ଜୀବନଶୈଳୀ

ମୋର ଜେଜେ ମା’ ବହୁତ ସାହସୀ ଥିଲେ, ତାଙ୍କ ପାଇଁ ମୁଁ ଆଜି…’ ନିଜ ପିଲା ଦିନର ସ୍ମୃତି ମାନେ ପକାଇଲେ ରାଷ୍ଟ୍ରପତି Draupadi Murmu…

ବନ୍ଧୁଗଣ, ସୂଚନା ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦାନ ଦେବାକୁ ଯାଇଥିଲେ । ଏବଂ ସେଠାରେ ପହଞ୍ଚିବା ପରେ ସେ କିଛି ଏଭଳି ନିଜ ମନର କଥା ପଚାରିବା ସହିତ କିଛି ସେୟାର ମଧ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦ୍ୟାଳୟ କୁ ଯାଇ ସେଠାରେ କୁନି କୁନି ପିଲା ଙ୍କୁ ପଚାରିଥିଲେ ଯେ କେଉଁ କ୍ଳାସ ପିଲା ତୁମେ ସବୁ ? ପାଠ ପଢୁଛ କି ନା ଭଲରେ ?

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ ଯେ ମୁଁ ଚାକିରି କରୁଥିଲି ଏହି ସ୍କୁଲ ରେ ଏଠାକୁ ଆସିଛି । ମାତ୍ର ସେତେବେଳେ ଆଜିକାର ପରିସ୍ଥିତି ନଥିଲା । ସେ ତାଙ୍କ ସ୍କୁଲ କୁ ଯିବା ସହିତ ତାଙ୍କ ହଷ୍ଟେଲ କୁ ମଧ୍ୟ ଯିବେ ବୋଲି କହିଥିଲେ । ସେ ଯେତେବେଳେ ପାଠ ପଢାଉଥିଲେ ସେତେବେଳେ ଅବସ୍ଥା ବହୁତ ଶୋଚନୀୟ ଥିଲା ମାତ୍ରା ବର୍ତ୍ତମାନ ପକ୍କା ଘରକୁ ଛାତ ଘର ।

ସେତେବେଳେ ଛପର ଘର ଥିଲା ଏବଂ ତଳେ କିଛି କିଛି ସିମେଣ୍ଟ ଦିଆହୋଇଥିଲା ମାତ୍ର ତାହା ଉଠି ଯାଉଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନ୍ୟ ମାନଙ୍କ ସହିତ ମିଶି ସେଥିରେ ଗୋବର ଲିପି ସମତଳ କରୁଥିଲେ । ସବୁଦିନ ଝାଡୁ ମଧ୍ୟ କରୁଥିଲେ । ଏଭଳି ପରିସ୍ଥିତି ଆଦୌ ନଥିଲା । ଆଜି ପରିସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ଏହି ପରିସ୍ଥିତି ଦେଇ ଗତି କରିବା ବହୁତ ସହଜ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲା ମାନଙ୍କୁ କହିଥିଲେ ଯେ ଆମ୍ଭେ ଯାହା ହେବାକୁ ଚାହୁଁଛୁ ତାହା ଆମ୍ଭର ଲକ୍ଷ ହେବା ଆବଶ୍ୟକ । ନା କି ଏହି ପରିସ୍ଥିତି ଆମ୍ଭର ଲକ୍ଷ ହେବା କଥା । ଏହାପରେ ସେ କହିଥିଲେ ଯେ ତାଙ୍କ ବାପା ମା’ ଙ୍କ ଆଶୀର୍ବାଦ କାରଣରୁ ସେ ଆଜି ଯାହା ହେଇଛନ୍ତି । ତାଙ୍କର କେହି ରୋଲ ମଡେଲ ନଥିଲେ । କାରଣ ସେ କେବଳ ଜଣଙ୍କୁ ମାନୁଥିଲେ ଏବଂ ସେ ହେଉଛନ୍ତି ତାଙ୍କ ଜେଜେ ମା’ । ତାଙ୍କ ଜେଜେ ମା’ ବହୁତ ସାହସୀ ଥିଲେ ଏବଂ ଗାଁ ଭିତରେ ତାଙ୍କର ବହୁତ ନାମ ଥିଲା ।

କିଏ ମା’ ହେବାକୁ ଯାଉଛି ତଥା କାହାର କଣ ଅସୁବିଧା ହେଲା ସବୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜେଜେ ମା’ ବୁଝୁଥିଲେ । ଦେଶ ବିଦେଶ ଙ୍କ ବିଷୟରେ ତାଙ୍କ ପାଖରେ କିଛି ଜ୍ଞାନ ନଥିଲା ସେ ଯାହା ଶିଖିଛନ୍ତି ନିଜ ଜେଜେ ମାଆ’ ଙ୍କ ଠାରୁ ଶିଖିଛନ୍ତି ବୋଲି ପିଲା ମାନଙ୍କୁ କହିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button