ଘଣ୍ଟାକୁ ଭୁଲରେ ବି ଘରର ଏହି ଦିଗରେ ଲଗାନ୍ତୁ ନାହିଁ, ପୁରା ଘରକୁ ବର୍ବାଦ କରିଦିଏ…ଜାଣନ୍ତୁ ଘଣ୍ଟା ଲଗେଇବାର ନିୟମ…

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ଯେକ ବସ୍ତୁ ରେ ନକରାତ୍ମକ ଓ ସକରାତ୍ମକ ଉଭୟ ଶକ୍ତି ରହିଅଛି । ଆପଣଙ୍କ ଘରେ କେଉଁ ଦିଗରେ ଓ କେଉଁ ସ୍ଥାନରେ କେଉଁ ବସ୍ତୁ ରଖୁଛନ୍ତି, ତାହା ସେହି ଅନୁସାରେ ଘର ଉପରେ ସକରାତ୍ମକତା ଓ ନକରାତ୍ମକତା ଶକ୍ତିକୁ ପ୍ରସାରିତ କରିଥାଏ । ବନ୍ଧୁଗଣ ସେହିପରି ଘରେ ରଖିଥିବା ଘଣ୍ଟା କୁ ମଧ୍ୟ ଯଦି ଠିକ ଦିଗ ଓ ଠିକ ସ୍ଥାନରେ ନ ରଖାଯାଏ, ତେବେ ଏହା ଘରର ବାସ୍ତୁ ଉପରେ ପ୍ରଭାବ ପକାଇଥାଏ ।
ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘଣ୍ଟା ଯଦି ଗୋଲ କିମ୍ବା ଅଣ୍ଡା ଆକୃତି ର ହୋଇଥାଏ ତେବେ ଏହା ଘର ପାଇଁ ଶୁଭ ଅଟେ । ତହଛଡା ବନ୍ଧୁଗଣ ଘଡି ରେ କେବେ ମଧ୍ୟ କୌଣସି ବ୍ୟକ୍ତି କିମ୍ବା ଭଗବାନ ଙ୍କର ଫୋଟ ଲଗାଇ ରଖିବା କଥା ନୁହେଁ । ବନ୍ଧୁଗଣ ଘରେ ଘଡି କୁ ସବୁବେଳେ ସଫା ରଖିବା ଉଚିତ ।
ଏହାଦ୍ବାରା ଘରେ ସବୁବେଳେ ସକାରାତ୍ମକତା ର ଉର୍ଜା ଭରି ରହିଥାଏ । ତେଣୁ ସମୟ ସମୟରେ ଘଣ୍ଟା କୁ ପୋଛି ସଫା କରାଯିବା ଉଚିତ । ବନ୍ଧୁଗଣ ଘରେ କେବେ ମଧ୍ୟ ପୁରୁଣା କିମ୍ବା ବହୁ ଦିନରୁ ବନ୍ଦ ପଡି ରହିଥିବା ବା ଭାଙ୍ଗି ଯାଇଥିବା ଘଣ୍ଟା କୁ ରଖାଯିବା ଉଚିତ୍ ହୋଇନଥାଏ । ଏହାଦ୍ବାରା ଘରେ ନକରାତ୍ମକତା ବ୍ୟାପିଥାଏ ।ବନ୍ଧୁଗଣ ଘଣ୍ଟା କୁ କେବେହେଲେ ଦକ୍ଷିଣ ଦିଗରେ ଟଙ୍ଗା ଯିବା ଉଚିତ୍ ନୁହେଁ । କାରଣ ଦକ୍ଷିଣ ଦିଗ କୁ କାଳ ର ଦେବତା ଯମ ଙ୍କର ଦିଗ ବୋଲି କୁହାଯାଇଥାଏ । ଏହି କାରଣରୁ ବାସ୍ତୁଶାସ୍ତ୍ର ରେ ଘଣ୍ଟା କୁ ଦକ୍ଷିଣ ଦିଗରେ ଲଗାଯିବା, ଅଶୁଭ ବୋଲି କୁହାଯାଇଥାଏ । ବନ୍ଧୁଗଣ ଆପଣ ଘଣ୍ଟାକୁ ପୂର୍ବ ଦିଗରେ ପଶ୍ଚିମ ଦିଗରେ ବା ଉତ୍ତର ଦିଗରେ ମଧ୍ୟ ଲଗାଇପାରିବେ ।
କିନ୍ତୁ ବନ୍ଧୁଗଣ ଘଣ୍ଟା କୁ କେବେହେଲେ ଘର ର ମୁଖ୍ୟ ଦ୍ଵାର କିମ୍ବା କବାଟ ର ଉପର କାନ୍ଥ ରେ ଲଗାଇବା ଠିକ ହୋଇ ନଥାଏ । ତାହାଛଡା ଘଣ୍ଟା କୁ ସବୁବେଳ ଘର ର କାନ୍ଥ ରେ ଲଗାଯିବା ଉଚିତ୍ । ଘଡି କୁ ସବୁବେଳେ ଏପରି ସ୍ଥାନରେ ଲଗାଯିବା ଉଚିତ୍ ଯେଉଁଠାରୁ କି ଆପଣଙ୍କର ଯିବା ଆସିବା ସମୟରେ ନଜର ପଡୁଥିବ ।
ବନ୍ଧୁଗଣ ଘଣ୍ଟା ସହ ଘରେ କ୍ୟାଲେଣ୍ଡର କୁ ମଧ୍ୟ କେବେ ପୁରୁଣା ରଖିବା ଠିକ ହୋଇନଥାଏ । କ୍ୟାଲେଣ୍ଡର କୁ ମଧ୍ୟ ସବୁବେଳେ ଚାଲୁଥିବା ମାସ ଅନୁସାରେ ରଖାଯିବା ଉଚିତ । ବନ୍ଧୁଗଣ ଘରେ କ୍ୟାଲେଣ୍ଡର କୁ କେବେ ଉତ୍ତର ଦିଗରେ ରଖିବା ଉଚିତ୍ ହୋଇନଥାଏ । ଯଦି ଘରେ ଘଣ୍ଟା ଓ କ୍ୟାଲେଣ୍ଡର ପୁରୁଣା ମାସ ବା ବିତିଯାଇଥିବା ସମୟ ଅନୁସାରେ ପଛ ହୋଇ ରହିଥାଏ, ତେବେ ଏହା ଆପଣଙ୍କ ଜୀବନରେ ମଧ୍ୟ ଆସୁଥିବା ଭଲ ସମୟ କୁ ଅଟକେଇ ଦେଇଥାଏ ।
ତାହାସହ ଘରେ ଘଣ୍ଟା କୁ କେବେ ମଧ୍ୟ ସମୟରୁ ପଛକୁ କରି ରଖିବା ଠିକ ହୋଇ ନଥାଏ । ଆପଣ ଚାହିଁଲେ ଘଣ୍ଟା କୁ ୫ ରୁ ୧୦ ମିନିଟ ସମୟ ରୁ ଆଗକୁ କରି ରଖିପାରିବେ ।