍ଗୁଳି ଏବଂ ହାତର ଲମ୍ବ ରଙ୍ଗ ଏବଂ ନଖରେ ମିଳୁଥିବା ଚିହ୍ନରୁ ବି ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଆମର ନଖରେ ଥିବା ଚିହ୍ନ ଆମର ସ୍ୱାସ୍ଥ୍ୟ ସହିତ ଜଡ଼ିତ ମହତ୍ବପୂର୍ଣ ସଂକେତ ବି ଦେଇଥାଏ ଏହା ସହିତ ଆମର ଭବିଷ୍ୟତ ସହିତ ଜଡ଼ିତ ମହତ୍ବପୂର୍ଣ କଥା ଜଣା ପଡିଥାଏ। ତେବେ ଆସନ୍ତୁ ଜାଣିନେବା ଆମର ନଖ ଆମକୁ କଣ ସଂକେତ ଦେଇଥାଏ।

ଯେଉଁ ପରିବାରରେ ହୃଦୟ ରୋଗର ପ୍ରବୃତ୍ତି ହୋଇଥାଏ ସେମାନଙ୍କ ସମସ୍ତ ସଦସ୍ୟଙ୍କ ନଖ ଆକାରରେ ବହୁତ ଛୋଟ ହୋଇଥାଏ।

ଯଦି ନଖର ମୂଳ ସ୍ଥାନ ପତଳା ଏବଂ ଚେପ୍ଟା ଥିବ ଆଉ ସେଥିରେ ଚନ୍ଦ୍ରର ଆକାର ବିଲକୁଲ ନଥିବ ତ ଜାତକର ହୃଦୟର କ୍ରିୟା ଶୀଳତା ନିର୍ମଳ ଅଟେ ଅର୍ଥାତ ସେ ହୃଦୟ ରୋଗରେ ପୀଡିତ ଅଟେ।

ଯଦି ନଖରେ ଚନ୍ଦ୍ର ବଡ଼ ଥିବ ତ ରକ୍ତ ସଂଚାର ସୁଚାରୁ ରୁପେ ହୋଇଥାଏ। ଯଦି ଛୋଟ ନଖ ନିଜର ମୂଳ ସ୍ଥାନ ଉପରେ ବହୁତ ଚେପ୍ଟା ଥିବ ତ ସ୍ନାୟୁ ରୋଗରରେ ପୀଡିତ ଥିବେ।

ଯଦି ବହୁତ ଛୋଟ ଚେପ୍ଟା ନଖ ମୂଳରେ ମୁନିଆ ଥାଏ ତ ପଖ୍ୟାଘାତରେ ପୀଡିତ ହୋଇଥାଆନ୍ତି।

ଲମ୍ବା ନଖରେ ଶରୀରରେ ଉପର ଭାଗରେ ଛାତି ଏବଂ ମୁଣ୍ଡର ରୋଗ ହୋଇପାରେ।

ପତଳା ନଖ ଯଦି ଛୋଟ ହୋଇଥିବ ତ ନିର୍ମଳ ସ୍ବାସ୍ଥ୍ୟର ଜାତକ ହୋଇଥାଏ। ଯଦି ନଖ ଛୋଟ ଏବଂ ଚୌଡା ହୋଇଥିବ ତ ଜାତକରେ ଅପମାନ କରିବାର ପ୍ରବୃତ୍ତି ହୋଇଥାଏ। ଏମିତି ବ୍ୟକ୍ତି ଆଲୋଚନା କରିବାରେ ସଂକୋଚ କରିନଥାନ୍ତି।

ଯଦି ନଖର ଚୁଉଡା ଲମ୍ବା ଠାରୁ ଅଧିକ ହୋଇଥାଏ ତ ଜାତକ ଅତ୍ୟନ୍ତ କଳହ ପ୍ରିୟ ହୋଇଥାନ୍ତି ଅର୍ଥାତ ଝଗଡା କରିଥାନ୍ତି ଏବଂ କଥା କଥାରେ ଝଗଡା କରିଥାନ୍ତି।

ଯଦି କୌଣସି ବ୍ୟକ୍ତିଙ୍କୁ ନଖ କାମୁଡ଼ିବାର ଅଭ୍ୟାସ ଥାଏ ତ ବୁଝି ନିଅନ୍ତୁ କି ସେହି ବ୍ୟକ୍ତି ଉଦାସ ହେଉଛନ୍ତି। ଯାହାର ନଖ ହଳଦିଆ ରଙ୍ଗର ହୋଇଥାଏ କିମ୍ବା ଭାଙ୍ଗି ଯାଉଥିବ ସେହି ବ୍ୟକ୍ତି ନପୁଂସ୍କ ହୋଇଥାନ୍ତି।

ଯାହାର ନଖ ତେଢ଼ା ଏବଂ ରେଖାଯୁକ୍ତ ହୋଇଥାଏ ସେହି ବ୍ୟକ୍ତି ଦରିଦ୍ର ହୋଇଥାନ୍ତି। ଯେଉଁ ବ୍ୟକ୍ତିଙ୍କ ନଖ ଗୋଟେ ରଙ୍ଗର ନହୋଇ ନଖର ଅଗ୍ରଭାଗ ଭଙ୍ଗା ଭଳି ହୋଇଥିବ କିମ୍ବା ବହୁତ ଛୋଟ ହୋଇଥିବ ତ ସେହି ବ୍ୟକ୍ତି ବହୁତ ଦରିଦ୍ର ବନିଥାଆନ୍ତି।

