ଦେଶ ବିଦେଶ

ଇଣ୍ଡିଆ ମେଣ୍ଟରେ ବିଗୁଡୁଛି ସମୀକରଣ, କଂଗ୍ରେସ ଡାକିଥିବା ବୈଠକକୁ ଆସିବେନି ମମତା – Utkal Mail



ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲା କଂଗ୍ରେସ। 6 ତାରିଖରେ ଏହି ବୈଠକ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। କିନ୍ତୁ ଏବେ ଏହି ବୈଠକ ବାବଦରେ ଜାଣିନାହାନ୍ତି କହି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମେଣ୍ଟର ଅନ୍ୟତମ ସଦସ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଯାହା ଜାତୀୟ ରାଜନୀତିରେ ଏକ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କୁହାଯାଉଛି କର୍ଣ୍ଣାଟକରେ ବିଜୟୀ ହେବା ପରେ କଂଗ୍ରେସ ବିରୋଧୀ ମେଣ୍ଚର ନେତୃତ୍ବ ନେବାକୁ ଆଗେଇ ଆସିଥିଲା। କିନ୍ତୁ ଏବେର ପରାଜୟ ପରେ ଟିଏମସି ଭଳି ଦଳି କଂଗ୍ରେସର ନେତୃତ୍ବକୁ ନେଇ ନାକ ଟେକିବା ଆରମ୍ଭ କରିଛି। ଯାହାର ପରିଣାମ ବୈଠକକୁ ନଆସିବାକୁ ମମତା ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ଉତ୍ତର ବଙ୍ଗଳାରେ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି। ତେଣୁ ବୈଠକକୁ ଯିବାକୁ ହେବ। ସେଠାରେ ସେ ସପ୍ତାହେ ରହିବେ। ଯଦି ବୈଠକ ବାବଦରେ ସେ ଆଗୁଆ ଅବଗତ ଥାନ୍ତେ କିଛି କରିଥାନ୍ତେ ବୋଲି ସେ ସଫେଇ ଦେଇଛନ୍ତି।

ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନର ରୂପରେଖ ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆହୂତ ଏହି ବୈଠକରେ ଲକ୍ଷ୍ୟ ରଖାଯାଇଛି। ତେବେ, ରାଜ୍ୟ ନିର୍ବାଚନକୁ ପ୍ରାଥମିକତା ଦେବାକୁ ଯାଇ କଂଗ୍ରେସ ଇଣ୍ଡିଆ ମେଣ୍ଟକୁ ଗୁରୁତ୍ବ ଦେଉନଥିବା ଜେଜିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ ଅଭିଯୋଗ କରିଥିଲେ। ସେହିପରି ବିଧାନସଭା ନିର୍ବାଚନ ବେଳେ ଇଣ୍ଡିଆ ମେଣ୍ଟର ଅନ୍ୟ ସଦସ୍ୟମାନେ ଆସନ ବୁଝାମଣା ପାଇଁ ଦାବି କରୁଥିଲେ କିନ୍ତୁ ହାତ ପାର୍ଟି ଏହାକୁ ନେଇ  ଅନିଚ୍ଛା ପ୍ରକାଶ କରିବାରୁ ସମାଜବାଦୀ ପାର୍ଟି ମଧ୍ୟ ମେଣ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛି।

ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲା କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ତିନି ମାସ ପରେ ଇଣ୍ଡିଆ ମେଣ୍ଟର ନେତାଙ୍କୁ ବୈଠକ ପାଇଁ ଡକାଯାଇଛି।

ତେବେ ମମତା ବାନାର୍ଜୀଙ୍କ ଅନୁପସ୍ଥିତି ଇଣ୍ଡିଆ ମେଣ୍ଟ ଭିତରେ ଥିବା ଫାଟକୁ ସୂଚାଉଛି ନା କେବଳ ଏକ ନିର୍ଦ୍ଧାରିତ ବିବାଦକୁ ଦର୍ଶାଉଛି, ତାହା ଦେଖିବାକୁ ବାକି ରହିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button