ଜୀବନଶୈଳୀ

ନର୍କ ଠାରୁ ବି ଖରାପ ହୋଇଗଲା ନବବିବାହିତାର ଜୀବନ, ସ୍ଵାମୀ ଓ ଶାଶୁ କହିଲେ – ଏହି ସର୍ତ ପୁରା କରିଲେ ହିଁ ଘରେ ପଶିବୁ ନହେଲେ…

ଭାରତରେ ବିବାହ କରିବା ବହୁତ ଜରୁରୀ ହୋଇଥାଏ । କହିବାକୁ ଗଲେ ହିନ୍ଦୁ ଧର୍ମ ହିସାବରେ ଯେତେବେଳେ ଥରେ ବିବାହ ହୋଇଯାଏ ତେବେ ମହିଳାକୁ ସେହି ବିବାହକୁ ମାନି ନେବାକୁ ହିଁ ପଡିଥାଏ କିନ୍ତୁ ଯଦି ଆପଣ ବିବାହରେ ଖୁସି ନାହାଁନ୍ତି ତେବେ ବି ସମାଜ ଠାରୁ ଡରି ତାକୁ ସହିବାକୁ ପଡିଥାଏ ।

କିଛି ଏମିତି ହିଁ ହୋଇଛି ମଧ୍ୟପ୍ରଦେଶର ଇନ୍ଦୋର ରେ ଯେତେବେଳେ ନର୍କରୁ ବି ଖରାପ ହୋଇଗଲା ନବବିବାହିତାର ଜୀବନ, ତାହାର ସ୍ଵାମୀ ଓ ଶାଶୁ ତାହା ସହିତ ଏମିତି ବ୍ୟବହାର କରିଲେ କି ଯଦି କେହି କମଜୋର ଯୁବତୀ ହୋଇଥାନ୍ତେ ତେବେ ବୋଧେ ସୁଇସାଇଡ କରି ନେଇଥାନ୍ତା, କିନ୍ତୁ ସେ ସାହସ ଦେଖାଇଲା ଓ ସେହି ସମସ୍ୟାର ସାମ୍ନା କରିଲା ।

ନର୍କ ଠାରୁ ଖରାପ ହୋଇଗଲା ନବବିବାହିତାର ଜୀବନ

ଦ୍ୱାରକାପୁରୀରେ ରହୁଥିବା ୨୫ ବର୍ଷର ଯୁବତୀ ଖୁସବୁ ମିଶ୍ରା ନିଜ ସ୍ଵାମୀ ସୌରଭ ଓ ଶାଶୁ ରେଣୁକା ଉପରେ ଯୌତୁକ ପ୍ରତାଡ଼ନାକୁ ନେଇ କେସ କରିଛି । ଏହା ପରେ ଏହି ମାମଲାରେ ଟିଆଈ ଆରଏନ ଭଦୌରିୟା କହିଲେ କି ବାହାଘରର ୬ ମାସ ପରେ ସ୍ଵାମୀ ନିଜ ପତ୍ନୀ ସହିତ ମାରପିଟ କରିବାକୁ ଲାଗିଲା । ଏହା ପରେ ଶାଶୁ ବି ଯୌତୁକର କଥା କହି ବୋହୁକୁ ଗରମ ତାୱାରେ ଚେଙ୍କା ଦେଇଥିଲା ।

ସ୍ଵାମୀର ଅନ୍ୟ କାହା ସହିତ ଅଫେୟାର ଚାଲିଥିଲା ଯେଉଁ କାରଣରୁ ସେ ନିଜ ପତ୍ନୀକୁ କହୁଥିଲା କି ତୁ ତାହା ଭଳି ସୁନ୍ଦର ନୁହେଁ ଓ ନା ହିଁ ଶିକ୍ଷିତ ଅଟୁ । ସେହି ମହିଳା ଜଣକ ଏହି ଯନ୍ତ୍ରଣାକୁ ପ୍ରାୟତଃ ୫ ମାସ ସହିଲା । ଖୁସବୁ କହିଲା କି,” ବାହାଘରର କେବଳ ୬ ମାସ ପରେ ମୁଁ ନର୍କର ସମସ୍ତ ଦୁଃଖ ସହି ସାରିଛି । ସ୍ଵାମୀ ଠାରୁ ଅଧିକ ନୃଶଂସ ଶାଶୁ ଥିଲା ।“

ଖୁସବୁ ଆଗକୁ କହିଲା କି, ତାହାର ଶାଶୁ ତାକୁ ଘରୁ ବାହାର କରିଦେଲା ଓ କହିଲା କି ଉପର ଘର କରିବା ପାଇଁ ନିଜ ପିତା ଠାରୁ ୧.୫ ଲକ୍ଷ ଟଙ୍କା ନେଇ ଆସେ । ତେବେ ଯାଇ ଘରେ ପଶି ପାରିବୁ ନ ହେଲେ ଦରକାର ନାହିଁ । ଏହା ପରେ ସେ ନିଜ ବାପଘରକୁ ଚାଲିଗଲା ଓ ସେଠୁ ସାହସ କରି ସିଧା ଦ୍ୱାରିକାପୁରୀ ପୋଲିସ ଷ୍ଟେସନରେ ପହଞ୍ଚିଲା ।

ଅନ୍ନପୂର୍ଣ୍ଣା ପୋଲିସ ଖୁସବୁ ର ପିତା ରାମ ତଲରେଜା ନିବାସୀ ସଚ୍ଚିଦାନନ୍ଦ ନଗରଙ୍କର ଅଭିଯୋଗରେ ତାହାର ଶଶୁରଘରର ରାମ, ପୁନମ, କୈଳାସ ଓ ରୁପାଲି ବିରୁଦ୍ଧରେ ଯୌତୁକ ପ୍ରତାଡ଼ନାର କେସ କରିଛନ୍ତି ଓ ଗିରଫ କରିଛନ୍ତି । ଏବେ ଏହି ମାମଲା ବିଚାରଧିନ । ଏମାନେ ସମସ୍ତେ ଖୁସବୁକୁ ଯୌତୁକ ପାଇଁ ବାରି ବାରି କରି ପ୍ରତାଡିତ କରୁଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button