ଦେଶ ବିଦେଶ

ସିସୋଦିୟାଙ୍କୁ ପୁଣି ସମନ ଜାରି କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ ଅବକାରୀ ନୀତି ମାମଲାରେ ସିବିଆଇ ପୁଣିଥରେ ସମନ ଜାରି କରିଛି । ଫେବୃଆରୀ ୨୬ରେ ସିବିଆଇ ପୁଣି ଡାକିଥିବା ନେଇ ନିଜେ ସିସୋଦିୟା ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମନିଷ ସିସୋଦିୟାଙ୍କୁ ସିବିଆଇ ଫେବୃଆରୀ ୧୯ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲା । ବଜେଟକୁ ଅନ୍ତିମ ରୂପ ଦେବା ପାଇଁ ଆଉ କିଛି ସମୟ ଦେବା ଲାଗି ସିବିଆଇକୁ ସିସୋଦିୟା ଅନୁରୋଧ କରିଥିଲେ । ସିସୋଦିୟାଙ୍କ ଅନୁରୋଧକୁ ସିବିଆଇ ରକ୍ଷା କରିବା ସହ ନୂଆ ତାରିଖକୁ ନେଇ ପୁଣିଥରେ ସମନ ଜାରି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button