ଦେଶ ବିଦେଶ

ବୋତଲରୁ ପାଣି ପିଇବାରୁ ଦଳିତ ଛାତ୍ରଙ୍କୁ ମାଡ

ଲକ୍ଷ୍ନୌ: ବୋତଲରୁ ପାଣି ପିଇବାରୁ ଉତ୍ତର ପ୍ରଦେଶରେ ଜଣେ ଦଳିତ ଛାତ୍ରକୁ ସ୍କୁଲର ପ୍ରିନ୍ସିପାଲ ମାଡ ମାରିଥିବା ଅଭିଯୋଗ ହୋଇଛି। ରବିବାର ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ପାଇଁ ଅନୁଷ୍ଠିତ ଫ୍ୟାରୱେଲ କାର୍ଯ୍ୟକ୍ରମରେ ଏପରି ଲଜ୍ଜାଜନକ ଘଟଣା ଘଟିଛି। ମାଡ ଖାଇଥିବା ଦଳିତ ଛାତ୍ର ଏକାଦଶ ଶ୍ରେଣୀରେ ପଢୁଥିବା ଏସପି କହିଛନ୍ତି।

ସୂଚନା ଅନୁଯାୟୀ, ରବିବାର ଫ୍ୟାରୱେଲ ଥିଲା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର। ଟେବୁଲ ଉପରେ ଏକ ବୋତଲରେ ପାଣିଥିବା ବେଳେ ଏକାଦଶ ଶ୍ରେଣୀର ଛାତ୍ର ବୋତଲରୁ ପାଣି ପିଇଦେଇଥିଲେ। ଏହା ଦେଖି ସ୍କୁଲର ପ୍ରିନ୍ସିପାଲ ଯୋଗେନ୍ଦ୍ର କୁମାର ଓ ତାଙ୍କ ଭାଇମାନେ  ଛାତ୍ରଙ୍କୁ ନିର୍ଧୂମ ପିଟିବା ସହ ଗାଳିମନ୍ଦ କରିଥିଲେ। କାରଣ ଛାତ୍ରଜଣକ ଦଳିତ ବର୍ଗର ଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି।

ପୁଲିସ ଘଟଣାକୁ ଗୁରୁତ୍ବର ସହ ନେବା ସହ ଏହାର ତଦନ୍ତ ଆରମ୍ଭ କରିଛି। ୭ ଜଣଙ୍କ ବିରୋଧରେ ଏସସି ଏସଟି ପ୍ରୋହିବିସନ ଅଫ ଆଟେଆସିଟିଜ ଆକ୍ଟରେ ମାମଲା ରୁଜୁ ହୋଇଛି। ପ୍ରିନ୍ସିପାଲ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ତଥା କର୍ମଚାରୀଙ୍କୁ ପଚରା ଉଚରା କରୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button