ଇଭେଣ୍ଟରେ ବସିବା ପୂର୍ବରୁ ଖସିଲା କିଆରାଙ୍କ ଗୋଡ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ – Utkal Mail
ମୁମ୍ବାଇ: ଇଭେଣ୍ଟରେ ବସିବା ପୂର୍ବରୁ ଖସିଲା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଗୋଡ। ଅଭିନେତ୍ରୀ କରୀନା କପୁରଙ୍କ ଉପରେ ପଡ଼ୁ ପଡ଼ୁ ଅଳ୍ପକେ ବର୍ତ୍ତିଗଲେ କିଆରା। ଏବେ ଏହି ଘଟଣା ଘଟିବା ସମୟର ଭିଡିଓରେ ଭାଇରାଲ ହୋଇଥିବା ବେଳେ କିଆରା କିଭଳି ନିଜକୁ ସମ୍ଭାଳିନେଲେ ତାହା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ଇଶା ଅମ୍ବାନୀଙ୍କ ସୌନ୍ଦର୍ଯ୍ୟ ଉତ୍ପାଦ ପୋର୍ଟାଲ ଟିରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଭିନେତ୍ରୀ କରୀନା କପୁର, ଡିଜାଇନର ମସାବା ଗୁପ୍ତା, ଅଭିନେତ୍ରୀ କିଆରା ଆଡଭାନୀ ଏବଂ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଯୋଗ ଦେଇଥିଲେ। ଏହି ସମୟରେ ଅଭିନେତା ଅର୍ଜୁନ କପୁର କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ ଦାୟିତ୍ବ ସମ୍ଭାଳିଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ କିଆରା ଆଡଭାନୀଙ୍କ ଗୋଡ ଭିଡିଓରେ ଖସିଯାଉଥିବାର ଦେଖାଯାଇଛି।
View this post on Instagram
ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, କିଆରା ମଞ୍ଚ ଉପରକୁ ଯାଇ ଅର୍ଜୁନ କପୁରଙ୍କୁ ଆଲିଙ୍ଗନ କରିବା ସହ ବସିବା ପାଇଁ ଆସୁଛନ୍ତି। ଏହି ସମୟରେ ସେ ପିନ୍ଧିଥିବା ପୋଷାକରେ ତାଙ୍କ ଗୋଡ଼ ଛନ୍ଦି ହୋଇ ଖସିଯାଉଛି। ପଛରେ କରୀନା ବସିଥିବା ବେଳେ କିଆର ତାଙ୍କ ଆଡକୁ ଢ଼ଳି ପଡ଼ୁଛନ୍ତି। ଏହା ଦେଖି ଅର୍ଜୁନ ତାଙ୍କୁ ଧରିବା ପାଇଁ ହାତ ବଢ଼ାଇଥିବା ବେଳେ କିଆରା ନିଜକୁ ସମ୍ଭାଳି ନେଉଛନ୍ତି।