ବିଚାର

ଏହି ତିନୋଟି କଥା “କୁକୁର ଠାରୁ ଶିଖନ୍ତୁ! | କେବେ ବି ଆଉ ଦୁଖୀ ରହିବେ ନାହିଁ | ଚାଣକ୍ୟ ନୀତି |

ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ ଯିଏ ନିଜର ନୀତି ପାଇଁ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜଗାଦିରେ ବସେଇ ଦେଇଥିଲେ | ତେବେ ଆଜି ଆପଣ ମାନେ ଏହି ଲେଖାରୁ ଚାଣକ୍ୟଙ୍କର କିଛି ଏମିତି ନୀତି ଜାଣନ୍ତୁ ଯାହା ଆପଣଙ୍କ ଜୀବନରେ କେବେ ନା କେବେ ନିଶ୍ଚିତ କମରେ ଆସିବ | ମନୁଷ୍ୟଙ୍କର 4ଟି ଲୋଭ କେବେ ବି ଛାଡ଼ିନଥାଏ | ଧନ, ଜୀବନ, କାମନା ଏବଂ ଭୋଜନ | ଏହି ସଵୁ ପାଇଁ ମଣିଷ ସବୁବେଳେ ଭୋକିଲା ହେଇ ଥାଏ | ଏହି ସବୁ ମନୁଷ୍ୟକୁ ଯେତେ ବି ପରିମାଣର ମିଳୁ ନା କାହିଁକି ତଥାପି ସେ ଏହି ସବୁର ଲାଳଶା କେବେ ବି ସାରି ନଥାଏ |

ଜୀବନରେ ସବୁବେଳେ ଏହା ଭାବିବା କଥା ଯେ ଆପଣଙ୍କ ଉପରେ କେତେବେଳେ ବି ବିପଦ ଆସି ଯାଇପାରେ | ଏବଂ ସେଇଥି ପାଇଁ ଆପଣଙ୍କୁ କିଛି ଧନ ସଞ୍ଜୟ କରି ରଖିବା ନିହାତି ଆବଶ୍ୟକ ହୋଇଥାଏ | କାରଣ ଯେତେବଳେ ବିପଦ ଆସେ ସେତେବେଳେ କେହି ନିଜର ମଧ୍ୟ ସାଥ ଦିଅନ୍ତି ନାହିଁ | ଏବଂ ବହୁତ ଭଲ ହୋଈ ମଧ୍ୟ ଜୀବନ କାଟିହେବନି କାରଣ ଭଲ ଲୋକଙ୍କୁ ସମସ୍ତେ ଅଣଦେଖା କରନ୍ତି ଏବଂ ତାଙ୍କ କଥାକୁ ଦବେଇ ଦିଅନ୍ତି |

ଭଲ ଲୋକଙ୍କର ଭଲ ଗୁଣ ଏବଂ ବୁଦ୍ଧିକୁ ଲୋକ ପାଗଳାମୀ ବୋଲି ଭାବିନିଅନ୍ତି | ଯେମିତି ଆପଣ ମାନେ ଜାଣିଥିବେ ଯେ ଜଙ୍ଗଲରେ ପ୍ରଥମେ ସିଧା ଥିବା ଗଛକୁ ହିଁ କାଟନ୍ତି ଏବଂ ବଙ୍କା, ଢଙ୍କା ଗଛ ସେମିତି ହିଁ ଥାନ୍ତି | ଏବଂ ଏଥିପାଇଁ ଆପଣ ଏତେ ବି ଭଲ ହୁଅନ୍ତୁ ନାହିଁ ଯେ ଲୋକମାନେ ଆପଣଙ୍କୁ ଏବଂ ଆପଣଙ୍କର ସରଳତାକୁ ହିଁ ଖାଇଯାଆନ୍ତୁ |

