କ୍ରାଇମ

ବାର୍‌କୁ ଡାକି ବାଡ଼େଇଲେ: ସହଯୋଗୀ ଗିରଫ ମୁଖିଆ ଫେରାର୍‌ – Utkal Mail


ଚନ୍ଦ୍ରଶେଖରପୁର: ଗଣେଶ ପୂଜା ‌ବେଳେ ହୋଇଥିବା ଗଣ୍ଡଗୋଳର ଆପୋସ ସମାଧାନ ଆଳରେ ବାର୍‌କୁ ଡାକି ଜଣେ ନାବାଳକକୁ ସଂଘବଦ୍ଧ ଆକ୍ରମଣ କରିବା ସହ ସୁନାଚେନ୍‌ ଲୁଟ୍‌ କରିବା ଅଭିଯୋଗରେ ମୈତ୍ରୀବିହାର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳର ରେନ୍‌ ପଟ୍ଟନାୟକ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁମିତ୍ ପାଇକରାୟ ଫେରାର୍ ହୋଇଯାଇଛି। ସୁମିତ୍‌ ଓ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଚଢ଼ଉ ଜାରି ରହିଛି।

ପୁଲିସ ସୂଚନାନୁସାରେ ନାବାଳକଜଣଙ୍କ ନିଜ ବନ୍ଧୁମାନଙ୍କ ସହ କିଟ୍‌ କଲେଜ ପରିସରରେ ଗଣେଶ ପୂଜା କରୁଥିଲେ। ମୁଖ୍ୟ ଅଭିଯୁକ୍ତ ସୁମିତ ପାଇକରାୟ ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲା। ଏହାପରେ ସୁମିତ୍ ସେଠାରୁ ଚାଲିଯାଇଥିଲା ଏବଂ ଗଣ୍ଡଗୋଳର ଆପୋସ ସମାଧାନ କରିବାକୁ ନାବାଳକକୁ ଫୋନ୍‌ କରି ସ୍ଥାନୀୟ ଅଞ୍ଜୁମନ୍‌ ବାର୍‌କୁ ଡକାଇଥିଲା। ନାବାଳକ ଓ ସୁମିତ୍ ମଧ୍ୟରେ ପୂର୍ବରୁ ପରିଚୟ ଥିବାରୁ ତା’ କଥାକୁ ବିଶ୍ବାସ କରି ନାବାଳକ ବାର୍‌ରେ ପହଞ୍ଚିଥିଲେ। କିନ୍ତୁ ସୁମିତ୍ ପୂର୍ବରୁ ତାଙ୍କୁ ମାଡ଼ ମାରିବାକୁ ପ୍ରସ୍ତୁତ ହୋଇରହିଥିଲା। ନାବାଳକ ସେଠାରେ ପହଞ୍ଚିବା ମାତ୍ରେ ସୁମିତ୍, ରେନ୍‌ ଓ ଅନ୍ୟମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଚେନ୍‌ ଛିଡ଼ାଇ ନେଇଥିଲେ। ଗୁରୁତର ଆହତ ଅବସ୍ଥାରେ ନାବାଳକ ସେଠାରୁ ଆସି ଥାନାରେ ଜଣାଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button