ଜୀବନଶୈଳୀ

ଜୀବନରେ ଖରାପ ସମୟ ଚାଲୁଥିଲେ ଏହି 3 ଟି କଥା ସବୁବେଳେ ମନେ ରଖିଥିବେ, ଜୀବନରେ କେବେ ବି ହାରିବେ ନାହିଁ

। ସୂଚନା ଅନୁସାରେ ବନ୍ଧୁତା ଏକ ଏପରି ଶବ୍ଦ ଯାହାର ସମସ୍ତଙ୍କ ଜୀବନରେ କିଛି ନା କିଛି ମହତ୍ଵ ରହିଛି । ବନ୍ଧୁ ଅନେକ ପ୍ରକାରର ରହିଥାନ୍ତି । କେତେକ ବନ୍ଧୁ କେବଳ ଭଲ ସମୟରେ ସାଥ୍ ଦେଇଥିବା ବେଳେ ଏପରି ମଧ୍ୟ କେତେକ ବନ୍ଧୁ ରହିଥାନ୍ତି । ଯେଉଁ ମାନେ ବିପଦ ବେଳେ ମଧ୍ୟ ନିଜ ବନ୍ଧୁର ପାଖେ ପାଖେ ରହି ସହଯୋଗ କରିଥାନ୍ତି । ଏହାକୁ ହିଁ ପ୍ରକୃତ ବନ୍ଧୁତା କୁହାଯାଇଥାଏ । ବନ୍ଧୁତାକୁ ନେଇ ଆଜି ଏକ ସୁନ୍ଦର ଗପ ଜାଣିବେ ।

 

ଏକ ମୂଷାଟି ଥିଲା । ସେହି ମୂଷାର ଭଲ କାର୍ଯ୍ୟ କଳାପ ଯୋଗୁ ତା’ ସହିତ ଥରେ କାଉ ବନ୍ଧୁତା କରିବା ପାଇଁ ଇଛା କରିଲା । ତାପରେ କାଉ ଯାଇ ମୂଷା ସହିତ ବନ୍ଧୁ ହେବା ପାଇଁ କହିଲା । ମୂଷା ମଧ୍ୟ କାଉ ସହିତ ବନ୍ଧୁ ସମ୍ପର୍କ ସ୍ଥାପନ କରିଲା । ଏହିପରି ସେମାନେ କିଛି ଦିନ ବନ୍ଧୁତା କରିବା ପରେ ସେହି ଜାଗାରେ ମରୁଡି ଯୋଗୁ ଖାଦ୍ୟପେୟର ଅଭାବ ଦେଖାଗଲା ।

ତାପରେ କାଉ ଜଣଙ୍କ ମୂଷାକୁ କହିଲା ଆମେ ଏହି ସ୍ଥାନକୁ ଛାଡି ଅନ୍ୟତ୍ର ପଳାଇଯିବା । ତାପରେ ୨ ବନ୍ଧୁ ଏକ ଜଳାଶୟ ନିକଟକୁ ଗଲେ । ସେଠାରେ କାଉର ଅନ୍ୟ ଏକ ବନ୍ଧୁ କଇଞ୍ଛ ରହୁଥିଲା । ସେହି କଇଁଛର ଅନ୍ୟ ଏକ ବନ୍ଧୁ ହାରୀଣ ଥିଲା । ୪ ଜଣ ସେଠାରେ ୪ ବନ୍ଧୁ ହୋଇ ବହୁତ ହସଖୁସିରେ ଖାଦ୍ୟ ସଂଗ୍ରହ କରି ଖାଇ ଖୁସିରେ ରହିଲେ ।  ତାପରେ ଖାଦ୍ୟ ଅନ୍ଵେଷଣରେ ଥରେ ହରିଣ ଏକ ଜାଗାକୁ ଯାଇଥିଲା ।

 