ପାପ ଏବଂ ପୁଣ୍ୟ ଭିତରେ କଣ ଅନ୍ତର ଅଛି? ମୋ ଶତ୍ରୁ କିଏ? ଆଉ ମୋ ମିତ୍ର କିଏ? ମତେ କେଉଁ କାମରେ ଲାଭ ହେବ ଆଉ କେଉଁ କାର୍ଯ୍ୟରେ କ୍ଷତି ହେବ? ଏହି ସବୁ ଭାବି ହିଁ ମଣିଷକୁ ନିଜର ସବୁ ନିଷ୍ପତ୍ତି ନେବା ଉଚିତ ହୋଇଥାଏ | କଠିନ କାମ ପଡିବା ବେଳେ ସେବକର, ସଙ୍କଟ ସମୟରେ ଭାଇ ବନ୍ଧୁଙ୍କର, ଆପତ୍ତି ସମୟରେ ବନ୍ଧୁର ଏବଂ ଅର୍ଥ ନାଶ ହେଲା ବେଳେ ନିଜ ପତ୍ନୀଙ୍କର ପରୀକ୍ଷା ହୋଇଥାଏ | ସିଂହ ଠାରୁ 1 ବାଗ ଠାରୁ 4 କାଉ ଠାରୁ 5 ଆଉ କୁକୁର ଠାରୁ 6 ଗୁଣ ମଣିଷକୁ ନିଶ୍ଚିତ ଭାବେ ଶିଖିବା ଆବଶ୍ୟକ ଅଟେ |

କାମ ପରନ୍ତୁ ଅଳ୍ପ କର କିନ୍ତୁ ସେହି କାମ ମନ ଦେଇ କରିବା ଆବଶ୍ୟକ ହୋଇଥାଏ | ଏହା ସିଂହ ଠାରୁ ଶିଖିବା ଦରକାର |

ସମୟ ଅନୁସାରେ ନିଜ ଶକ୍ତି ସାହାଯ୍ୟରେ କାମ କରିବା ଗୁଣ ବାଗ ଠାରୁ ଶିଖିବା ଦରକାର |

ଠିକ ସମୟରେ ଉଠିବା, ଲଢ଼ିବା, ଖାଇବା, ଝାମ୍ପିବା ଏହି ଗୁଣ ଆମକୁ କୁକୁଡ଼ା ଠାରୁ ଶିଖିବା ଦରକାର |

ସମୟ ସମୟରେ ସଂଘର୍ଷ କରିବା ଏବଂ ସବୁ ସମୟରେ ସଜାଗ ରହିବା, ଅତି ସହଜରେ ଅନ୍ୟ ଉପରେ ବିଶ୍ୱାସ ନ କରିବା ଏହି ଗୁଣ କାଉ ଠାରୁ ଶିଖିବା ଦରକାର |

ବହୁତ ଭୋକରେ ହିଁ ଶାନ୍ତ ହୋଈ ରହିବ, ନିଦ୍ରାରେ ଶୋଇକି ବି ଚେଇଁକି ରହିବା, ମାଲିକଙ୍କର ବିଶ୍ୱସ୍ତ ହୋଈ ରହିବା ଏହି ଗୁଣ ମନୁଷ୍ୟଙ୍କୁ କୁକୁର ଥାଉଁ ଶିଖିବା ଦରକାର |

ଯଦି କୋୖଣସି ମନୁଷ୍ୟ ସଦାସର୍ବଦା ଯିବ ଯାନ୍ତୁଙ୍କୁ ସାହାଯ୍ୟ କରେ ତାଙ୍କୁ ସଂମାନ ଦିଏ ତାଙ୍କର ଯତ୍ନ ନିଏ ତାଙ୍କ ପ୍ରତି କେବେ ବି କୋୖଣସି କ୍ରୁରତା ଭାବ ନ ଦେଖାଏ ତେବେ ସେହି ମନୁଷ୍ୟର ଜୀବନରେ କେବେ ବି କୋୖଣସି ସମସ୍ୟା ଆସିନଥାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button