ଦେଶ ବିଦେଶ

ମୁଁ ମର୍ମାହତ: ମୋର୍ବି ଦୁର୍ଘଟଣା ପରେ ମୋଦିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମୋରର୍ବି ଝୁଲାପୋଲ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ମାହତ ହୋଇଥିବା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ତଥାପି କର୍ତ୍ତବ୍ୟର ମାର୍ଗକୁ ଅନୁସରଣ କରିବାକୁ ଗୁରୁତ୍ବ ଦେବାକୁ କହିଛନ୍ତି ମୋଦି। ଗତକାଲିଠାରୁ ଦୁର୍ଘଟଣାଗ୍ରସ୍ତ ଲୋକମାନଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କରାଯାଉଛି। କେନ୍ଦ୍ର ପକ୍ଷରୁ ରାଜ୍ୟକୁ ଏହି ଉଦ୍ଧାର କାର୍ଯ୍ୟରେ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି।

ମୋଦି କହିଛନ୍ତି, ବର୍ତ୍ତମାନ ମୁଁ ଏକତାନଗରରେ ଅଛି, କିନ୍ତୁ ମୋର ହୃଦୟ ମୋର୍ବି ଦୁର୍ଘଟଣା ପୀଡ଼ିତଙ୍କ ପାଖରେ  ରହିଛି। ମୋ ଜୀବନରେ ଏହି ଦୁର୍ଘଟଣା ବଡ ପ୍ରଭାବ ପକାଇଛି। କେବେ ଏମିତି କଷ୍ଟ ଅନୁଭବ କରି ନାହିଁ।  କିନ୍ତୁ ସବୁ ପରେ କର୍ମର ମାର୍ଗକୁ ଅନୁସରଣ କରିବାକୁ ପଡ଼ିବ।

ମୋଦି ସୋମବାର  ଦେଶର ପୂର୍ବତନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗୁଜୁରାଟର  ଷ୍ଟେଚ୍ୟୁ ଅଫ ୟୁନିଟିରେ ପହଞ୍ଚିଛନ୍ତି। ଏହି ଅବସରରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକୁ ଦୁର୍ଘଟଣା ପାଇଁ ବନ୍ଦ କରାଯାଇଛି। କାର୍ଯ୍ୟକ୍ରମ ବନ୍ଦ ପାଇଁ ସେଠାକୁ ଆସିଥିବା କଳାକାରଙ୍କୁ ସମୟର ଆହ୍ବାନାକୁ ବୁଝାଇଛନ୍ତି।

ସୂଚନାଯୋଗ୍ୟ, ରବିବାର ସଂଧ୍ୟାରେ ମୋର୍ବିର ମଚ୍ଛୁ ନଦୀରେ ଥିବା ଝୁଲା ପୋଲ ଛିଡିପଡିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୧ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ଅନେକ ଲୋକ  ନିଖୋଜ ରହିଥିବାରୁ ଖୋଜା କାମ ଜାରି ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ଘଟଣାର ଏସଆଇଟି  ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ୫ ଜଣିଆ ଏସଆଇଟି ଟିମ ଘଟଣାର ତଦନ୍ତ କରୁଛନ୍ତି। ଏହି ମାମଲାରେ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଛଡା ଯିବ ନାହିଁ ବୋଲି ରାଜ୍ୟ ସରକାର ପକ୍ଷରୁ କୁହାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button