ସେଠାକୁ ଯିବାର କେତେ ସମୟ ହୋଇଯାଇଥିଲେ । ମଧ୍ୟ ହରିଣ ସେଠାରୁ ନଫେରି ଏକ ଶିକାରୀ ଜାଲରେ ଫସିଯାଇଥିଲା । ହରିଣ ବନ୍ଧୁ ଏତେ ସମୟ ପର୍ଯ୍ୟନ୍ତ ପୁନଶ୍ଚ ରହୁଥିବା ଜାଗାକୁ ଫେରି ନସିବାରୁ ଅନ୍ୟ ମିତ୍ର ମାନେ ବ୍ୟସ୍ତ ହୋଇପଡିଲେ । ତାପରେ ହରିଣକୁ ଖୋଜିବାକୁ ଯାଇ ମୂଷା, କାଉ ବାହାରିଲେ । କଇଁଛ ଧିମା ଧିମା ହୋଇଚାଲୁଥିବାରୁ ତାକୁ ସାଙ୍ଗରେ ନନେଇ ସେହି ଥରେ ରହି ତାଙ୍କୁ ଅପେକ୍ଷା କରିବାକୁ କହିଲେ ।

ତାପରେ ମୂଷା ଓ କାଉ ଯାଇ କିଛି ବାଟ ଯାଇ ଦେଖିଲେ ତାଙ୍କ ବନ୍ଧୁ ହରିଣ ଏକ ଜାଲରେ ଫସିଯାଇଛି । ତାପରେ ଶିକାରୀ ଜାଲରୁ ହରିଣକୁ ମୁକୁଳାଇବା ପାଇଁ ମୂଷା ଜାଲ କାଟିବାକୁ ଆରମ୍ଭ କରିବା ସହିତ ଶିକାରୀ ଉପରେ କାଉ ନଜର ରଖିଲା । ଏହାପରେ ଏମାନଙ୍କୁ ବ୍ୟସ୍ତ ହୋଇ ଖୋଜି ଖୋଜି କଇଁଛ ଆସି ତାଙ୍କ ବନ୍ଧୁ ମାନଙ୍କ ପାଖରେ ପହଞ୍ଚିଗଲା ।

 

ତାପରେ କଇଁଛକୁ ସେହି ଜାଗାରେ ଦେଖି ଅନ୍ୟ ସାଥି ମାନେ ବ୍ୟସ୍ତ ହୋଇ ପଡିଲେ  କାରଣ ଶିକାରୀ ଆସିଲେ ସମସ୍ତେ ଚଞ୍ଚଳ ଯାଇପାରିବେ କିନ୍ତୁ କଇଁଛ ଧିମା ଗତିରେ ଗଲା ବେଳକୁ ଶିକାରୀ ଜାଲରେ ପଡିଯିବାର ସମ୍ଭାବନା ଥିବାରୁ ଅନ୍ୟ ସାଥିମାନେ ବିଚଳିତ ହୋଇପଡିଲେ । ହଟାତ ଶିକାରୀକୁ ଦୂରରୁ ଆସିବା ଦେଖି ଏହାପରେ ମୂଷା ଜାଲ କାଟିଦେଲା ପରେ ହରିଣ ଦୌଡି ଦୌଡି ପଳାଇଗଲା ।

 

ଏହସ ସହିତ ମୂଷା ଓ କାଉ ମଧ୍ୟ ଚଞ୍ଚଳ ଚାଲିଗଲେ । ବିଚରା କଇଁଛର ଧିମା ଗତିରେ ଯିବାକୁ ଚେଷ୍ଟା କରୁଥିବାରୁ ଶିକାରୀର ଶିକାର ହୋଇଗଲା । ଏହି ଗପରେ କଇଁଛ ନିଜ ପ୍ରକୃତ ବନ୍ଧୁତାର ପରିଚୟ ଦେବାକୁ ଯାଇ ନିଜ ପ୍ରାଣ ବଳୀ ଦେଇଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button