ସ୍ୱାସ୍ଥ୍ୟ

ଜୋ ବାଇଡେନ କର୍କଟ ରୋଗରେ ପୀଡ଼ିତ

ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରୋଷ୍ଟେଟ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡିଛି ଯାହା ତାଙ୍କ ହାଡ଼କୁ ବ୍ୟାପିଯାଇଛି। ବାଇଡେନ ମୂତ୍ରଜନିତ ସମସ୍ୟା ଅନୁଭବ କରିବା ପରେ ଶୁକ୍ରବାର ଏହି ରୋଗ ଚିହ୍ନଟ ହୋଇଥିଲା। ତାଙ୍କ ଡାକ୍ତରୀ ଦଳ ବର୍ତ୍ତମାନ ସମ୍ଭାବ୍ୟ ଚିକିତ୍ସା ବିକଳ୍ପଗୁଡ଼ିକର ସମୀକ୍ଷା କରୁଛନ୍ତି। ବାଇଡେନଙ୍କ କର୍କଟ ଖବର ପ୍ରଚାରିତ ହେବା ପରେ ତାଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଏହି ଘଟଣାରେ ଦୁଃଖିତ।

ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି: ମୁଁ ଜିଲ୍ ଓ ପରିବାରକୁ ସଦିଚ୍ଛା ଜଣାଉଛି ଏବଂ ଜୋ’ଙ୍କ  ସଫଳ ଆରୋଗ୍ୟ କାମନା କରୁଛି। ବାଇଡେନଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଲେଖିଛନ୍ତି, ‘ମିଶେଲ ଓ ମୁଁ ବାଇଡେନ ପରିବାର ବିଷୟରେ ଚିନ୍ତା କରୁଛୁ। ତାଙ୍କର ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।’

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button