ନବ ଙ୍କ ପରେ Dipali ! କଣ ନିଜ ବାପାଙ୍କ ସ୍ଥାନ ନେବେ କି Dipali? ଦେଖନ୍ତୁ ସ୍ପେଶାଲ ରିପୋର୍ଟ
ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ପରେ ଏବେ ସାରା ଓଡିଶା ସ୍ତବ୍ଧ ହୋଇ ଯାଇଛି । ତାଙ୍କ ମୃ-ତ୍ୟୁ କୁ ନେଇ ଗୋଟେ ପରେ ଗୋଟେ କଥା ଚର୍ଚ୍ଚା ହେବାରେ ଲାଗିଛି । ଏ ଯେମିତି ଗୋଟିଏ ପଟେ ନବ ଦାସଙ୍କ ପ-ର-ଲୋ-କ ହେବାର ଗୋଟିଏ ଦିନ ନ ବିତୁଣୁ ସରଗରମ ହେବାରେ ଲାଗିଲାଣି ଝାରସୁଗୁଡ଼ା ରାଜନୀତି । ତାଙ୍କର ମୃ-ତ୍ୟୁ କୁ ମାତ୍ର ଗୋଟେ ଦିନ ହୋଇଛି କି ନାହି ଏବେ ଚର୍ଚ୍ଚା ହେବାରେ ଲାଗିଛି କିଏ ନେବ ନବଙ୍କ ସ୍ଥାନ।

ନବଙ୍କ ଅନୁପସ୍ଥିତି ଝାରସୁଗୁଡ଼ା ରେ କେତେ ପ୍ରଭାବ ପକାଇବ ? ଏବେ ଯିଏ ତାଙ୍କ ସ୍ଥାନ ନେବ ତାଙ୍କୁ ଝାରସୁଗୁଡା ବାସୀ ସମର୍ଥନ କରିବେ ତ ? ଏଭଳି କିଛି କଥା ଏବେ ଲୋକଲୋଚନରେ ଚର୍ଚ୍ଚା ହେବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଦେ-ହା-ନ୍ତ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି । ଝାରସୁଗୁଡା ରେ ନବ ଦାସ ନିଜର ସଂଘଠନ ଏଭଳି ସୁଦୃଢ ରଖିଥିଲେ ଯାହାକୁ ବିରୋଧୀ ଙ୍କ ବଜ୍ର ମଧ୍ୟ ଭାଙ୍ଗିବାରେ ବିଫଳ ହୋଇଛି ।
ଫଳରେ ଏହା ବିରୋଧୀ ଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ହେଲେ ନବ ଦାସଙ୍କର ପ-ର-ଲୋ-କ ପରେ ଝାରସୁଗୁଡା ରେ ଏବେ କାହାର ଦବଦବା ରହିବ ତାହାକୁ ନେଇ ଏବେ ଆରମ୍ଭ ହେଲାଣି ଅଙ୍କ କଷା । ନବ କିଶୋର ଦାସ କିଛି ମାସ ପୂର୍ବରୁ ଏକ ସଭାରେ କହିଥିଲେ ଆଗକୁ ଓଡିଶା ଦାୟିତ୍ଵ ମା ମାନେ ନେବେ ।

ନବ ଙ୍କର ଏହି କଥା ରୁ ଗୋଟେ କଥା ସ୍ପଷ୍ଟ ହୋଇଥିଲା କି 2024 ରେ ନାରୀ ନେତ୍ରୀ ହିଁ ମଇଦାନ କୁ ଓଲହାଇବେ । ତେବେ ଏଥର ବିଜେଡି କାହାକୁ ମଇଦାନ କୁ ଓଲହାଇବ ତାହା ଏବେ ବଡ ପ୍ରଶ୍ନ । ତେବେ ନବ ଙ୍କ ସୁକନ୍ୟା ଦୀପାଳି ଦାସ ଏବେ ରାଜନୀତି ରେ ସକ୍ରିୟ ଅଛନ୍ତି । ବାପାଙ୍କୁ ଗୁରୁ ଭାବରେ ଅନୁସରଣ କରି ସେ ରାଜନୀତି କୁ ଏଣ୍ଟ୍ରି କରିଥିଲେ ।

ଅନେକ ସମୟରେ ବିଜେଡି ପ୍ରଚାର ସକ୍ରିୟ ବେଳେ ଦୀପାଳି ନୁ ଦେଖିବାକୁ ମିଳିଥିଳା । ବ୍ରଜରାଜନଗର ଉପ ନିର୍ବାଚନ ହେଉ ବା ପଦ୍ମପୁର ସବୁ ସ୍ଥାନ ରେ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ ଦୀପାଳି ଦାସ । ଆଉ ଏହାକୁ ଦେଖିଲେ ଲାଗୁଛି ବାପା ଙ୍କ ସ୍ଥାନରେ ଝିଅ କୁ ଓଲହାଇ ପାରେ ଦଳ ।
ସେହିପରି ଶିମ୍ପାଥି କାର୍ଡ ଖେଳିବାକୁ ଯାଇ ନବ ଦାସ ଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ଓଲହାଇବାର ସମ୍ଭାବନା ରହିଛି । ହେଲେ ଏଠାରେ ଗୋଟେ ବଡ ପ୍ରଶ୍ନ ଉଠୁଛି ଯେ ଅନୁକମ୍ପା ଭୋଟ ବିଜେଡି କୁ ସହାୟକ ହେବ ନା ଏଥର କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।