ଆସନ୍ତୁ ଜାଣିବା ନଖରେ ଥିବା ଚିହ୍ନ ଆମର ବ୍ୟକ୍ତିତ୍ୱ ବିଷୟରେ କଣ କହିଥାଏ।

ଯାହାର ନଖରେ କଳା ଚିହ୍ନ ଦେଖାଯାଏ ତ ସେହି ବ୍ୟକ୍ତିକୁ ବୁଝି ନେବାକୁ ହେବ ଯେ ତାର ରକ୍ତ ଦୂଷିତ ହୋଇଯାଇଛି ଶୀଘ୍ର ହିଁ ସେହି ବ୍ୟକ୍ତି ମ୍ୟାଲେରିଆ ଜ୍ଵର କିମ୍ବା ଏମିତି ହିଁ କିଛି ରକ୍ତ ସମ୍ବଦ୍ଧିତ ବିମାରିରେ ପୀଡିତ ହେବାକୁ ଯାଉଛନ୍ତି।

ନଖ ଉପରେ ଧଳା ଦାଗ ରକ୍ତ ପ୍ରତିରୋଧକକୁ ସୂଚିତ କରିଥାଏ।

ତର୍ଜନୀ ଆଙ୍ଗୁଳିରେ ଅର୍ଦ୍ଧ ଚନ୍ଦ୍ର ହେବାର ଅର୍ଥ ଶୀଘ୍ର ଚାକିରୀ କିମ୍ବା ରାଜ୍ୟ ସେବାରେ ଉନ୍ନତି ମିଳିଥାଏ।

ମଧ୍ୟମା ଆଙ୍ଗୁଳିରେ ଅର୍ଦ୍ଧ ଚନ୍ଦ୍ର ହେବାର ଅର୍ଥ ତ ହଠାତ ଧନର ଲାଭ ଅଥବା କୌଣସି ଶୁଭ ସମାଚାର ମିଳିଥାଏ।

ଅନାମିକା ଆଙ୍ଗୁଳିରେ ଅର୍ଦ୍ଧଚନ୍ଦ୍ର ଦେଖାଗଲେ ତ ସମ୍ମାନରେ ବୃଦ୍ଧି ପ୍ରତିଷ୍ଠା ଏବଂ ସମାଜରେ ଆଦର ବଢିଥାଏ।

କନିଷ୍ଠା ଆଙ୍ଗୁଳିରେ ଅର୍ଦ୍ଧ ଚନ୍ଦ୍ର ହେଲେ ବ୍ୟାପାରରେ ଲାଭ ହୋଇଥାଏ।

ଆଙ୍ଗୁଳିର ନଖର ଯୋଡ଼ାରେ ଯଦି ଅର୍ଦ୍ଧଚନ୍ଦ୍ର ବନୁଅଛି ତ ସମସ୍ତ ପ୍ରକାରର ଉନ୍ନତି ହୋଇଥାଏ। ଏମିତି ବ୍ୟକ୍ତି ସମାଜରେ ମାନ ସମ୍ମାନ ଧନ ଏବଂ କୀର୍ତି ପାଇଥାଏ।

ଯଦି ଆଙ୍ଗୁଳିରେ ଅର୍ଦ୍ଧ ଚନ୍ଦ୍ର ଦେଖାଯାଏ ତ ତାହା ପ୍ରେମର ସୂଚକ ଅଟେ। ଶୀଘ୍ର ହିଁ ତାଙ୍କ ଜୀବନରେ କେହି ଏମିତି ବ୍ୟକ୍ତି ଆସିପାରେ ଯାହାକୁ ସେ ତାର ମନରୁ ପ୍ରେମ କରିବ।

ନଖରେ କଳା ଦାଗ ନିକଟ ଭବିଷ୍ୟତରେ ହେବାକୁ ଥିବା ଅପରାଧର ସୂଚନା ଦେଇଥାଏ।

ତର୍ଜନୀ ଆଙ୍ଗୁଳିରେ କଳା ଦାଗ ଆର୍ଥିକ ହାନିର ସଂକେତ ଦେଇଥାଏ ଏବଂ ଧଳା ଦାଗ ବ୍ୟାପାରରେ ଲାଭର ସୂଚନା ଦେଇଥାଏ।

ମଧ୍ୟମା ଆଙ୍ଗୁଳିର ନଖରେ ଧଳା ଦାଗ ଶୀଘ୍ର ହିଁ ଯାତ୍ରାର ଯୋଗ ହୋଇଥାଏ କିନ୍ତୁ କଳା ଦାଗ ଘରର କୌଣସି ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁର ସଂକେତ ହୋଇଥାଏ।

ଅନାମିକା ଆଙ୍ଗୁଳିରେ ନଖରେ କଳା ଦାଗ ହେଲେ ଶୀଘ୍ର ହିଁ ସମାଜରେ ଅପବାଦ ମିଳିଥାଏ ଏବଂ ଏହାର ବିପରୀତ ଯଦି ଧଳା ଦାଗ ହେଲେ ତ ସେହି ବ୍ୟକ୍ତିକୁ ଶୀଘ୍ର ହିଁ ସଫଳତା ସମ୍ମାନ ଧନ ଏବଂ ଯଶ ମିଳିବାର ଯୋଗ ବନିଥାଏ।

କନିଷ୍ଠା ଆଙ୍ଗୁଳିର ନଖରେ ଧଳା ଦାଗ ନିଜର ଲକ୍ଷର ସଫଳତାର ସୂଚକ ଦେଇଥାଏ ଏବଂ କଳା ଦାଗ ଅସଫଳତାର ସୂଚନା ଦେଇଥାଏ।

କୌଣସି ବି ଆଙ୍ଗୁଳିରେ ଯଦି ହଳଦିଆ ଦାଗ ଦେଖାଯାଏ ତ ବ୍ୟକ୍ତିର ମୃତ୍ୟୁ ନିକଟ ଭବିଷ୍ୟତରେ ହେବାକୁ ଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button